Home ଓଡ଼ିଶା ସ୍ୱାଭିମାନ ଅଚଂଳରେ ଘର ସହ ଦୋକାନ ପୋଡି ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଠ

ସ୍ୱାଭିମାନ ଅଚଂଳରେ ଘର ସହ ଦୋକାନ ପୋଡି ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଠ

172

ମାଲକାନଗିରି,୨୫ା୫( ଓଡିଆ ପୁଅ )ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକସ୍ଥ ସ୍ୱାଭିମାନ ଅଚଂଳ ରାଲେଗଡା ପଚାଂୟତ ସାରୁକବନ୍ଧ ଗ୍ରାମରେ ଅଗ୍ନିକାଣ୍ଡ ଘଟି ବାସଗୃହ ସହ ଦୋକାନ ଘର ପୋଡିଯାଇ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଠ ହୋଇଯାଇଛି । ଆଜି ସକାଳେ ସାରୁକବନ୍ଧ ଗ୍ରାମରେ ଦାନୁଖିଲ ଙ୍କ ପରିବାର ଲୋକେ ବାହାରକୁ ନିତ୍ୟକର୍ମ କରିବାକୁ ଯାଇଥିବା ବେଳେ କୌଣସି କାରଣରୁ ତାଙ୍କଘରେ ହଟାତ ନିଆଁ ଲାଗି ବାସଗୃହ ସହ ଦୋକାଘର ପୋଡିଯାଇଥିଲା, ଏହା ଦେଖି ଦାନୁଖିଲ ଗ୍ରାମବାସୀ ମାନଙ୍କୁ ଡାକପକାଇ ଥିଲେ, ଗ୍ରାମବାସୀଙ୍କ ସହାୟତାରେ ନିଆଁଲାଭାଇବା ପାଇଁ ଚେଷ୍ଟାକରିଥିଲେ ମଧ୍ୟ ନିଆଁର ପ୍ରକୋପରେ ବାସଗୃହ ନିକଟରେ ଥିବା ଦୋକାନଗୃହଟି ପୋଡିଯାଇଥିଲା ।ଘରେ ଥିବା ଧାନ,ଚାଉଳ, ମାଣ୍ଡିଆ,ବିରି,କୋଳଥ, ବାସନ,କୁସନ,ଲୁଗାପଟା ଗୃହ ଉପକରଣ ଓ ଦୋକାନରେ ଥିବା ସାମଗ୍ରୀ ସବୁପୋଡି ପାଉଁସ ହୋଇଯାଇଛି । ଦାନୁଖିଲ ଜଣେ ଅତ୍ୟନ୍ତ ଗରିବ ଆଦିବାସୀ ସେ ଧାରକରଜ କରି ନିଜ ଘରେ ଏକ ଛୋଟିଆ ତେଜରାତି ଦୋକାନଟିଏ କରି ପରିବାର ପ୍ରତିପୋଷଣ କରୁଥିଲେ, ବାସଗୃହ ସହ ଦୋକାନ ପୋଡି ଯାଇଥିବାରୁ ସେ ଏବେ ସବ ର୍ହରା ହୋଇ ଦାଣ୍ଡର ଭିକାରୀ ବନିଯାଇ ଛନ୍ତି । ତାଙ୍କୁ ଜିଲ୍ଲାପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ମାନେ ଦାବିକରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.