Home ଜିଲ୍ଲା ପରିକ୍ରମା ଗ୍ରାମବାସୀଙ୍କ ଆକ୍ରମଣ କୁ ବିରୋଧ କରି ସ୍ୱାଭିମାନ ଅଚଂଳରେ ୧୦ଜଣ ଆଦିବାସୀଙ୍କ ଘର ପୋଡିଲେ ମାଓବାଦୀ

ଗ୍ରାମବାସୀଙ୍କ ଆକ୍ରମଣ କୁ ବିରୋଧ କରି ସ୍ୱାଭିମାନ ଅଚଂଳରେ ୧୦ଜଣ ଆଦିବାସୀଙ୍କ ଘର ପୋଡିଲେ ମାଓବାଦୀ

143

ମାଲକାନଗିରି,୨୬ା୧(ଓଡିଆ ପୁଅ ) ପ୍ରଥମ ଥରକରି ମାଓଗଡରେ ମାଓବାଦୀଙ୍କୁ ମୁକାବିଲା କରି ଗ୍ରାମବାସୀ ମାନଙ୍କ ସଂଘବଦ୍ଧ ଆକ୍ରମଣରେ ଜଣେ ମାଓବାଦୀ ନିହତ ହେବାସହ ଅନ୍ୟଜଣେ ଆହତ ହେବା ଘଟଣାରେ ମାଓବାଦୀ ମାନେ ଉକ୍ଷିପ୍ତ ହୋଇ ଔଷଧରାଗରେ ତାଟିଆ କାମୁଡିବା ଭଳି ୧୦ଜଣ ଗରିବ ଆଦିବାସୀଙ୍କ ଘର ପୋଡିଦେଇଛନ୍ତି । ଏହି ଗରିବ ଆଦିବାସୀଙ୍କ ଧାନଚାଉଳ,ମାଣ୍ଡିଆ,ବାସନକୁସୁ. ମଟର ସାଇକେଲ,ଆସବାପତ୍ର ଲ କ୍ଷାଧିକ ଟଙ୍କାର ସମ୍ପିତି ପୋଡି ଯାଇଛି । ମାଓବାଦୀଙ୍କ ଭୟରେ ଗ୍ରାମରେ ପୁରୁଷ ଶୂନ୍ୟହେବାସହ ମହିଳାମାନେ ନିଜ ନିଜ ପିଲାଛୁଆ ଧରି ଗାଁ ଛାଡି ପଳାଇ ନିଜ ନିଜ ବନ୍ଧୁବାନ୍ଧବଙ୍କ ଘରେ ଆଶ୍ରୟ ନେଇଥିବାବେଳେ ଅନ୍ୟ ମାନେ ନିକଟସ୍ଥ କୁନ୍ତୁରପଦର ବିଏସଏଫ କ୍ୟାମ୍ପରେ ଆଶ୍ରୟ ନେଇଥିବାର ଜଣାପଡିଛି । ଗତ କାଲିରାତ୍ରରେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳ ପାପରମେଟଲା ଥାନାସ୍ଥ ମାଓଗଡ ଭାବେ ପରିଚିତ ଜନ୍ତୁରାଇ ଗ୍ରାମରେ ପ୍ରାୟ୨୦ରୁ ୨୫ଜଣ ମାଓବାଦୀ ପ୍ରବେଶ କରି ଗ୍ରାମର କିଛି ମୁଖିଆ ଲୋକଙ୍କୁ ଖୋଜିଥିଲେ । ମାଓବାଦୀ ମାନେ କାହିଁକି ସେ ଲୋକମାନଙ୍କୁ ଖୋଜୁଛନ୍ତି ଜାଣିପାରି ଗ୍ରାମର ସମସ୍ତ ଲୋକ ଏକତ୍ରୀତ ହୋଇ ମାଓବାଦୀ ମାନଙ୍କ ନିକଟକୁ ଯାଇଥିଲେ । ମାଓବାଦୀ ମାନେ ଗ୍ରାମବାସୀ ମାନଙ୍କୁ ଧମକ ଦେଇ କହିଥିଲେ ପୁଲିସ କ୍ୟାମ୍ପ,ଜିଲ୍ଲାପ୍ରଶାସନକୁ ବିରୋଧକରି ରାସ୍ତା ଘାଟ କାମବନ୍ଦ କରନ୍ତୁ,ଗ୍ରାମବାସୀ ମାନେ ବିରୋଧକରିବାରୁ ମାଓବାଦୀ ମାନେ ରାଗିଯାଇ କିଛି ଗ୍ରାମବାସୀଙ୍କୁ ମାଡ ମାରି ଗୁଳି ଫୁଟାଇଥିଲେ । ଗ୍ରାମବାସୀ ମାନେ ନିଜର ଆତ୍ମରକ୍ଷା ପାଇଁ ଢେଲାପଥର ମାରିବା ସହିତନିଜ ନିଜ ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଧରି ମାଓବାଦୀ ମାନଙ୍କୁ ଘଉଡାଇଥିଲେ । ଗ୍ରାମବାସୀଙ୍କ ଆକ୍ରମଣରେ ଜଣେ ମାଓବାଦୀ ଲିଡର ନିହତ ହେବାସହ ଅନ୍ୟଜଣେ ଆହତ ହୋଇଥିଲେ । ଏହି ଘଟଣାରେ ମାଓବାଦୀ ମାନେ ପ୍ରତିଶୋଧ ପରାୟଣ ହୋଇ ସ୍ୱାଭିମାନଅଚଂଳର ଜୋଡାମ୍ବ ଗ୍ରାମର ୧୦ଜଣ ଗରିବ ଆଦିବାସୀଙ୍କ ଘରେ ନିଆଁଲଗାଇ ପୋଡିଦେଇଛନ୍ତି । ମାଓବାଦୀଙ୍କ ଭୟରେ ଜନ୍ତୁରାଇ,ଜୋଡାମ୍ବ ଗ୍ରାମର କିଛି ଲୋକ ଗାଁ ଛାଡି କୁନ୍ତୁରପଦର ବିଏସଏଫ କ୍ୟମ୍ପରେ ଆଶ୍ରୟ ନେଇଥିବାର ଜଣାପଡିଛି । ଏ ସଂପର୍କରେ ଏସପି ରିଶିକେଶ ଡି ଖିଲରୀ କହିଛନ୍ତି, ଏକଦା ମାଓଗଡଭାବେ ପରିଚିତ ବିଛିନ୍ନାଚଂଳରେ ଗୁରୁପ୍ରୟୀସେତୁ ହେବାପରେ ସେଠାରେ ବିକାଶର ଧାରା ଛୁଟିଛି, ବିଭିନ୍ନ ମାଓପ୍ରବଣ ଅଚଂଳରେ ପୁଲିସ ବିଏସଏଫ କ୍ୟମ୍ପ ପ୍ରତିଷ୍ଟା ହୋଇ ମାଓଦମନ ଚାଲିଛି,ବିଭିନ୍ନ ଗ୍ରାମକୁ ରାସ୍ତାଘାଟ,ପୋଲ ନିର୍ମାଣ ହୋଇ ସ୍ୱାଭିମାନ ଅଚଂଳରେ ମାଓହିଂସା ହ୍ରାସ ହେବାସହ ଦିନକୁ ଦିନ ବିକାଶ ଘଟଚାଲିଛି,ଗତ କାଲି ଗ୍ରାମବାସୀ ମାନେ ମାଓବାଦୀମାନଙ୍କୁ ବିରୋଧ କରି ଢେଲାପଥର ମାଡକରିଥିଲେ, ଏଥିରେ ଜଣେ କ୍ୟାର୍ଡର ମାଓବାଦୀ ନିହତ ଜଣେ ଆହତ ହୋଇଛନ୍ତି,ଏହି ଘଟଣାରେ ମାଓବାଦୀ ମାନେ ଔଷଧରୋଗରେ ତାଟିଆ କାମୁଡିବାପରେ ଗରିବ ଲୋକମାନଙ୍କ ଘର ପୋଡିଦେଇଛନ୍ତି । ଘଟଣାସ୍ଥଳରେ ପୁଲିସ ପହଁଚି ତଦନ୍ତ ଆରମ୍ଭ କରିବା ସହ ସେଠାରେ କଡାପୁଲିସ ସୁରକ୍ଷାବ୍ୟବସ୍ଥା ଓ କମ୍ବିଂଅପରେସନ ଚାଲିଛି ବୋଲି ଏସପି କହିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.