Home ଜିଲ୍ଲା ପରିକ୍ରମା ଗାଁରେ ଚୋରକୁ ଧରି ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ, ଉଦ୍ଧାର କଲା ପୁଲିସ୍

ଗାଁରେ ଚୋରକୁ ଧରି ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ, ଉଦ୍ଧାର କଲା ପୁଲିସ୍

92

ଭଦ୍ରକ, ୧୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ଥାନା ଅଧୀନସ୍ଥ ଓରାସାହି ପଞ୍ଚାୟତର ଚାନ୍ଦକୁଡାରେ ଏକ ଚୋରକୁ ଗ୍ରାମବାସୀ ଧରି ଏକ ଗଛରେ ବାନ୍ଧି ମାଡ ମାରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ତେବେ ବିଳମ୍ବରେ ହେଉ ପଛେ ସ୍ଥାନୀୟ ପୁଲିସ୍ ଖବର ପାଇ ଚୋରଟିକୁ ଲୋକଙ୍କ କବଳରୁ ଉଦ୍ଧାର କରି ଥାନାକୁ ଆଣି ଅଧିକ ତଦନ୍ତ ଆରମ୍ଭ କରିଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଗତକାଲି ବିଳମ୍ବିତ ରାତିରେ ଚାନ୍ଦକୁଡାର ଏକ ଦୋକାନ ଘରର ପଛପଟ କବାଟ ଭାଙ୍ଗି ଚାନ୍ଦବାଲି ଅଂଚଳର ୪ ଜଣ ଚୋରି କରୁଥିବା ସମୟରେ ଦୋକାନ ନିକଟରେ ରହୁଥିବା ପରିବାର ଲୋକେ ଉଠିପଡିଥିଲେ । ଏହାଦେଖି ୩ ଜଣ ଚୋର ଖସିଯିବାର ସକ୍ଷମ ହୋଇଥିବାବେଳେ ଜଣେ ଗ୍ରାମବାସୀଙ୍କ ହାତରେ ଧରାପଡିଥିଲା । ଲୋକମାନେ ଚୋରଟିକୁ ଏକ ଗଛରେ ବାନ୍ଧି ମାଡ ମାରିବା ସହ ପୁଲିସ୍‌କୁ ଖବର ଦେଇଥିଲେ । ପୁଲିସ୍ ଘଟଣାସ୍ଥଳରେ ପହଞ୍ôଚ ଚୋରଟିକୁ ଥାନାକୁ ଆଣି ପ୍ରାଥମିକ ତଦନ୍ତ ସମୟରେ ଫେରାର ୩ ଜଣ ସମେତ ସମସ୍ତଙ୍କ ଠିକଣା ସଂଗ୍ରହ କରିବା ସହ ସେମାନଙ୍କ ଘର ଚାନ୍ଦବାଲି ଅଂଚଳର ବୋଲି ଜାଣିବାକୁ ପାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.