Home ଓଡ଼ିଶା  ବଡଦାଣ୍ଡରେ ଇସ୍କନ ବିଦେଶୀ  ରକ୍ ବ୍ୟାଣ୍ଡ ଗାୟକଙ୍କ ଗୀତରେ ଭକ୍ତ ହେଲେ ମନ୍ତ୍ରମୁଗ୍ଧ

 ବଡଦାଣ୍ଡରେ ଇସ୍କନ ବିଦେଶୀ  ରକ୍ ବ୍ୟାଣ୍ଡ ଗାୟକଙ୍କ ଗୀତରେ ଭକ୍ତ ହେଲେ ମନ୍ତ୍ରମୁଗ୍ଧ

305

ପୁରୀ ୨୬ା୧(ଓଡିଆ  ପୁଅ/ବିରଞ୍ଚିନାରାୟଣ ପତ୍ରୀ ) ଅନ୍ତର୍ଜାତୀୟ ସଙ୍ଗଠନ ଇସ୍କନରେ ୨୨ ବର୍ଷ ତଳେ ଯୋଗ ଦେଇଥିବା ଋଷୀୟ ନାଗରିକ ରଶେଲ ଦୁଇ ମାସ ହେବ ଭାରତ ଆସିଛନ୍ତି । ପୁରୀ ଆସିବା ପରେ ସପ୍ତାହେ ହେବ ଶ୍ରୀମନ୍ଦିର ପାଖରେ ବସି ଭଜନ ଗାଇ ଦାନ ମାଗୁଛନ୍ତି । ତାଙ୍କୁ ଶୁଣିବା ପାଇଁ ଭକ୍ତଙ୍କ ବେଶ୍ ଭିଡ଼ ଜମୁଛିା ଶ୍ରୀକୃଷ୍ଣଙ୍କ ଭକ୍ତି ପରମ୍ପରାକୁ ବିଶ୍ୱବ୍ୟାପୀ ପ୍ରଚ଼ାର-ପ୍ରସାର କରୁବା ମୁଳ ଲକ୍ଷଙ୍କର ବଡ଼ଦାଣ୍ଡରେ ରକ୍ ବ୍ୟାଣ୍ଡ୍ ଶୈଳୀରେ ନିଜେ ବାଜା ବଜେଇ ଗାଉଛନ୍ତି ‘ହରେ କୃଷ୍ଣ ହରେ ରାମ’ ଧୁନ୍ ଓ କିଛି ଭଜନ । ତା’ ସହ ଦାନ ମାଗୁଛନ୍ତି ଇସ୍କନ ସଂସ୍ଥା ପାଇଁ ।

 

ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଭକ୍ତିରେ ବିହ୍ୱଳ ହୋଇ ସୁଦୂର ଋଷିଆରୁ ଶ୍ରୀକ୍ଷେତ୍ର ପୁରୀ ଆସିଛନ୍ତି ଋଷୀୟ ନାଗରିକ ରଶେଲ ।ଶ୍ରୀମନ୍ଦିର ନିକଟରେ ଏମାର ମଠ ଚ଼କଡା ପଟେ ପ୍ରତି ସଂନ୍ଧ୍ୟାରେ ରକ୍ ବ୍ୟାଣ୍ଡ୍ ଶୈଳୀରେ ଭଜନ ଗାଉଥିବା ରଶେଲଙ୍କୁ ଶୁଣିବା ପାଇଁ ବେଶ୍ ଭିଡ଼ ଜମୁଛି । ମନ୍ଦିରକୁ ଆସୁଥିବା ଭକ୍ତମାନେ ମନ୍ତ୍ରମୁଗ୍ଧ ହୋଇ ତାଙ୍କୁ ଶୁଣୁଛନ୍ତି ଓ ତାଙ୍କ ଗାୟନ-ବାଦନର ଭିଡିଓ ନିଜ ମୋବାଇଲ୍ ଫୋନ୍ କ୍ୟାମେରାରେ ବନେଇ ନେଇଯାଉଛନ୍ତି । ଆଉ ଯିବା ପୂର୍ବରୁ ରଶେଲଙ୍କ ଦାନ ପାତ୍ରରେ ଦେଇଯାଉଛନ୍ତି କିଛି ଟଙ୍କା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.