Home Coronavirus Outbreak ଗଳାରୁ କରୋନା ଭୂତାଣୁ ସଫା କରିଦେବ ମଦ: ମୁଖ୍ୟମନ୍ତ୍ରୀଙ୍କୁ କଂଗ୍ରେସ ବିଧାୟକଙ୍କ ଚିଠି ..

ଗଳାରୁ କରୋନା ଭୂତାଣୁ ସଫା କରିଦେବ ମଦ: ମୁଖ୍ୟମନ୍ତ୍ରୀଙ୍କୁ କଂଗ୍ରେସ ବିଧାୟକଙ୍କ ଚିଠି ..

900

ଭୁବନେଶ୍ୱର: କରୋନା ଭୂତାଣୁ ଆତଙ୍କ ଯୋଗୁଁ ସାରା ଦେଶରେ ଲକ୍ ଡାଉନ୍ ଜାରି ରହିଛି। ଏଥିନେଇ ଅନେକ ପ୍ରତିବନ୍ଧକ ଲଗାଯାଇଛି। ଲକ୍ ଡାଉନ୍ ଯୋଗୁଁ ସାରା ଦେଶରେ ମଦ ଦୋକାନ ମଧ୍ୟ ବନ୍ଦ ରହିଛି। ତେବେ, ଏହି ସମୟରେ ରାଜସ୍ଥାନର କୋଟା ସ୍ଥିତ ସାଙ୍ଗୋଡ ବିଧାନସଭା ଆସନରୁ କଂଗ୍ରେସ ବିଧାୟକ ଭାରତ ସିଂ କୁନ୍ଦନପୁର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କୁ ଏକ ଚିଠି ଲେଖି ମଦ ଦୋକାନ ଖୋଲିବାକୁ ନିବେଦନ କରିଛନ୍ତି। କଂଗ୍ରେସ ବିଧାୟକ ଏଥିପାଇଁ ଯୁକ୍ତି କରିଛନ୍ତି ଯେ ମଦ୍ୟପାନ କରିବା ଦ୍ୱାରା ଗଳାରୁ କରୋନା ଭୂତାଣୁ ସଫା ହୋଇଯିବ!

କଂଗ୍ରେସ ବିଧାୟକ ଭାରତ ସିଂ କୁନ୍ଦନପୁର ମଦ ଦୋକାନ ଖୋଲିବାକୁ ଦାବି କରି ଗେହଲଟ ସରକାରଙ୍କୁ ତାଙ୍କ ଚିଠିରେ ଲେଖିଛନ୍ତି ଯେ, ଯଦି ମଦରେ ହାତ ଧୋଇଲେ କରୋନା ଭାଇରସ୍ ସଫା ହୋଇପାରୁଛି, ତେବେ ମଦ୍ୟପାନ କରିବା ଦ୍ୱାରା ଗଳାରୁ ମଧ୍ୟ ଏହି ଭୂତାଣୁ ସଫା ହୋଇପାରିବ। ଏହା ସହ ସେ ନିଜ ଚିଠିରେ ଲେଖିଛନ୍ତି, ମଦ ବିକୁଥିବା ଲୋକଙ୍କ ପାଇଁ ଏହା ସ୍ୱରୋଜଗାର ଯୋଜନା ଏବଂ ସେମାନଙ୍କ ପାଇଁ ଟଙ୍କା ରୋଜଗାରର କରିବାର ଏକ ସୁବର୍ଣ୍ଣ ସୁଯୋଗ। ବଜାରରେ ମଦର ବହୁତ ଚାହିଦା ରହିଛି। ଲକ୍ ଡାଉନ୍ ଘୋଷଣା ଭିତରେ ମଦ ବିକ୍ରି ବନ୍ଦ ଯୋଗୁଁ ରାଜ୍ୟ ସରକାରଙ୍କର ବହୁତ ରାଜସ୍ୱ କ୍ଷତି ହେଉଛି। ମଦ ପିଉଥିବା ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏହା ଠିକ୍ ନୁହେଁ। ଏଣେ ମଦ ଦୋକାନ ବନ୍ଦ ଯୋଗୁଁ ଅବୈଧ ମଦ କାରବାର ବୃଦ୍ଧି ପାଉଛି। ମଦର କୁଖ୍ୟାତି ରହିଛି। ତେଣୁ କେନ୍ଦ୍ର ସରକାର ଏହାର ବିକ୍ରୟକୁ ଅନୁମତି ଦେବେ ନାହିଁ। ରାଜ୍ୟ ସରକାର ଏ ନେଇ ନିଷ୍ପତ୍ତି ନେବାକୁ ପଡ଼ିବ। -ଦେବଦତ୍ତ ରଥ

ପରିବା ପାଇଁ ଯାଇଥିଲା ପୁଅ, ନେଇ ଆସିଲା ବୋହୂ: ଘରେ ପୂରାଇଲାନି ମା; କହିଲା ଲକ୍ ଡାଉନ୍ ଭାଙ୍ଗିଛ ..

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.