ଭଦ୍ରକ, ୩ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଗୋପବନ୍ଧୁ ସେବକ ସେନା ପକ୍ଷରୁ ବନ୍ୟା ବିପନ୍ନମାନଙ୍କୁ ଶୁଖିଲା ଖାଦ୍ୟ , ପାଣି ବୋଟଲ ଓ ଓଆରଏସ ବଣ୍ଟନ କରାଯାଇଥିବା ଜଣାପଡ଼ିଛି। ସେବକ ସେନାର କର୍ମକର୍ତ୍ତାମାନେ ବ୍ଲକର ବାରୋ ପଞ୍ଚାୟତ ଅଧିନ ୧୦ ଓ ୧୧ ନମ୍ବର ୱାର୍ଡରେ ପାଣିଘେରରେ ଥିବା ୨୬୦ରୁ ଅଧିକ ବିପନ୍ନଙ୍କ ଘରେଘରେ ପହଞ୍ଚି ସେମାନଙ୍କୁ ଚୁଡା,ଗୁଡ, ବିସ୍କୁଟ ଓ ପାଣି ବୋତଲ ସହିତ ଓ.ଆ.ର୍ଏସ୍ ବଣ୍ଟନ କାରିଥଲେ ।ଏଥିସହିତ ଦହପାଣିଆ ଗ୍ରାମର ୪୦ରୁ ଅଧିକ ପରିବାରଙ୍କୁ ମଧ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରାଯାଇଥିଲା। ସେହିପରି ଦହପାଣିଆ ସରକାରୀ ହାଇସ୍କୁଲର ହଷ୍ଟେଲରେ ରହୁଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବିସ୍କୁଟ, ପାଣି ବୋତଲ ଏବଂ ଓଆରଏସ୍ ଯୋଗାଇ ଦିଆଯାଇଥିଲା।ସେବାର ପ୍ରକୃତ ଅର୍ଥ କେବଳ ଦାନ ନୁହେଁ, ବରଂ ବିପଦ ବେଳେ ମଣିଷର ହାତ ଧରି ତା’ର ଦୁଃଖକୁ ନିଜର ବୋଲି ଅନୁଭବ କରିବା ଉଚିତ। ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ମହାନ ଆଦର୍ଶରେ ଅନୁପ୍ରାଣିତ ଗୋପବନ୍ଧୁ ସେବକ ସେନାର ଏହି ମହତ୍ ସେବା ଓ ମାନବିକ କାର୍ଯ୍ୟ ପାଇଁ ସେ ପ୍ରଶଂସାର ପାତ୍ର ହେବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କ ପାଇଁ ପ୍ରେରଣା ଦାୟକ ହୋଇପାରିଛନ୍ତି। ସେବକ ସେନାର ସଭାପତି ରାଜୀ୍ୱ କୁମାର ନାୟକ,ଉପସଭାପତି ଅଭିରାମ ଦାସ,ସମ୍ପାଦକ ଅଶୋକ କୁମାର ନାୟକ,ସହ ସଂପାଦକ ବିରେନ କୁମାର ସେନାପତି,ଉପଦେଷ୍ଟା ରାମଚନ୍ଦ୍ର ନାୟକ, କ୍ଷୀରୋଦ କୁମାର ଦାସ, ଗୌରାଙ୍ଗ ଜେନା,ରବିନ୍ଦ୍ର ଶତପଥୀ,ରତ୍ନାକର ନାୟକ, ତୁଷାର ସ୍ୱାଇଁ,ସଦସ୍ୟ ରବିନ୍ଦ୍ର ଘଡାଇ,ଅମୂଲ୍ୟ ସାହୁ,ପ୍ରଭୁ ପ୍ରସାଦ ପାଢ଼ୀ, ନିରାକାର ବେହେରା,ରତିକାନ୍ତ ମଲ୍ଲିକ,ଚନ୍ଦ୍ରକାନ୍ତ ମହାଳିକ,କୁନା ସାହୁ ପ୍ରମୁଖ ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ଓ ପାଣି ବୋଟଲ ବଣ୍ଟନ କରିଥିଲେ।








