Home ଓଡ଼ିଶା ଗୈାରାଙ୍ଗପୁର ପଞ୍ଚାୟତ ଦଖଲ ପାଇଁ ଭାଜପା ର ସମାବେଶ

ଗୈାରାଙ୍ଗପୁର ପଞ୍ଚାୟତ ଦଖଲ ପାଇଁ ଭାଜପା ର ସମାବେଶ

60

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୧/୦୯- ସାରା ରାଜ୍ୟ ରେ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୈତିକ ଦଳ ଗୁଡିକ ତତ୍‌ପର ହୋଇ ଉଠିଛନ୍ତି । ସେହିଭଳି ଭାବରେ ନୟାଗଡ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀ ଗୈାରାଙ୍ଗପୁର ଗ୍ରାମ ପଞ୍ଚାୟତ ବିଲଗାଡିଆ ଠାରେ ଏକ ଭାଜପା କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି ।


ଏଥିରେ ଭାଜପା ର ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର , ଭାଜପା ଜିଲ୍ଲା ସଭାପତି ଲାଲା ମନୋଜ ରାୟ , ରଣପୁର ପୁର୍ବତନ ବିଧାୟିକା ତଥା ପୁର୍ବତନ ମନ୍ତ୍ରୀ ସୁରମା ପାଢୀ , ଉପ ସଭାପତି ପରେଶ ମିଶ୍ର ,  ନୟାଗଡ ଜିଲ୍ଲା ପ୍ରଭାରି ନିରଞ୍ଜନ ମିଶ୍ର ଯୋଗ ଦେଇଥିଲେ ୩ ଶହ ରୁ ଉର୍ଦ୍ଧ ମହିଳା ପୁରୁଷ ଭାଜପା କର୍ମୀ ଯୋଗ ଦେଇଥିଲେ । ଆଗାମୀ ପଞ୍ଚାୟତ ନିର୍ବାଚନ ରେ ଭାଜପା ଜିତିବା ପାଇଁ ହେଲେ ବୁଥ୍ ସ୍ତରରେ ଦଳ କୁ ମଜଭୁତ୍ କରିବା ପାଇଁ ଲେଖାଶ୍ରୀ ସାମନ୍ତସିଂହାର ଉପଦେଶ ଦେଇଥିଲେ । ଗୈାରାଙ୍ଗପୁର ପଞ୍ଚାୟତ ଭାଜପା ସଭାପତି ବାନାମ୍ବର ସାମନ୍ତରାୟ ଙ୍କ ଅଧ୍ୟକ୍ଷତା ରେ ଏହି କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.