Home ଜିଲ୍ଲା ପରିକ୍ରମା ବାଳାଶ୍ରମ ପଡିଆ ଠାରେ ୭୧ ତମ ସାଧାରଣତନ୍ତ୍ର ଦିବସ ପାଳନ

ବାଳାଶ୍ରମ ପଡିଆ ଠାରେ ୭୧ ତମ ସାଧାରଣତନ୍ତ୍ର ଦିବସ ପାଳନ

302

ଯାଜପୁର୨୬ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯୁବ ସମାଜ ହିଁ   ଦେଶରେ ପରିବର୍ତ୍ତନ ଆଣି ଏକ ଦୃଢ, ସ୍ୱଚ୍ଚ୍ଥ ଓ ସଂସ୍କାରଯୁକ୍ତ ସମାଜ ସୃଷ୍ଟି କରିପାରିବେ ବୋଲି ରାଜ୍ୟ ଗୃହ, ଶକ୍ତି, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଆହ୍ୱାନ ଦେଇଚ୍ଥନ୍ତି । ଆଜି ବାଳାଶ୍ରମ ପଡିଆ ଠାରେ ୭୧ ତମ ସାଧାରଣତନ୍ତ୍ର ଦିବସ ପାଳନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ମିଶ୍ର ସ୍ୱାଧୀନତା ସଂଗ୍ରାମର ଅମର ଶହୀଦ ମାନଙ୍କ ପ୍ରତି ଓ ଜିଲ୍ଲାର ବୀର ସଂଗ୍ରାମୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ  କରିଥିଲେ ।  ଜାତୀୟ ପତାକା ଉତ୍ତୋଳନ, ସମ୍ମିଳିତ ପ୍ୟାରେଡରେ ଅଭିବାଦନ, ପ୍ୟାରେଡ ପରିଦର୍ଶନ କରି ମନ୍ତ୍ରୀ ଶ୍ରୀ ମିଶ୍ର ଦେଶର ସମ୍ୱିଧାନ ବିଶ୍ୱରେ ଅନନ୍ୟ ଓ ବିରଳ ବୋଲି କହିବା ସହ ଦେଶର ସୁରକ୍ଷା, ଅଖଣ୍ଡତା ଓ  ଏକକ ଭାବନାରେ ପ୍ରତ୍ୟେକ ମନୋନିବେଶ କରିବାକୁ ଆହ୍ୱାନ ଦେଇଥିଲେ ।  ଯାଜପୁର ଦିନକୁ ଦିନ ବିକାଶ ପଥରେ ଆଗେଇ ଚାଲିଚ୍ଥି ।

 

ଏହି ପୁରାତନ ରାଜଧାନୀ ସମଗ୍ର ରାଜ୍ୟକୁ ତଥା ଦେଶକୁ ନୂତନ ଦିଶା ଦେଖାଇବାରେ ସମର୍ଥ ହେବ ବୋଲି ସେ ମତବ୍ୟକ୍ତ  କରିଥିଲେ ।   ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ବିଭିନ୍ନ ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଥିବା ପ୍ରଜ୍ଞାପନ ମେଢ ଯଥାକ୍ରମେ- ଜିଲ୍ଲା ପୋଲିସ, ସମଗ୍ର  ଶିକ୍ଷା ବିଭାଗ, ଜିଲ୍ଲା  ଶ୍ରମ କାର‌୍ୟ୍ୟାଳୟ, ଜିଲ୍ଲା  ଗ୍ରାମ୍ୟ ଊନ୍ନୟନ ସଂସ୍ଥା, ଊଦ୍ୟାନ କୃଷି ବିଭାଗ, ପରିବହନ ବିଭାଗ, ଯାଜପୁର ପୈାରପାଳିକା, ଜଳ ବିଭାଜିକା ମିଶନ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌, ଜାତୀୟ ସ୍ୱାସ୍ଥ୍ୟ ମିଶନ, କୃଷି ବିଭାଗ, ବସୁଧା, ମତ୍ସ ବିଭାଗ ଓ ଟାଟା ଷ୍ଟିଲ ପକ୍ଷରୁ ପ୍ରଜ୍ଞାପନ ମେଢ ପ୍ରଦର୍ଶିତ  ହୋଇଥିଲା ।     ଶ୍ରେଷ୍ଠ ପୋଲିସ ଅଧିକାରୀ ଭାବେ ଯାଜପୁର ଟାଊଟ ଥାନାର ଆଶିଷ କୁମାର ସାହୁ ଓ କଳିଙ୍ଗ ନଗର ଥାନାର ଆର୍‌.ଏନ. ପଟ୍ଟନାୟକଙ୍କୁ ମା’ ବିରଜା  ସମ୍ମାନ ମା’ ଟିଭି ପକ୍ଷରୁ,  ଆଙ୍କୁଲା ସ୍କୁଲର ସେକ୍ ବଶିଋଦ୍ଦିନ ଶ୍ରେଷ୍ଠ ଶିକ୍ଷକ ଓ ସାମ୍ୱାଦିକତା କ୍ଷେତ୍ରରେ ଧର୍ମଶାଳାର ଇନ୍ଦ୍ରମଣି ନାୟକଙ୍କୁ ସେକ୍ ପଂକିଋଦ୍ଦିନ ମେମୋରିଆଲ୍ ଟ୍ରପିଂ, ଜାତୀୟ ସ୍ତରରେ କ୍ରିକେଟ ଖେଳାଳୀ ପପୁ ରାୟଙ୍କୁ ଯାଜପୁର ମିନିବସ୍ ସଂଘର ସ୍ମାରକୀ ଟ୍ରପିଂ, ଶ୍ରେଷ୍ଠ ସେବିକା ଭାବେ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଯାଜପୁରର ନର୍ସ  ଆଲିନ ଖୁସବୁ ଲାକ୍ରାଙ୍କୁ କନକଲତା ସ୍ମୃତି ସମ୍ମାନ, ସର୍ବାଧିକ ରକ୍ତ ସଂଗ୍ରହ କରିଥିବା ସଂସ୍ଥା ରେଡକ୍ରସ ସଂସ୍ଥା,  ଅଶୋକ ଦାସ ପାଂଉଣ୍ଡେସନ ଏବଂ ଜୀବନ ବିନ୍ଦୁର ମିଳିତ ସହଯୋଗରେ ଅନନ୍ୟା ସାହିତ୍ୟ ସଂସଦ ପକ୍ଷରୁ ସମ୍ମାନ,  ଶ୍ରେଷ୍ଠ ଉଦ୍ୟାନ କୃଷି ପାଇଁ  ଦଶରଥପୁର ବ୍ଳ୍‌କର ଶ୍ରୀବଚ୍ଚ୍ଥପୁର ଗ୍ରାମର  ନରହରୀ ଦୀକ୍ଷିତଙ୍କୁ ପ୍ରାଣକୃଷ୍ଣ କର ସ୍ମାରକୀ ଟ୍ରପିଂ ଓ ଏକ ହଜାର ଟଙ୍କାର ଅର୍ଥରାଶି , ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ ସର୍ବୋଚ୍ଚ ନମ୍ୱର ରଖିଥିବା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, କଲେଚ୍ଥକର ଚ୍ଥାତ୍ରୀ ପି. ବିଶ୍ୱଜିତା ଜେନାଙ୍କୁ ପ୍ରଶାସନ ତରପଂରୁ ଟ୍ରପିଂ,  ପଞ୍ଚମ ଶ୍ରେଣୀ ବୃତ୍ତି  ପରୀକ୍ଷାରେ ସର୍ବୋଚ୍ଚ ନମ୍ୱର ରଖିଥିବା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଯାଜପୁର ନଗରର ଚ୍ଥାତ୍ର ସୈାମ୍ୟ ରଂଜନ ସାହୁଙ୍କୁ ଅମିତ କୁମାର ମିଶ୍ରଙ୍କ ସ୍ମାରକୀ ଟ୍ରପିଂ  ଓ ଦୁଇ ହଜାର ଟଂକାର ଅର୍ଥରାଶି, କେରଳ ଠାରେ  ଅନୁଷ୍ଠିତ ୨୭ ତମ  ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ-୨୦୧୯ ପ୍ରତିଯୋଗିତାରେ ଶ୍ରେଷ୍ଠ ବିଜ୍ଞାନ ପ୍ରକଳ୍ପରେ  କୃତିତ୍ୱ ଅର୍ଜନ କରିଥିବା ହିଙ୍ଗୁଳା ଉଚ୍ଚ ବିଦ୍ୟାଳୟ, ଶଙ୍ଖଚିଲାର ଚ୍ଥାତ୍ର ସୈାରଭ ସାହୁ, ଚ୍ଥାତ୍ରୀ ସୁସ୍ମିତା ସାହୁ ଓ ଗାଇଡ୍ ଶିକ୍ଷକ ଅଟଳ ବିହାରୀ ବେହେରା, ଜିଲ୍ଲା ସଂଯୋଜକ ଡଃ ଅକ୍ଷୟ କୁମାର ପଣ୍ଡାଙ୍କୁ ପୁରସ୍କୃତ  କରାଯାଇଥିଲା ।   ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଚ୍ଥାତ୍ର ଚ୍ଥାତ୍ରୀ ମାନଙ୍କ ମଧ୍ୟରେ ମଧ୍ୟପ୍ରଦେଶର ଭୋପାଳ ଠାରେ ଅନୁଷ୍ଠିତ ଜାତୀୟ କ୍ରୀଡା ପ୍ରତିଯୋଗିତା- ୨୦୧୯ ରେ ରାମ୍ପିଲୋ ବିଦ୍ୟାଳୟର ସପଂଳ ପ୍ରତିଯୋଗୀଙ୍କୁ ମନ୍ତ୍ରୀ ପୁରସ୍କୃତ  କରିଥିଲେ ।   ପ୍ରତ୍ୟେକଙ୍କୁ ଟ୍ରପିଂ,   ମାନପତ୍ର  ସହ ଗୋଟିଏ ଗୋଟିଏ ପଂଳ ଚାରା ପ୍ରଦାନ କରାଯାଇଥିଲା । ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ ।  ପ୍ୟାରେଡରେ ମୋଟ ୫୨ ଗୋଟି ଦଳ ଅଂଶ ଗ୍ରହଣ   କରିଥିଲେ ।  ଏଥିରେ ଏନ୍‌.ସି.ସି. ବିଭାଗରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଗାଇଡ ଦଳ ପ୍ରଥମ, ,  ବୈଷ୍ଣବ ଦତ୍ତ ଉଚ୍ଚ ବିଦ୍ୟାଳୟ  ଜେ.ଆର୍‌.ସି. ବାଳକ ଦ୍ୱିତୀୟ, ଚିତାଳୋ ମହାବିଦ୍ୟାଳୟର ଏନ୍‌.ସି.ସି. ଦଳ ତୃତୀୟ, ମହା ବିଦ୍ୟାଳୟ ସ୍ତରରେ ଜବାହର ନବୋଦୟ ବିଦ୍ୟାଳୟ, ପାଣିକୋଇଲିର ବାଳକ ବର୍ଗ ପ୍ରଥମ, ଚିତାଳୋ ମହାବିଦ୍ୟାଳୟର ବାଳକ ବର୍ଗ ଦି୍ୱତୀୟ, ବିରଜା ମହିଳା ମହାବିଦ୍ୟାଳୟ ତୃତୀୟ, ଉଚ୍ଚ ବିଦ୍ୟାଳୟ ସ୍ତରରେ  ଆପେକ୍ସ ଇଂଲିଶ  ମିଡିୟମ ସ୍କୁଲର ବାଳିକା ବର୍ଗ ପ୍ରଥମ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଯାଜପୁର ନଗରର ସିନିୟର ବାଳକ ବର୍ଗ ଦ୍ୱିତୀୟ, ହରି ସାମନ୍ତ ନୋଡାଲ  ଉଚ୍ଚ ବିଦ୍ୟାଳୟର ବାଳକ ବର୍ଗ ତୃତୀୟ, ମାଧ୍ୟମିକ ସ୍ତରରେ ସନ୍ ପବ୍ଳିକ୍ ସ୍କୁଲର ବାଳକ ସିଭିଲ ପ୍ରଥମ, ଡି.ଏ.ଭି. ପବ୍ଳିକ୍ ସ୍କୁଲଳ ବାଳକ ବର୍ଗ ଦି୍ୱତୀୟ,ଜିଲ୍ଲା ସ୍କୁଲର  ବାଳକ ସିଭିଲ  ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ଶ୍ରେଷ୍ଠ ପ୍ଳାଟୁନ କମାଣ୍ଡର ଭାବେ ଜବାହର ନବୋଦୟ ବିଦ୍ୟାଳୟର ବାଳକ ବର୍ଗର ପ୍ଳାଟୁନ କମାଣ୍ଡର ଅନନ୍ତଜ୍ୟୋତି ବିଶ୍ୱାଳ, ପ୍ୟାରେଡ୍ କମାଣ୍ଡର ରିଜର୍ଭ ଇନିସ୍ପେକ୍ଟର କାହ୍ନୁ ଚରଣ ମାର୍ଣ୍ଡ, ସେକେଣ୍ଡ ଇନ୍‌  କମାଣ୍ଡ ବୀରସିଂ ସବରଙ୍କୁ ସପଂଳ ଭାବେ ପ୍ୟାରେଡ ପରିଚାଳନା କରିଥିବାରୁ ପୁରସ୍କୃତ କରାଯାଇଥିଲା । ପରେ ଡି.ଏ.ଭି. ପବ୍ଳିକ୍  ସ୍କୁଲ, ଯାଜପୁର,  ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଯାଜପୁର ନଗର, ଜବାହର ନବୋଦୟ ବିଦ୍ୟାଳୟ, ପାଣିକୋଇଲି, ସର୍ବମଙ୍ଗଳ ନୋଡାଲ ଉଚ୍ଚ ବିଦ୍ୟାଳୟ, ଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମର ଚ୍ଥାତ୍ର ଚ୍ଥାତ୍ରୀ ମାନେ ସାଂସ୍କୃତିକ କାର‌୍ୟ୍ୟକ୍ରମ ପରିବେଷଣ କରିଥିଲେ ।  ପରେ ପରେ ମୁଖ୍ୟ ଅତିଥି କୁଷ୍ଠାଶ୍ରମ, ବାଳାଶ୍ରମର ଅନ୍ତେବାସୀ, ସବ୍‌-ଜେଲ୍‌ର ଅନ୍ତେବାସୀ ମାନଙ୍କୁ ମିଷ୍ଟାନ୍ନ ଓ ଜିଲ୍ଲା ତ୍ମଖ୍ୟ ଚିକିତ୍ସାଳୟର ରୋଗୀ ମାନଙ୍କୁ ପଂଳ  ବଣ୍ଟନ କରିଥିଲେ । ପୂର୍ବରୁ ମୁଖ୍ୟ ଅତିଥି ଗାନ୍ଧି ଚ୍ଥକ ଠାରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ଓ ଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।   ବିଭିନ୍ନ ଶିକ୍ଷାନୁଷ୍ଠାନର ଚ୍ଥାତ୍ଥ୍ର ଚ୍ଥାତ୍ରୀ ମାନେ ପ୍ରଭାତପେଂରୀ କରିଥିଲେ ।ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଓ ମୁଖ୍ୟ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟାକ୍ରମରେ ଜିଲ୍ଳା ପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି,  ଜିଲ୍ଲାପାଳ ରଂଜନ କୁମାର ଦାସ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା, ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ,   ବି.ଡି.ଓ. ସୈାରଭ ଚକ୍ରବର୍ତ୍ତୀ, ବିଭିନ୍ନ ବିଭାଗର ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି,  ଶିକ୍ଷକ ଶିକ୍ଷୟତ୍ରୀ, ଚ୍ଥାତ୍ର ଚ୍ଥାତ୍ରୀ ଓ ସାଧାରଣ ଜନତା ପ୍ରମୁଖ ଯୋଗ ଦେଇଥିଲେ ।  ପ୍ରତ୍ୟୁଷ ଘ. ୪.୩୦ ମିନିଟ୍ ସମୟରେ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସହର ମଧ୍ୟରେ  ରାମଧୂନ ପରିବେଷଣ କରାଯାଇଥିଲା ।ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ  ଓ ସମସ୍ତ କର୍ମଚାରୀଙ୍କ  ଦା୍ୱରା କାର‌୍ୟ୍ୟକ୍ରମ  ପରିଚାଳନା କରାଯାଇଥିଲା  ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.