Home ଓଡ଼ିଶା ସ୍ନାନଯାତ୍ରାରେ ୧୫୦ ଜଣ ଦଇତାପତି ସେବା କରିବା ନିଷ୍ପତି

ସ୍ନାନଯାତ୍ରାରେ ୧୫୦ ଜଣ ଦଇତାପତି ସେବା କରିବା ନିଷ୍ପତି

170

ପୁରୀ, ୨୫/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ସ୍ନାନ ଯାତ୍ରା ନେଇ ରଥଖଳା ଚଳଚଂଚଳ ଥିବା ବେଳେ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ଦୈତାପତି ନିଯୋଗର ଏକ ବୈଠକ ବସି ୧୫୦ଜଣ ଦୈତାପତି ଭଗାରୀ ସ୍ନାନ ଯାତ୍ରା ରେ ସେବା କରିବା ନେଇ ନିଷ୍ପତି ହୋଇଛି। ଅନ୍ୟ ପଟେ ଆଜି ପୁଲିସ ମହାନିର୍ଦେଶକ ଙ୍କ ପୁରୀ ଗ୍ରସ୍ତ ସ୍ନାନ ଯାତ୍ରା ଆୟୋଜନ କୁ ନେଇ ବଢାଇଛି ଉତ୍ସୁଛୁକୁତା। ବାଡଗ୍ରାହୀ ଙ୍କ ସମେତ ୧୫୦ ଜଣ ଦୈତାପତି ସେବାୟତ ଶ୍ରୀ ଜିଉ ଙ୍କ ସ୍ନାନ ଯାତ୍ରା ଓ ଅଣସର ନୀତି କରିବେ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବାଡ ରେ ୫୦ଜଣ, ବଳଭଦ୍ର ଙ୍କ ବାଡରେ ୫୦ଜଣ, ଦେବୀ ସୁଭଦ୍ରା ଙ୍କ ବାଡରେ ୩୦ ଜଣ ଓ ସୁର୍ଦଶନ ଙ୍କ ବାଡରେ ୨୦ଜଣ ସେବାୟତ ସ୍ନାନ ଯାତ୍ରା, ଅଣସର ନୀତି ସଂପାଦନ କରିବେ ବୋଲି ନିଯୋଗ ବୈଠକରେ ନିଷ୍ପତି ହୋଇଛି। ସ୍ନାନ ଯାତ୍ରା ଶୃଙ୍ଖଳିତ ଭାବରେ ହେବା ସହ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କର ପହଣ୍ଡି ଓ ସ୍ନାନ ନୀତି କରିବା ନେଇ ବୈଠକରେ ନିଯୋଗ ପକ୍ଷରୁ ଆଲୋଚନା କରାଯାଇଥିଲା। କୋଭିଡ୍‌୧୯ ର ନିୟମକୁ ମାନି ସାମାଜିକ ଦୂରତା ଅବଲମ୍ବନ କରି ସ୍ନାନ ବେଦୀ ଉପରେ ସୀମିତ ସଂଖ୍ୟକ ଦୈତାପତି ସେବାୟତ ଉପସ୍ଥିତ ରହିବେ। ଆଜି ଏ ନେଇ ନିଯୋଗ ପକ୍ଷରୁ ସବିଶେଷ ରିପୋର୍ଟ ପ୍ରସ୍ତୁତ କରି ଶ୍ରୀ ମନ୍ଦିର ପ୍ରଶାସନ କୁ ଦିଆଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.