Home ଓଡ଼ିଶା ଗୋଟିଏ ଦିନରେ ୯ ଆକ୍ରାନ୍ତ ଚିହ୍ନଟ,୧୯ରେ ପହଁଚିଲା ଆକ୍ରାନ୍ତଙ୍କ ସଂଖ୍ୟା,

ଗୋଟିଏ ଦିନରେ ୯ ଆକ୍ରାନ୍ତ ଚିହ୍ନଟ,୧୯ରେ ପହଁଚିଲା ଆକ୍ରାନ୍ତଙ୍କ ସଂଖ୍ୟା,

256

ମାଲକାନଗିରି,୨୫ା୫( ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ ବଢିଚାଲିଛି କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା । ଆଜି ଗୋଟିଏ ଦିନରେ ୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ କରୋନା ମହାମାରୀ କାୟାବିସ୍ତାର କରି ତିନୋଟି ବ୍ଲକର ୫ଟି ପଚାଂୟତ ରେ ପହଁଚିଗଲାଣି, ୬ଦିନ ମଧ୍ୟରେ ୧୯ ଜଣ କରୋନା ସଂକ୍ରମଣ ଚିହ୍ନଟ ହୋଇସାରିଲେଣି । ଆଜିର ୯ ଜଣ ଚିହ୍ନଟ ଙ୍କ ମଧ୍ୟରୁ ୮ଜଣ ପୁରୁଷ ଓ ଜଣେ ମହିଳା ରହିଛନ୍ତି ସେମାନଙ୍କ ମଧ୍ୟରୁ ତାମିଲନାଡୁ,ତେଲେଙ୍ଗାନା ରାଜ୍ୟ ଫେରନ୍ତା ୪ଜଣ ପୁରଷ ଶ୍ରମିକ କାଲିମେଳା ବ୍ଲକ ଅଚଂଳରେ ଥିବା କ୍ୱାରେଟାଂଇନ ରେ ରହୁଥିବା ବେଳେ ଅନ୍ୟଜଣେ ପଡିଆ ବ୍ଲକ ବାପନପାଲି ପଚାଂୟତର ମହିଳା ଆଶାକର୍ମୀ । ଅନ୍ୟ୪ଜଣ ଆନ୍ଦ୍ରପ୍ରଦେଶ ଫେରନ୍ତା ମାଲକାନଗିରି ବ୍ଲକ ଅଚଂଳର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର କ୍ୱାରେଟାଂଇନ ରହୁଥିଲେ ବୋଲି ଜଣାପଡିଛି । ପ୍ରଥମ ଥରକରି ଆଜି ମାଲକାନଗିରି ଜିଲ୍ଲାସଦର ମହକୁମା ରୁ ୪ଜଣ ଓ ପଡିଆ ବ୍ଲକରୁ ଆଶାକର୍ମୀ ଜଣେ ଚିହ୍ନଟ ହୋଇଛନ୍ତି । କେବଳ କାଲିମେଳା ବ୍ଲକ ଅଚଂଳରୁ ଲଗାତର ଭାବେ ୧୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖଇରପୁଟ ବ୍ଲକ ଅଚଂଳରୁ ଜଣେ ଓ ମାଲକାନଗିରି ବ୍ଲକ ମାର୍କାପାଲି ପଚାଂୟତ ଅଚଂଳରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ଗତ ୬ ଦିନ ମଧ୍ୟରେ ୧୯ଜଣ କରୋନା ଆକ୍ରନ୍ତ ଚିହ୍ନଟ ହୋଇସାରିଲେଣି । କାଲିମେଳା ବ୍ଲକର ପୁଷୁଗୁଡା,ଏମଭି୭୨,ମାଲକାନଗିରି ପୌରପରିଷଦ,ପଡିଆ ବ୍ଲକ ବାପନପାଲି,ମାଲକାନଗିରି ବ୍ଲକର ମାର୍କାପାଲି, ଖଇରପୁଟ ବ୍ଲକ ର ରାଷବେଡା ଅଚଂଳ ରେ ଥିବା ୭ଟି କ୍ୱାରେଟାଂଇନ କେନ୍ଦ୍ର ଗୁଡିକୁ କଟେଂନମେଟଂ ଜୋନ ଭାବେ ଘୋଷଣା କରାଯାଇ ସେ ଅଚଂଳରେ ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସେ ଅଚଂଳରେ ଦୋକାନବଜାର ବନ୍ଦରହିବା ସହ କେହି ଗ୍ରାମବାସୀ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ଆଜିର ସଂକ୍ରମଣଙ୍କ ଟ୍ରାଭେଲ ରିପୋର୍ଟ ଜଣାପଡିଯାଇଛି ,ଚିହ୍ନଟ ଆକ୍ରାନ୍ତ ମାନେ ଅନ୍ୟ କେଉଁ ଲୋକଙ୍କ ସଂସ୍ପର୍ଷରେ ଆସିଛନ୍ତି କି ନାହିଁ ତାହାର ତଦନ୍ତ ଚାଲିଛି । ପଡିଆ ବ୍ଲକ ବାପାନପାଲି ପଚାଂୟତର ଚିହ୍ନଟ ହୋଇଥିବା ଆଶାକର୍ମୀ ଙ୍କ ଗାଁ କୁ କଟେଂନମେଟଂ ଜୋନ ଘୋଷଣା କରାଯାଇଛି । ଯେଉଁ ମାନେ ଆଶାକର୍ମୀ ଙ୍କ ସଂସ୍ପର୍ଶରେ ଆସିଥିଲେ ଚିହ୍ôନଟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ସମସ୍ତ ଆକ୍ରାନ୍ତଙ୍କୁ କୋଭିଡ୧୯ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇ ଚିକିତ୍ସା କରାଯାଉଛି । କରୋନା ସଂକ୍ରମଣ ଠାରୁ ସତର୍କ ରହିବା ପାଇଁ ଜିଲ୍ଲାପ୍ରଶାସନ ପ କ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଏଥିରେ କେହି ଭୟଭିତ ହୁଅନ୍ତୁନାହିଁ,ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ,ମାସ୍କ ବ୍ୟବହାର କରିବା ସହିତ ସାମାଜିକ ଦୂରତା ବଜାୟୀ ରଖନ୍ତୁ, ସରକାର ଓ ଜିଲ୍ଲାପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ନୀୟମ କୁ ମାନନ୍ତୁ ବୋଲି ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.