Home ଜିଲ୍ଲା ପରିକ୍ରମା ଗଣଶିକ୍ଷାମନ୍ତ୍ରୀ ଓ ଉନ୍ନୟନ କମିଶନର ଙ୍କ ସ୍ୱାଭିମାନ ଅଚଂଳଗସ୍ତ,ଶିକ୍ଷକ ଆବାସିକ ଭବନ,ଅତିରିକ୍ତ ଶ୍ରେଣୀ ଗୃହ ଭିତିପ୍ରସ୍ଥର,ଲଚଂ...

ଗଣଶିକ୍ଷାମନ୍ତ୍ରୀ ଓ ଉନ୍ନୟନ କମିଶନର ଙ୍କ ସ୍ୱାଭିମାନ ଅଚଂଳଗସ୍ତ,ଶିକ୍ଷକ ଆବାସିକ ଭବନ,ଅତିରିକ୍ତ ଶ୍ରେଣୀ ଗୃହ ଭିତିପ୍ରସ୍ଥର,ଲଚଂ ଆମ୍ବୁଲାନ୍ସ ଉଦଘାଟିତ

234

ମାଲକାନଗିରି,୧୮ା୧୨ (ଓଡିଆ ପୁଅ )   ଆଜି ସକାଳେ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ମାଓପ୍ରବଣ ସ୍ୱାଭିମାନ ଅଚଂଳକୁ ରାଜ୍ୟଗଣଶିକ୍ଷା ମନ୍ତ୍ରୀ ସମୀର ରଜଂନ ଦାଶ ଓ ଉନ୍ନୟନକମିଶନର ସୁରେଶଚନ୍ଦ୍ର ମହାପାତ୍ର  ଗସ୍ତକରିଛନ୍ତି,ବଡପଡା ବିଏସଏଫ କ୍ୟାମ୍ପ ହେଲିପ୍ୟାଡରେ ଅବତରଣକଲା ପରେ ମନ୍ତ୍ରୀ ଶ୍ରୀ ଦାଶ  ଓ ଉନ୍ନୟନ କମିଶନର ଶ୍ରୀ ମହାପାତ୍ର ଙ୍କୁ ସ୍ଥାନୀୟ ଆଦିବାସୀ ମହିଳା ଓ ପୁରଷ ମାନେ ଗୁରୁପ୍ରୀୟା ସେତୁ ଉପରେ ପାରମ୍ପାରିକ ବାଦ୍ୟ ଯନ୍ତ୍ର ବଜାଇ ନାଚଗୀତ ମାଧ୍ୟମରେ ସ୍ୱାଗତ ଜଣାଇ  ସଭାସ୍ଥଳ ନିକଟକୁ ପାଛୋଟି ନେଇଥିଲେ  ।   ମନ୍ତ୍ରୀ ଶ୍ରୀ ଦାଶ ବଡପଡା ବିଦ୍ୟାଳୟପରିସରରେ ଆୟୋଜିତ ସଭାରେ ଯୋଗଦେଇ ଯନ୍ତ୍ରୀ, ଗାଜଲମାମୁଡି,ବଡପଡା,ଜନ୍ତାପାଇ,୪ଟି ପଚାଂୟତରେ ଶିକ୍ଷକ ଆବାସିକ ଭବନ ଓ  ଅତିରିକ୍ତ ଶ୍ରେଣୀ ଗୃହ ର ଭିତିପ୍ରସ୍ତର ସ୍ଥାପନ କରି ନାମଫଳକ ଗୁଡିକୁ ଲୋକାର୍ପଣ କରିଥିଲେ । ଜାନବାଇ ଘାଟରେ ସ୍ୱାଭିମାନ ଅଚଂଳବାସୀ ଙ୍କ ସ୍ୱାସ୍ଥ୍ୟସେବା ପାଇଁ ଜଳଭଣ୍ଡାରରେ ଏକ ମଟୋର ବୋଟ ଆମ୍ବୁଲାନ୍ସ ଲଚଂକୁ ଉଦଘାଟନ କରି ଜିଲ୍ଲାସ୍ୱାସ୍ଥ୍ୟବିଭାଗକୁ ହସ୍ତାନ୍ତର କରିଥିଲେ । ମନ୍ତ୍ରୀ ଶ୍ରୀ ଦାଶ ଓ ଉନ୍ନୟନ କମିଶନର ସ୍ୱାଭିମାନ ଅଚଂଳରେ ଶିକ୍ଷା,ସ୍ୱାସ୍ଥ୍ୟ,ପାନୀୟଜଳ,ରାସ୍ତା ଘାଟ,ସହିତ ଅନ୍ୟାନ ଉନ୍ନୟନ ମୁଳକ କାର୍ଯ୍ୟର ତ୍ୱରାନିତ ହେବା ସଂପର୍କରେ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ସ୍ୱାଭିମାନ ଅଚଂଳରେ ଶିକ୍ଷାବ୍ୟବସ୍ଥାର ଉନ୍ନତି ସଂପର୍କରେ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିବାସହିତ ମାଲକାନଗିରି ଜିଲ୍ଲାରେ ଖିଲପଡିଥିବା ୩୧୮ ଶିକ୍ଷକ ପଦବି ଗୁଡିକ ଖୁବଶିଘ୍ର ପୁରଣ କରାଯାଇ ସ୍ୱାଭିମାନ ଅଚଂଳରେ ଶିକ୍ଷାପ୍ରତି ଅଧିକ ଗୁରୁତ୍ୱ ଦିଆଯାଇ ଶିକ୍ଷକ ମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଖୁବଶିଘ୍ର ଆବାସିକ ବାସଭବନ ନିର୍ମାଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଥିଲେ ।ଏହି କାର୍ଯକ୍ରମରେ ନବରଙ୍ଗପୁର ସାଂସଦ ରମେଶଚନ୍ଦ୍ର ମାଝୀ,ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ,ଏସପି ରିଶିକେଶ ଡି ଖିଲାରୀ,ସିଡିଏମଓ ଡା ଅଜୟକୁମାର ବୈଠାରୁ,ଜିଲ୍ଲାଶିକ୍ଷାଅଧିକାରୀ ରମେଶଚନ୍ଦ୍ର ସେଠୀ,ପ୍ରମୁଖ ଉପସ୍ଥିତ ଥିଲେ । ମାଓପ୍ରବଣ ସ୍ୱାଭିମାନ ଅଚଂଳକୁ ଶିକ୍ଷାମନ୍ତ୍ରୀ ଗସ୍ତ କରିଥିବାରୁ ତାଙ୍କୁ ଦେଖିବାପାଇଁ ସ୍ୱାଭିମାନ ଅଚଂଳର ଶତାଧିକ ମହିଳା ଓ ପୁରଷ ମାନେ ସଭାସ୍ଥଳରେ ପହଁଚି ଯାଇଥିଲେ । ଏହା ମାଓପ୍ରବଣ ଅଚଂଳ ହୋଇଥିବାରୁ ପୁଲିସ ଓ  ବିଏସଏଫ ଯବାନ ମାନେ ସ୍ୱାଭିମାନଅଚଂଳ ରେ ସୁରକ୍ଷାବ୍ୟବସ୍ଥା ପ୍ରତି ଗରୁତ୍ୱଦେଇ ସଭାସ୍ଥଳ ରେ ପୁଲିସ ଓ ବିଏସଏଫ ଯବାନ ମାନେ କଡା ପ୍ରହରା  ଦେଇଥିଲେ । ଅପରାହ୍ନରେ ମନ୍ତ୍ରୀ ଶ୍ରୀ ସୀମର ରଜଂନ ଦାଶ ଓ ଉନ୍ନୟନ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ହେଲିକେପ୍ଟର ଯୋଗେ ମାଲକାନଗିରି ଏମଭି୩ ବିଏସଏଫ କ୍ୟାମ୍ପ ହେଲିପ୍ୟାଡରେ ଅବତରଣ କରି ଜିଲ୍ଲାଗ୍ରାମଉନ୍ନୟନ ସଂସ୍ଥାର ସଭାଗୃହରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗଦେଇ ଜିଲ୍ଲାରେ ଚାଲିଥିବା ସମସ୍ତବିଭାଗର ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ ,ଏହି ସମୀକ୍ଷା ବୈଠକରେ ସାଂସଦ ରମେଶଚନ୍ଦ୍ର ମାଝୀ, ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ,ଜିଲ୍ଲା ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ,ଏସପି.ରିଶିକେଶ ଡି ଖିଲାରୀ,ଅତିରିକ୍ତ ଜିଲ୍ଲପାଳ ବୀରସେନପ୍ରଧାନ,ଡିଏଫଓ ପ୍ରଦୀପଦେବଦାସ ମିରଶେ ଙ୍କ ସହିତ ଅନ୍ୟାନ ଜିଲ୍ଲାସ୍ତରୀୟ,ବ୍ଲକସ୍ତରୀୟ ଅଧିକାରୀ ମାନେ ଯୋଗଦଇ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟର ସମିକ୍ଷା ବୈଠକରେ ଆଲୋଚନା କରିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.