Home ଜିଲ୍ଲା ପରିକ୍ରମା ଗଳାପୋଲ ନିର୍ମାଣ କାର୍ଯ୍ୟର ଡିଜାଇନ୍ ଆରମ୍ଭ ନେଇ ଆଜି ସର୍ଭେ ଆରମ୍ଭ, ପୂର୍ବତନ ବିଧାୟକ ନରେନ...

ଗଳାପୋଲ ନିର୍ମାଣ କାର୍ଯ୍ୟର ଡିଜାଇନ୍ ଆରମ୍ଭ ନେଇ ଆଜି ସର୍ଭେ ଆରମ୍ଭ, ପୂର୍ବତନ ବିଧାୟକ ନରେନ ପଲେଇ ବିଭାଗୀୟ କର୍ତୃପକ୍ଷଙ୍କୁ ଜଣାଇଲେ କୃତଜ୍ଞତା

9

ଭଦ୍ରକ, ୬ା୫ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲେଇ ଚରମ୍ପା ଅଂଚଳରେ ଥିବା ଡଗରାସାହି ଏଲସି-୧୧୮ ଠାରେ ନିର୍ମାଣ ହେବାକୁ ଥିବା ରେଲ୍‌ୱେ ଅଣ୍ଡରପାସ୍ କାର୍ଯ୍ୟ ତୁରନ୍ତ ଶେଷ କରିବା ପାଇଁ ଗତମାସ ୨୧ ତାରିଖରେ ରେଲ୍‌ୱେ ଷ୍ଟେସନ ମାଷ୍ଟରଙ୍କ ଜରିଆରେ ବିଆରଏମ୍‌, ଖୋର୍ଦ୍ଧା, ପ୍ରଶାସନିକ ଅଧିକାରୀ, ରେଲ୍‌ୱେ, ରେଲ ସଦନ, ଭୁବନେଶ୍ୱର ଓ ଯାଜପୁର ରୋଡ୍ ଡେପୁଟି ଚିଫ୍ ଇଞ୍ଜିନିୟର (କନଷ୍ଟ୍ରକସନ) ଙ୍କୁ ଏକ ଦାବିପତ୍ର ଦେଇଥିଲେ। ଏଠାରେ ସୂଚନାଯୋଗ୍ୟ ଡଗରାସାହିର ଏଲସି-୧୧୮ ଅଣ୍ଡରପାସ୍ ନିର୍ମାଣ ହେବା ପାଇଁ ଗତ ୨୦୨୩ ଅକ୍ଟୋବର ୨୫ ତାରିଖରେ ମଂଜୁର ହୋଇଥିଲା। ଏହି ନିର୍ମାଣ କାର୍ଯ୍ୟ ମଂଜୁର ହେବା ଠାରୁ ୯୨୩ ଦିନ ମଧ୍ୟରେ ଏହି ରାସ୍ତାର ମାଟିକାମ ଆରମ୍ଭ ହୋଇଥିଲେ ମଧ୍ୟ ପୋଲ କାମର ନିର୍ମାଣ ଆରମ୍ଭ ହୋଇନଥିଲା। ଫଳରେ ଏହି ବିଳମ୍ବ ଜନିତ କାରଣରୁ ଉକ୍ତ ରାସ୍ତା ଦେଇ ଯିବାଆସିବା କରୁଥିବା ବିତିଗଲା ପରେ ହୋଇଗଲାଣି। ଯଦିଓ ଏହି ରାସ୍ତାର ମାଟି କାମ ସଂଗେ ସଂଗେ ଆରମ୍ଭ କରାଯାଇଛି, କିନ୍ତୁ ପୋଲକାମ ଏପର୍ଯ୍ୟନ୍ତ ଆରମ୍ଭ କରାଯାଇନାହିଁ। ପୋଲ ନିର୍ମାଣ କାର୍ଯ୍ୟର ବିଳମ୍ବ ଯୋଗୁଁ ଏହି ରାସ୍ତା ଦେଇ ଯିବାଆସିବା କରୁଥିବା ସ୍କୁଲ ବସ୍‌, ଆମ୍ବୁଲାନ୍ସ, ଚାରିଚକିଆ ଯାନ ଓ ସାଧାରଣ ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏଣୁ ଏହି ଜନହିତକର କାର୍ଯ୍ୟକୁ ଶୀଘ୍ର ଶେଷ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସେ ରେଲ୍‌ୱେ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ଏହି ଦାବିପତ୍ର ପାଇବା ପରେ ଆଜି ଉକ୍ତ ଗଳାପୋଲର ଡିଜାଇନ ପାଇଁ ସମସ୍ତ ବିଭାଗର ଚିଫ୍ ଇଂଜିନିୟରମାନେ ସର୍ଭେ କାର୍ଯ୍ୟ ଆରମ୍ଭ କରିଥିବାରୁ ପୂର୍ବତନ ବିଧାୟକ ଶ୍ରୀ ପଲେଇ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.