Home ଓଡ଼ିଶା ଗିରଫ ହେଲେ ଫାରୁକ ଅବଦୁଲ୍ଲାଙ୍କ ଝିଅ ଓ ଭଉଣୀ

ଗିରଫ ହେଲେ ଫାରୁକ ଅବଦୁଲ୍ଲାଙ୍କ ଝିଅ ଓ ଭଉଣୀ

272

ନୂଆଦିଲ୍ଲୀ,୧୫/୧୦,(ଓଡ଼ିଆ ପୁଅ ପି ନାଏକ): ଧାରା ୩୭୦କୁ ବିରୋଧ କରି ଆଜି ଗିରଫ ହୋଇଛନ୍ତି ଫାରୁକ୍‌ ଅବଦୁଲ୍ଲାଙ୍କ ଭଉଣୀ ଓ ଝିଅ । ଏହାକୁ ପ୍ରତିବାଦ କରି ବିକ୍ଷୋଭ ପ୍ରଦର୍ଶନ କରିବା ସମୟରେ ତାଙ୍କୁ ଗିରଫ କରାଯାଇଛି । ତେବେ ଘାଟିରେ ମଙ୍ଗଳବାର ଦିନ ପ୍ରଥମ ଥର ପାଇଁ ଧାରା ୩୭୦ ହଟିବା ପରେ କିଛି ମହିଳାମାନଙ୍କ ଦ୍ୱାରା ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି । ଅଗଷ୍ଟ ୫ରୁ ଲାଗୁ ହୋଇଥିବା କଟକଣା କୋହଳ ପରେ ଏହି ବିକ୍ଷୋଭ ପ୍ରଥମ ଥର ପ୍ରଦର୍ଶନ କରାଯାଇଛି । ପ୍ରଦର୍ଶନରେ ସାମିଲ୍‌ ଥିବା ଅବଦୁଲ୍ଲାଙ୍କ ଭଉଣୀ ସୁରୈୟା, ଝିଅ ସାଫିଆଙ୍କୁ ଗିରଫ କରାଯାଇଛି । ତେବେ ଏହି ବିରୋଧ କେଉଁ ଦଳ ବା ସଙ୍ଗଠନ ଦ୍ୱାରା କରାଯାଇଛି ତାହା ଏପର୍ଯ୍ୟନ୍ତ ଜଣାପଡି ନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.