Home ଓଡ଼ିଶା ଓଡିଶା ପର୍ଯ୍ୟଟନ ମାନଚିତ୍ର ଦୃଷ୍ଟି ଆଢୁଆଳ ରେ ମନ୍ଦିର ମାଳିନୀ ରଣପୁରଗଡ

ଓଡିଶା ପର୍ଯ୍ୟଟନ ମାନଚିତ୍ର ଦୃଷ୍ଟି ଆଢୁଆଳ ରେ ମନ୍ଦିର ମାଳିନୀ ରଣପୁରଗଡ

116

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୧/୦୯- ସାରା ରାଜ୍ୟ ରେ ପର୍ଯ୍ୟଟନ କ୍ଷେତ୍ର ଗୁଡିକର ଉନ୍ନତି ପାଇଁ ସରକାର ଚେଷ୍ଟା ଚଳାଇଛନ୍ତି । ଯାହାଫଳ ରେ ଅନେକ ଲୋକ ସିଧାସଳଖ ରୋଜଗାର ପାଇବା ସହ ପର୍ଯ୍ୟଟନ କ୍ଷେତ୍ର ରେ ଓଡିଶା ସମୃଦ୍ଧ ହୋଇ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିପାରିବ ।  ଅନେକ ସ୍ଥାନ ରେ ପର୍ଯ୍ୟଟନ କ୍ଷେତ୍ର ଗୁଡିଏ ଥିଲେ ମଧ୍ୟ ବିଭାଗୀୟ ଦୃଷ୍ଟି ଆଢୁଆଳ ରେ ରହିଯାଉଛି । ସେଭଳି ଏକ ପର୍ଯ୍ୟଟନ କେନ୍ଦ୍ର ଗୁଡିଏ ନୟାଗଡ ଜିଲ୍ଲା ରଣପୁର ରେରହିଥିଲେ ମଧ୍ୟ ସେଗୁଡିକ ପ୍ରତି ପର୍ଯ୍ୟଟନ ବିଭାଗ ର ଦୃଷ୍ଟି ନାହିଁ । ତେଣୁ ରଣପୁର ବିକାଶ ମଂଚ ତରଫରୁ ମା ମଣିନାଗ ପୀଠରେ ଏକ ବୈଠକ କରାଯାଇ ଓଡିଶା ପର୍ଯ୍ୟଟନ ମାନଚିତ୍ର ରେ ରଣପୁର ରେ ଥିବା ପର୍ଯ୍ୟଟନ କେନ୍ଦ୍ର ଗୁଡିକ ସ୍ଥାନିତ କରିବା ପାଇଁ ଦାବୀ ହୋଇଛି । ଲୋଧାଚୁଆ ସରପଞ୍ଚ ଜୟନ୍ତ କୁମାର ନାୟାକ ରଣପୁର ପର୍ଯ୍ୟଟନ କେନ୍ଦ୍ର ଗୁଡିକ ପର୍ଯ୍ୟଟନ ମାନଚିତ୍ର ରେ ସ୍ଥାନପାଇଲେ ଓଡିଶା ପର୍ଯ୍ୟଟନ ମାନଚିତ୍ର ର ଇତିହାସ ସମୃଦ୍ଧ ହେବା ସହ ପର୍ଯ୍ୟଟକ ମାନେ ଆକୃଷ୍ଟ ହେବେ , ବିଜୁ ଜନତା ଦଳ ର ମୁଖପାତ୍ର ଡ. ସନ୍ତୋଷ କୁମାର ଲେଙ୍କା ରଣପୁର ପର୍ଯ୍ୟଟନ କେନ୍ଦ୍ର ଗୁଡିକ ପ୍ରତି ପର୍ଯ୍ୟଟନ ବିଭାଗ ଦୃଷ୍ଟି ଦେବାକୁ ଦାବୀ କରିଛନ୍ତି , ଚମ୍ପାପେଡି ସରପଞ୍ଚ କୁହନ୍ତି ଯେ ରଣପୁର ରେ ଅନେକ ପର୍ଯ୍ୟଟନ କେନ୍ଦ୍ର ରହିଛି । ସେଗୁଡିକ ପର୍ଯ୍ୟଟନ ମାନଚିତ୍ର ରେ ସ୍ଥାନିତ ହେବା ନିହାତି ଆବଶ୍ୟକ ।

ରଣପୁର ରେ ଥିବା ଜଗନ୍ନାଥ ମନ୍ଦିର , ଚନ୍ଦନ ପୁଷ୍କରଣୀ , ବାଲୁଙ୍କେଶ୍ୱର ମନ୍ଦିର ରେ ପାଣିରେ ଭାସୁଥିବା ପଥର, ରଘୁନାଥ ଜିୟୁ ମନ୍ଦିର , ଫୁଟା ଲିଙ୍ଗ ସ୍ୱପ୍ନେଶ୍ୱର ମନ୍ଦିର , ପଶ୍ଚିମ ମୁଖା ଚଣ୍ଡେଶ୍ୱର ମନ୍ଦିର ,  ମା ମଣିନାଗ ମନ୍ଦିର , ଉପର ମଣିନାଗ , ବାଘଝର ରେ ଥିବା ଗିରି ହନୁମାନ , ସନ୍ଥ ଭକ୍ତ ଚରଣ ଦାସ ଙ୍କ କୋଟଗଡ  ଗୁମ୍ଫା ଆଶ୍ରମ ,  ପଞ୍ଚସଖା ଅଚ୍ୟୁତା ନନ୍ଦ ଦାଶ ଙ୍କର ସିଦ୍ଧି ସାଧନା ର ପୀଠ  ବାବା କମଳେଶ୍ୱର ,  ଔଷଧିୟ ଜଳ ପ୍ରପାତ ଅସୁରକୁମାରୀ , ଗଙ୍ଗେଶ୍ୱର ମନ୍ଦିର ଓ ଘଞ୍ଚ ଜଙ୍ଗଲର ମା ଖିଲାମୁଣ୍ଡା ସାଙ୍ଗ କୁ ପାଣ୍ଡବ ଗୁମ୍ଫା ରହିଅଛି । ଏଥି ସହ ଶ୍ରୀ ମନ୍ଦିର ସଂସ୍କୃତି ସହ ଜଡିତ ଅନେକ ମଠ ମନ୍ଦିର ରହିଛି । ରଣପୁର ଏକ ମନ୍ଦିର ମାଳିନୀ ଗଡଜାତ । ଏହି ପର୍ଯ୍ୟଟନ ସ୍ଥାନ ଗୁଡିକ ପର୍ଯ୍ୟଟନ ମାନଚିତ୍ର ରେ ସ୍ଥାନ  ନପାଇବା  ସର୍ମ୍ପକେ ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ସତ୍ୟ ନାରାୟଣ ପ୍ରଧାନଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ଏ ସର୍ମ୍ପକେ ମୁଁ ବିଧାନ ସଭା ରେ ପ୍ରଶ୍ନ କରିଥିଲି । ପର୍ଯ୍ୟଟନ ବିଭାଗ ରୁ ଉତ୍ତର ଥିଲା ରଣପୁର ର ଜଗନ୍ନାଥ ମନ୍ଦିର ଓ ଓପର ମଣିନାଗ ପୀଠ ଓଡିଶା ପର୍ଯ୍ୟଟନ ମାନଚିତ୍ର ରେ ସ୍ଥାନ ପାଇ ଅଛି । ବାବା କମଳେଶ୍ୱର ଠାରୁ ଅସୁର କୁମାରୀ, ମାଖିଲାମୁଣ୍ଡା ପୀଠ ଓଡିଶା ପର୍ଯ୍ୟଟନ ମାନଚିତ୍ର ରେ ସ୍ଥାନ ପାଇବା ପାଇଁ ବିଚାରାଧିନ ରହିଅଛି । ରାଜ୍ୟ ସରକାର ରଣପୁର ବିକାଶ ମଂଚର ଦାବୀ କୁ ଦୃଷ୍ଟିଦେବା ପାଇଁ ଅନୁରୋଧ କରାଯାଇଅଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.