Home ଅପରାଧ ନିଜ ପରିବାରର ୬ ଜଣଙ୍କୁ ହତ୍ୟାକରି ପୋଲିସ୍ ପାଖରେ ଆତ୍ମସମର୍ପଣ କଲା ୨୬ ବର୍ଷୀୟ ଯୁବକ

ନିଜ ପରିବାରର ୬ ଜଣଙ୍କୁ ହତ୍ୟାକରି ପୋଲିସ୍ ପାଖରେ ଆତ୍ମସମର୍ପଣ କଲା ୨୬ ବର୍ଷୀୟ ଯୁବକ

1000

ଲକ୍ଷ୍ନୌ ୧-୫ (ଓଡ଼ିଆ ପୁଅ) ନିଜ ପରିବାରର ୬ ଜଣଙ୍କୁ ହତ୍ୟାକରି ପୋଲିସ୍ ପାଖରେ ଆତ୍ମସମର୍ପଣ କଲା ୨୬ ବର୍ଷୀୟ ଯୁବକ। ନିଜ ବାପା, ମା, ବଡ଼ଭାଇ, ଭାଉଜ,ଏବଂ ତାଙ୍କର ଦୁଇ ସନ୍ତାନକୁ ହତ୍ୟା କଲା ଏକ ୨୬ ବର୍ଷୀୟ ଯୁବକ। ଏହି ଘଟଣା ଘଟିଛି ଗୁରୁବାର ଦିନ। ଲକ୍ଷ୍ନୌ ସହର ଉପକଣ୍ଠରେ ଥିବା ବନ୍ତ୍ରା ଅଞ୍ଚଳର ଗୁଦାଉଲି ଗ୍ରାମରେ। ସମ୍ପତ୍ତି ବିବାଦକୁ ନେଇ ପରିବାରର ଛଅ ଜଣ ସଦସ୍ୟଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଅଜୟ ସିଂ ଅପରାଧ କରିବା ପରେ ସ୍ଥାନୀୟ ପୋଲିସ ଷ୍ଟେସନକୁ ଯାଇ ନିଜେ ଆତ୍ମସମର୍ପଣ କରିଛି ବୋଲି ପୋଲିସ୍ କହିଛି। ସମ୍ପତ୍ତିକୁ ନେଇ ଆରମ୍ଭ ହୋଇଥିଲା ଯୁକ୍ତି ତର୍କ। ପରିବାର ସଦସ୍ୟଙ୍କ ସହ ବାକ୍ ଯୁଦ୍ଧ ପରେ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା ଏହି ଅର୍ଥଲୋଭି ଯୁହକ ଜଣକ।  ଛଅଜଣଙ୍କର ମୃତ୍ୟୁ ହୋଇଥିବା ପୋଲିସ୍ କହିଛି। ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଚଳାଇଛି ପୋଲିସ୍।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.