Home ଜିଲ୍ଲା ପରିକ୍ରମା ଗନ୍ଧିପାଲି ଓଡିଶା ଆଦର୍ଶ ବିଦ୍ୟାଳୟରେ ଅଗ୍ନିନିର୍ବିପାକ କର୍ମଶାଳା, ଛାତ୍ରୀ ମାନଙ୍କର ଚିତାକର୍ଷକ ଆତ୍ମରକ୍ଷା କୌଶଳ ପ୍ରଦର୍ଶନ

ଗନ୍ଧିପାଲି ଓଡିଶା ଆଦର୍ଶ ବିଦ୍ୟାଳୟରେ ଅଗ୍ନିନିର୍ବିପାକ କର୍ମଶାଳା, ଛାତ୍ରୀ ମାନଙ୍କର ଚିତାକର୍ଷକ ଆତ୍ମରକ୍ଷା କୌଶଳ ପ୍ରଦର୍ଶନ

59

ମାଲକାନଗିରି,୨୩ା୧(ଓଡିଆ ପୁଅ) ମାଲକାନଗିରି ଜିଲ୍ଲା ଅଗ୍ନିଶମ ବିଭାଗ ପକ୍ଷରୁ ଗନ୍ଧିପାଲି ଗ୍ରାମଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଅଗ୍ନିନିର୍ବିପାକ ଓ ପ୍ରାଥମିକ ଚିକିତ୍ସାର କର୍ମଶାଳା ଅନୁଷ୍ଟିତ ହୋଇଯାଇଛି । ଜିଲ୍ଲା ସହକାରୀ ଅଗ୍ନିଶମ ଅଧିକାରୀ ସରୋଜକୁମାର ବେହେରା ଙ୍କ ନେତୃତ୍ୱରେ ଆୟୋଜିତ କର୍ମଶାଳାରେ ଅଗ୍ନିଶମ କର୍ମଚାରୀ ମାନେ ଯୋଗଦେଇ ହଟାତ ଅଗ୍ନିସଂଯୋଗ ହୋଇଗଲେ କେମତି ରକ୍ଷାପାଇବେ, ଅଗ୍ନି ନିରୋଧ ଯନ୍ତ୍ର କିପରି ବ୍ୟବହାର କରାଯିବ ଓ ଆହତ ମାନଙ୍କୁ କିପିର ପ୍ରାଥମକି ଚିକିତ୍ସା ଯୋଗାଇ ଦିଆଯିବ , କୋଠା ଘରେ ନିଆଁ ଲାଗିଗଲେ କିପରି ଉଦ୍ଧାର ହୋଇ ଅଗ୍ନିନିର୍ବିପାକ ଓ ନାରପତା ସ୍ଥାନକୁ କିପରି ସ୍ଥାନାନ୍ତରିତ କରା ଯିବ , ସେ ସଂପର୍କରେ ତାଲିମ ଦେଇ ମକ୍ ଡ୍ରିଲ କରିଥିଲେ । ଆକସ୍ମିକ ଦୁର୍ଘଟଣାର ଶିକାର ହେଲ ତାଙ୍କୁ କିପରି ପ୍ରାଥମିକ ଚିକିତ୍ସା କରି ପରେ ସ୍ଥାନୀୟ ହସପିଟାଲକୁ ନେବାର ବ୍ୟବସ୍ଥା କରା ଯାଇପାରିବ ସେହି ବିଷୟରେ କହିଥିଲେ । ବିଶେଷକରି ବିଦ୍ୟାଳୟର ଛାତ୍ରୀ ମାନେ ନିର୍ଭୟରେ ସିଡି ରେ ଚଢି କୋଠା ଛାତ ଉପରୁ ଉଦ୍ଧାର କାର୍ଯ୍ୟସହିତ ଆତ୍ମରକ୍ଷାର କୌଶଳ ପ୍ରଦର୍ଶନ କରିଥିଲେ । ଏହି ଶିବୀରରେ ୩୦୦ରୁ ଉର୍ଦ୍ଦ ଛାତ୍ର, ଛାତ୍ରୀ, ଅଧ୍ୟାପକ,ଅଧ୍ୟାପିକା,ବିଦ୍ୟାଳୟ କର୍ମଚାରୀ ମାନେ ଉପସ୍ଥିତ ରହି ତାଲିମ ନେଇଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.