Home ଜିଲ୍ଲା ପରିକ୍ରମା ବିଦ୍ୟାଳୟ ବାର୍ଷିକ ଉତ୍ସବରେ ନୃତ୍ୟସଂଗୀତରେ ଝୁମିଲେ ଛାତ୍ର ଛାତ୍ରୀ

ବିଦ୍ୟାଳୟ ବାର୍ଷିକ ଉତ୍ସବରେ ନୃତ୍ୟସଂଗୀତରେ ଝୁମିଲେ ଛାତ୍ର ଛାତ୍ରୀ

102

ମାଲକାନଗିର,୨୩ା୧(ଓଡିଆ ପୁଅ ) ମାଲକାନଗିରି ଏସତଣ୍ଡାପାଲି ପଚାଂୟତସ୍ଥ ଏମଭି୧୬ଉଚ୍ଚପ୍ରାଥମିକ ବିଦ୍ୟାଳୟର ତ୍ରୟୋଦଶ ବାର୍ଷିକ ଉତ୍ସବ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । କୋରକୁଣ୍ଡା ବ୍ଲକ ଅତିରିକ୍ତ ଶିକ୍ଷାଅଧିକାରୀ ରବିନ୍ଦ୍ର କୁମାର ମହାରଣା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଉତ୍ସବରେ ମୁଖ୍ୟଅତିଥି ଭାବେ କୋରକୁଣ୍ଡା ବ୍ଲକ ଶିକ୍ଷାଅଧିକାରୀ ପତିତପାବନଦାଶ,ମୁଖ୍ୟବକ୍ତା ଭାବେ ମାଲକାନଗିରି ବ୍ଲକ ଅତିରିକ୍ତ ଶିକ୍ଷାଅଧିକାରୀ ଅଶୋଭରଜଂନ ମାଲି, ସମ୍ମାନିତ ଅତିଥି ଭାବେ ଜିଲ୍ଲାଶିକ୍ଷକ ସଂଘ ସଭାପତି ରଜିଂତନାୟକ,ଏସ.ତଣ୍ଡାପାଲି ପଚାଂୟତ ଆଚଂଳିକ ସାଧନ କେନ୍ଦ୍ର ସଂଯୋଜକ ଅରବିନ୍ଦଜେନା,ବିଦ୍ୟାଳୟ କମିଟି ସଭାପତି ଉଦ୍ଧବ ଚୌଧୁରୀ ଯୋଗଦେଇ ବନବିଦ୍ୟାଳୟ ଓ ଗୁରୁକୁଳ ଆଶ୍ରମ ର ଶିକ୍ଷାଆବଶ୍ୟକ ରହିଛି,ଶିକ୍ଷାସହ କ୍ରୀଡା,ନୃତ୍ୟ ସଂଗୀତ ସବୁକିଛି ଶିକ୍ଷାଗ୍ରହଣ କରିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ରାଜ୍ୟପାଳ ପୁରସ୍କୃତ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଶ୍ରୀମତୀ ସାଧନା ରାଣୀ ମଣ୍ଡଳ ପ୍ରାରମ୍ଭିକ ସୁଚନା ସହିତ ଅତିଥି ମାନଙ୍କର ପରିଚୟ ପ୍ରଦାନ କରି ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠକରିଥିଲେ । ପ୍ରଥମେ ଅତିଥିମାନେ ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ୱଳନ କରିବା ପରେ ବିଦ୍ୟାଳୟର ଛାତ୍ରୀ ମାନେ ଦେଶାତ୍ମକ ବୋଧ ସଂଗୀତ ଗାନକରିଥିଲେ, ଏହି ଅବସରେ ନୃତ୍ୟ ସଂଗୀତରେ ଛାତ୍ର ଛାତ୍ରୀ ମାନେ ଝୁମିଥିଲେ । ରାତ୍ରରେ ଛାତ୍ର ଛାତ୍ରୀ ମାନେ ପରିବେଶ ରକ୍ଷା ଓ ସଡକ ସୁରକ୍ଷା ସଂପର୍କରେ ଜନସଚେତନତାର ନାଟକ ପ୍ରଦର୍ଶନ କରିଥିଲେ । କୃତି ପ୍ରତିଯେଗୀଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟାନ ମାନଙ୍କ ମଧ୍ୟରେ ରଜିଂତା ଦାଶ,ସଂଯୁକ୍ତାପ୍ରଧାନ,ବନିତା ସ୍ୱାଇଁ ଙ୍କ ସହିତ ଗ୍ରାମବାସୀ ଓ ଅଭିଭାକ ଶତାଧିକ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ । ଶେଷରେ ଶିକ୍ଷତ୍ରୀ କଲ୍ୟାଣି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.