Home ଓଡ଼ିଶା ଗର୍ଭ ଯନ୍ତ୍ରଣାରେ ଅତିଷ୍ଠ ହୋଇପଡିଲେ ମହିଳା : କେନ୍ଦୁଝର ସହରରେ ରାସ୍ତାଜାମରେ ଜନନୀ ଏକ୍ସପ୍ରେସ ୨...

ଗର୍ଭ ଯନ୍ତ୍ରଣାରେ ଅତିଷ୍ଠ ହୋଇପଡିଲେ ମହିଳା : କେନ୍ଦୁଝର ସହରରେ ରାସ୍ତାଜାମରେ ଜନନୀ ଏକ୍ସପ୍ରେସ ୨ ଘଣ୍ଟା ଧରି ଫସି ରହିଲା ଭିଡ ସ୍ଥାନରେ ପୋଲିସ ଡ୍ୟୁଟି ନକରି ଗପୁଥିଲେ

489

କେନ୍ଦୁଝର, ୩ା୧୧(ଓଡିଆ ପୁଅ/ପ୍ରଦୀପ ମହାନ୍ତି): କାଳୀପୂଜା ଉପଲକ୍ଷେ କାଳୀପଡିଆରେ ମେଳା ଚାଲିଥିବାବେଳେ ଜେଲଛକରୁ ଚର୍ଚ୍ଚ ଛକ ପର୍ଯ୍ୟନ୍ତ ରାସ୍ତାଜାମରେ ୨ଟି ଜନନୀ ଏକ୍ସପ୍ରେସ ଘଣ୍ଟା ଘଣ୍ଟା ଧରି ଅଟକି ରହିଥିଲା। ଗର୍ଭବତୀ ମହିଳାଙ୍କୁ ନେଇ ଯଶିପୁରରୁ ଆସିଥିବା ଏକ ଜନନୀ ଏକ୍ସପ୍ରେସ ଗାଡି ୪୫ମିନିଟ୍ ଜାମରେ ଅଟକି ରହିବା ପରେ ଜାମରୁ ମୁକ୍ତି ପାଇ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲା। ଏହାପରେ ପାଟଣା ବ୍ଲକ ପିଛୁଳାବେଡାରୁ ଜାନକୀ ମୁଣ୍ଡା ନାମ୍ନୀ ଜଣେ ଗର୍ଭବତୀ ମହିଳା ଗୁରୁତର ଅବସ୍ଥାରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ରେଫର ହୋଇଥିଲେ। କେନ୍ଦୁଝର ଜେଲରୋଡ ରାସ୍ତା ଦେଇ ମୁଖ୍ୟ ଚିକିତ୍ସାଳୟ ଯିବା ରାସ୍ତାରେ ସଦର ଏସ୍ ଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୨ଘଣ୍ଟା ଧରି ଅଟକି ରହିବା ପରେ ପୋଲିସ ଏବଂ ସାଧାରଣ ଲୋକେ ରାସ୍ତା ଜାମ ହଟାଇବା ପରେ ୬ଟା ୧୫ମିନିଟ୍ ରେ ଜନନୀ ଏକ୍ସପ୍ରେସ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲା। ଚର୍ଚ୍ଚ ଛକରେ କାର୍ଯ୍ୟରତ ପୋଲିସ କର୍ମଚାରୀ ଡ୍ୟୁଟିରେ ଅବହେଳା କରିବାରୁ ଅନେକ ଗାଡି ଏହି ରାସ୍ତାରେ ପଶି ରାସ୍ତାକଡରେ ବେଆଇନ ପାର୍କିଂ କରିଥିଲେ। ଫଳରେ ଗାଡି ଯିବା ଆସିବା କରିପାରିନଥିଲେ। ଗୁରୁତର ଅବସ୍ଥାରେ ରେଫର ହୋଇଥିବା ଗର୍ଭବତୀ ମହିଳା ଜାନକୀ ମୁଣ୍ଡା ଆମ୍ବୁଲାନ୍ସ ମଧ୍ୟରେ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ମାତ୍ର ୫୦୦ମିଟର ଦୂରରେ ମେଡିକାଲ ଥାଇ ମଧ୍ୟ ମେଡିକାଲରେ ପହଞ୍ଚି ପାରିନଥିଲେ। ଟ୍ରାଫିକ୍ ଭିଡକୁ ନିୟନ୍ତ୍ରଣ କରିବାରେ ପୋଲିସ ବିଫଳତାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.