Home ଜିଲ୍ଲା ପରିକ୍ରମା ଗୋବିନ୍ଦ ପୁଣି ମାଲକାନଗିରି ଜିଲ୍ଲାକଂଗ୍ରେସ କମିଟି ସଭାପତି

ଗୋବିନ୍ଦ ପୁଣି ମାଲକାନଗିରି ଜିଲ୍ଲାକଂଗ୍ରେସ କମିଟି ସଭାପତି

37

ମାଲକାନଗିରି,୧୮ା୧୦(ଓଡିଆ ପୁଅ ) ଜାତୀୟ କଂଗ୍ରସ ସଭାପତି ଙ୍କ ଅନୁମୋଦନ କ୍ରମେ ଜାତୀୟ କଂଗ୍ରସ କମିଟି ସାଧାରଣ ସଂପାଦକ ତଥା ସଂସାଦ କେ.ସି .ବେଣୁ ଗାପାଳ ଆଜି ଓଡିଶା କଂଗ୍ରସ ଦଳର ୩୩ଟି ସାଙ୍ଗଠନିକ ଜିଲ୍ଲାପାଇଁ ଜିଲ୍ଲାସଭାପତି ପଦବି ଘୋଷଣା କରିଛନ୍ତି । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ସଭାପତି ଭାବେ ପୁଣିଥରେ ଗୋବନ୍ଦ ଚନ୍ଦ୍ର ପାତ୍ରଙ୍କୁ ମନୋନିତ କରାଯାଇଛି । ଶ୍ରୀ ପାତ୍ର ବିଗତ ୧୦ବର୍ଷ ଧିର ଜିଲ୍ଲାକଂଗ୍ରେସ ସଭାପତି ଭାବେ ରହିଆସିଥିଲେ । ଏହା ପୁବ ର୍ରୁ ସେ ଜିଲ୍ଲା ଯୁବ କଂଗ୍ରସ ସଭାପତି ଭାବେ ୮ବର୍ଷ ଧରି କାର୍ଯ୍ୟକରୁଥିଲେ । ଶ୍ରୀ ପାତ୍ର ଛାତ୍ରଜୀବନରୁ ରାଜନୀତରେ ଭାଗନେଇ କଂଗ୍ରେସ ଦଳରେ ଯୋଗଦେଇ ଅଦ୍ୟାବଦି କଂଗ୍ରେସ ଦଳରେ ରହିଆସିଛନ୍ତି । ପୁଣି ଥରେ ଜାତୀୟ କଂଗ୍ରସ କମଟି ପକ୍ଷରୁ ତାଙ୍କୁ ନୂତନ ସଭାପତି ଭାବେ ମନୋନିତ କରିଥିବାରୁ ସେ ଜାତୀୟକଂଗ୍ରସ କମଟି ସଭାପତି ଓ ସଂପାଦକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଗାମି ଦିନରେ କଗ୍ରେସ ଦଳର ସଂଗଠନକୁ ମଜଭୁତ କରି ସାଂଗଠାନିକ କାର୍ଯ୍ୟପ୍ରତି ଗୁରୁତ୍ୱ ଦେବେ ବୋଲି କହିଛନ୍ତି । ପୁଣି ଥରେ ଗିବିନ୍ଦ ପାତ୍ର ସଭାପତି ଭାବେ ମନୋନୀତ ହୋଇଥିବାରୁ ଜିଲ୍ଲାକଂଗ୍ରେସ ଦଳ ପକ୍ଷରୁ ଶ୍ରୀପାତ୍ରଙ୍କୁ ସ୍ୱାଗତ ସମ୍ବୋର୍ଦ୍ଦନା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.