Home କେନ୍ଦୁଝର ଗ୍ରାମୀଣ ମହିଳାଙ୍କ ଆର୍ଥିକ ବିକାଶରେ ବୈଜ୍ଞାନିକ ଜ୍ଞାନକୌଶଳ ପ୍ରୟୋଗ କର୍ମଶାଳା

ଗ୍ରାମୀଣ ମହିଳାଙ୍କ ଆର୍ଥିକ ବିକାଶରେ ବୈଜ୍ଞାନିକ ଜ୍ଞାନକୌଶଳ ପ୍ରୟୋଗ କର୍ମଶାଳା

18

ହାଟଡ଼ିହି, ୧୬ /୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ କଣିଆରୀ ସରକାରୀ ଉପ୍ରା ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ବୈଜ୍ଞାନିକ ଜ୍ଞାନକୌଶଳ ପ୍ରୟୋଗରେ ମହିଳାଙ୍କ ଆର୍ôଥକ ବିକାଶ ସଂକ୍ରାନ୍ତୀୟ ତାଲିମ ଓ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କର୍ମଶାଳାରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଯୋଗଦେଇ ମହିଳାମାନେ କିପରି ବୈଜ୍ଞାନିକ ଜ୍ଞାନକୌଶଳକୁ ଉପଯୋଗ କରି ଅଧିକ ଉପାର୍ଜନକ୍ଷମ ହୋଇପାରିବେ ତାହା ଉପରେ ମତବ୍ୟକ୍ତ କରିଥିଲେ । ଏଥିରେ ଖଣି ଓ ପଦାର୍ଥ େଓ÷ଦଗିକ ବେଜ୍ଞାନିକ ଭାବରେ ଡକ୍ଟର ସୋନି ପାଣ୍ଡେ ଏବଂ ଟିମ ହରବାଲ ଉପାୟରେ ଜୀବାଣୁ ନାଶକ କ୍ଲୋର ସର୍ଫେସ କ୍ଲିନର ତିଆରିର ଉପାୟ ବିସ୍ତୃତ ଭାବେ ଉପସ୍ଥାପିତ କରିôତଲେ । ଏହାସହ ବୈଜ୍ଞାନିକ ପ୍ରଭାତ ମଞ୍ଜରୀ ମିଶ୍ର ଟିମ ହରବାଲ ସାନିଟାଇଜର ପ୍ରସ୍ତୁତ ପଦ୍ଧତି ସମ୍ପର୍କରେ ଉପସ୍ଥିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କୁ ତାଲିମ ଓ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏଥିରେ ମିଶନ ଶକ୍ତିର ପ୍ରତିକ ଭାବରେ ଶଙ୍କୁନ୍ତଳା ମହାନ୍ତଙ୍କ ଦ୍ୱାରା ବ୍ଲକର ବିଭିନ୍ନ ପ୍ରାନ୍ତରୁ ଶତାଧିକ ମହିଳା ଯୋଗଦେଇ ପ୍ରଶିକ୍ଷଣ ନେଇଥିଲେ । ଢ଼େଙ୍କା ପଞ୍ଚାୟତର ସମିତିସଭ୍ୟ ନାରାୟଣ ବେହେରା, ଜିଲ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ଜେନାଙ୍କ ସମେତ ବରିଷ୍ଠ ନେତୃବୃନ୍ଦ ଯୋଗଦେଇଥିଳେ । ସମର୍ପିତ ଅନୁଷ୍ଠାନ ବିଜୟ କଳିଙ୍ଗ ବିକାଶର ସଭାପତି ବିକ୍ରମ କେଶରୀ ବିଶ୍ୱାଳ କାର୍ଯ୍ରକ୍ରମ ପରିଚାଳନା କରିତବବାବେଳେ ଟ୍ରି ପ୍ରକଳ୍ପର ରାଜ୍ୟ ସଂଯୋଜକ ମନୋଜ କୁମାର ପଣ୍ଡା ପରିଚାଳନାରେ ସହଯୋଗ କରିôତଲେ । ଦିବାକର ମାଝୀ, ସୁଦର୍ଶନ ମଣ୍ଡଳ, ମକୁନ୍ଦ ଚନ୍ଦ୍ର ବଳ, ବାସନ୍ତୀ ଦାସ, ସୁପ୍ରଭା ମିଶ୍ର, ନିରୁପମା ଜେନା, ସବିତା ଜେନା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ବିଜୟ କଳିଙ୍ଗ ବିକାଶର ସଂଯୋଜକ ବିକ୍ରମ କେଶରୀ ବେହେରା, ଆଇଏମଏମଟି ର ବୈଷୟିକ ଅଫିସର ବିଭୁଦତ୍ତ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.