Home ଜିଲ୍ଲା ପରିକ୍ରମା ଗାନ୍ଧୀ ବିଚାର ମଂଚର ଆଲୋଚନା ଶିବିର

ଗାନ୍ଧୀ ବିଚାର ମଂଚର ଆଲୋଚନା ଶିବିର

33

ଭଦ୍ରକ, ୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାପାଳଙ୍କ ପୁରୁଣା କାର୍ଯ୍ୟାଳୟ ପରିସରରେ ଗାନ୍ଧୀ ବିଚାର ମଂଚ ପକ୍ଷରୁ ସଭାପତି ପ୍ରାଧ୍ୟାପିକା ଝରଣା ପଟ୍ଟନାୟକଙ୍କ ପୌରୋହିତ୍ୟେରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଗାନ୍ଧିବାଦ୍‌ର ପୁନରୁଦ୍ଧାର କରିବା ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଥିଲା । ଏଥି ସହିତ ଆସନ୍ତା ଗାନ୍ଧୀ ମହାପ୍ରୟାଣ ଦିବସକୁ କୋବିଡ଼ କଟକଣା ମଧ୍ୟରେ ପାଳନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଏଥିରେ ଗାନ୍ଧିବାଦୀ ବକ୍ତାମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଆଲୋଚନା ସଭା କରାଯିବାକୁ ସିଦ୍ଧାନ୍ତ ନିଆ ଯାଇଥିଲା । ବୈଠକରେ ସମ୍ପାଦକ ଶାନ୍ତନୁ କୁମାର ରାଉତ ଗତ ବର୍ଷର ଆୟବ୍ୟୟ ସିହାବ ଉପସ୍ଥାପନ କରିଥିଲେ । ଉପସ୍ଥିତ ସଦସ୍ୟ ସଦସ୍ୟାମାନେ ଏ ନେଇ ସୀମକ୍ଷା କରିବା ପରେ ଏହା ଗୃହୀତ ହୋଇଥିଲା । ଶିକ୍ଷାବିତ୍ ଗଗନ ବିହାରୀ ରାଉତ, ପ୍ରାଧ୍ୟାପକ ଲକ୍ଷ୍ମୀଧର ରାଉତ, ସମାଜସେବୀ ଅବଦୁଲ କାସିମ୍ ଖାଁ ବିଚାର ମଂଚର ନୂତନ ସଦସ୍ୟତା ଗ୍ରହଣ କରିଥିବାରୁ ସେମାନଙ୍କୁ ମଂଚ ତରଫରୁ ସ୍ୱାଗତ କରାଯାଇଥିଲା । ମହାପ୍ରୟାଣ ଦିସବରେ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ନିମନ୍ତେ ପ୍ରତିଭା ଚୟନ ପାଇଁ ଏକ ୫ଜଣିଆ କମିଟି ଗଠନ କରାଯାଇଥିଲା । ବୈଠକରେ ବାବୁଲାଲ ଦାସ, ସୁଧାକର ରାଉତ, ଏସ୍‌.ଏମ୍ ଫାରୁକ୍‌, ଉଦୟନାଥ ମହାନ୍ତି, ଅଜିତ କୁମାର ନାୟକ, ଗୀତାରାଣୀ ଆଇଚ, ଲଲାଟେନ୍ଦୁ ମହାନ୍ତି, ଡାକ୍ତର ହରେକୃଷ୍ଣ ନାୟକ, କ୍ଷୀରୋଦ କୁମାର ମିଶ୍ର, ଡ. ରାଧାରାଣୀ ମହାପାତ୍ର, ଶାନ୍ତିଲତା ନାଗ, ତପସ୍ୱିନୀ ପାଢୀ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ । ସୁଧାକର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.