Home ଓଡ଼ିଶା ନାବାଳିକା ଭଉଣୀକୁ ଦୁଷ୍କର୍ମ କରିବା ଅଭିଯୋଗରେ ଭାଇକୁ ୨୦ବର୍ଷ ସଶ୍ରମ କରାଦଣ୍ଡ ୪୦ ହଜାର ଟଙ୍କା...

ନାବାଳିକା ଭଉଣୀକୁ ଦୁଷ୍କର୍ମ କରିବା ଅଭିଯୋଗରେ ଭାଇକୁ ୨୦ବର୍ଷ ସଶ୍ରମ କରାଦଣ୍ଡ ୪୦ ହଜାର ଟଙ୍କା ଜରିମାନା

1024

ମାଲକାନଗିରି, ୨୩ା୧ (ଓଡିଆ ପୁଅ )ଜଣେ ନାବାଳିକା ଭଉଣୀକୁ ନିଜ ଭାଇ ଦୁଷ୍କର୍ମ ଓ ଗର୍ଭବତୀ କରିବା ଅଭି ଯୋଗରେ ଭାଇକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ସହ ୪୦ହଜାରଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି ଅଦାଲତ। ଭାଇଭଉଣୀର ପବିତ୍ର ସଂପର୍କ ମଧ୍ୟରେ ଜଣେ ଭାଇ ନିଜର କାମନା ଲାଳସାକୁ ମେଣ୍ଟାଇବା ପାଇଁ ନାବାଳିକା ଭଉଣୀ ସହିତ ଦୁଷ୍କର୍ମ କରିବାକୁ ଟିକିଏ ବି କୁଣ୍ଠାବୋଧ କଲା ନାହିଁ। ଶେଷରେ ଭଉଣୀ ଗର୍ଭବତୀ ହୋଇ ପିଲାଟିଏ ଜନ୍ମକରି ଅସହାୟ ଅବସ୍ଥାରେ ରହିଛି।

ଏମିତି ଏକ ଲଜ୍ଜାକର ଘଟଣା ମାଲକାନଗିରି ବ୍ଲକସ୍ଥ କରସ୍ତାଗୁଡା ଗ୍ରାମରେ ଘଟିଯାଇଛି। ସେହି ଗ୍ରାମର ସୁକୁମାର ଗୌଡ ନାମକ ଜଣେ ଯୁବକ ଗତ ୨ ବର୍ଷ ତଳେ ୧୩ ବର୍ଷ ବୟସ୍କା ନିଜର ନାବାଳିକା ଭଉଣୀକୁ ଦୁଷ୍କର୍ମ କରିଥିବାର ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିଲେ। ଇତି ମଧ୍ୟରେ ପୀଡିତାଙ୍କର କନ୍ୟା ସନ୍ତାନଟିଏ ଜନ୍ମ ହୋଇସାରିଛି। ପାଡିତାଙ୍କର କମବୟସ ହୋଇଥିବାରୁ ଉକ୍ତ କନ୍ୟା ସନ୍ତାନଟିକୁ ଜିଲ୍ଲା ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ କୋରାପୁଟ ସା ସଂସ୍ଥାକୁ ଲାଳନ ପାଳନ ନିମନ୍ତେ ପଠାଇ ଦିଆଯାଇଥିବାର ଜଣାପଡିଛି।

ମାଲକାନଗିରି ଅତିରିକ୍ତ ଜିଲ୍ଲା ଦୌରା ଜଙ୍କ ଅଦାଲତରେ ସେହି କେସର ବିଚାର ହୋଇ ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜ ମହଲତ ସା ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ଅଭିଯୁକ୍ତଙ୍କୁ ପୋକ୍ସ ଆକ୍ଟ ଅନୁସାରେ ୨୦ବର୍ଷ ସଶ୍ରମ କାରାଦଣ୍ଡ ସହ ୪୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ୨ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯିବା ବୋଲି ରାୟ ଶୁଣାଇଛନ୍ତି। ଏହି ମାମଲାଟିକୁ ସରକାରି ଓକିଲ ଲମ୍ବୋଧର ତୁରୁକୁ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.