Home ଜିଲ୍ଲା ପରିକ୍ରମା ଗଣମାଧ୍ୟମ କେବଳ ଚତୁର୍ଥସ୍ତମ୍ବ ନୁହଁ,ଦେଶର ଜାଗ୍ରତ ପ୍ରହରୀ ହୋଇ ସତ୍ୟ ଓ ଗଠନମୁଳକ ସମ୍ବାଦ ପରିବେଷଣ...

ଗଣମାଧ୍ୟମ କେବଳ ଚତୁର୍ଥସ୍ତମ୍ବ ନୁହଁ,ଦେଶର ଜାଗ୍ରତ ପ୍ରହରୀ ହୋଇ ସତ୍ୟ ଓ ଗଠନମୁଳକ ସମ୍ବାଦ ପରିବେଷଣ କରି ବିଶ୍ୱବାସୀଙ୍କୁ ଦିଗଦର୍ଶନ ଦେଇଥାନ୍ତି

125

ମାଲକାନଗିର,୧୬ ।୧୧(ଓଡିଆ ପୁଅ )   ଗଣମାଧ୍ୟମ କେବଳ ଚତୁର୍ଥସ୍ତମ୍ବ ହୋଇ ରହିନାହିଁ,ଦେଶର ଜାଗ୍ରତ ପ୍ରହରୀ ହୋଇ ସତ୍ୟ,ଗଠନମୁଳକ ସମ୍ବାଦ ପରିବେଷଣ କରି ସମଗ୍ର ବିଶ୍ୱବାସୀଙ୍କୁ ଦିଗଦର୍ଶନ ଦେଇ ନିଜଜୀବନକୁ ଉତ୍ସର୍ଗୀତ କରିପାରିଛନ୍ତି ବୋଲି ମାଲକାନଗିରି ଜିଲ୍ଲାସ୍ତରୀୟ ଜାତୀୟପ୍ରେସ ଦିବସ ଅବସରରେ ଯୋଗଦେଇଥିବା ଅତିଥିମାନେ କହିଥିଲେ । ଶୁକ୍ରବାର ରାତ୍ରରେ ସ୍ଥାନିୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲାପ୍ରଶାସନ ଓ ସୁଚନା ଲୋକସଂପର୍କ ବିଭାଗ ପକ୍ଷରୁ  ଜାତୀୟ ପ୍ରେସଦିବସ ପାଳିତ ହୋଇଯାଇଛି । ଜିଲ୍ଲାସୁଚନା ଲୋକସଂପର୍କ ଅଧିକାରୀ ମାନସ କୁମାର ମିଶ୍ର ଙ୍କ ଅଧ୍ୟକ୍ଷାତାରେ ଅନୁଷ୍ଟିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ଡିଆରଡିଏ ପ୍ରକଳ୍ପ ନିଦେ୍ର୍ଦଶକ ଲିଙ୍ଗରାଜ ପଣ୍ଡା(ଭା.ପ୍ର.ସେ), ସମ୍ମାନିତ ଅତିଥି ଭାବେ ଏସଡିପିଓ ଶ୍ରବଣ ବିବେକ ଏମ (ଆଇ.ପି.ଏସ),ମୁଖ୍ୟବକ୍ତା ଭାବେ ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ଯୋଗଦେଇ ଆଧୁନିକ ଯୁଗରେ ଗଣମାଧ୍ୟମ ପ୍ରତି ନିଧିଙ୍କ ଭୁମିକା ଅତ୍ୟନ୍ତ ଗୁରୁତ୍ୱ ପୁଣ୍ଣ ର୍,ଗଣତନ୍ତ୍ର ରାଷ୍ଟ୍ରରେ ଗଣ ମାଧ୍ୟମ ହିଁ ଜାଗ୍ରତ ପ୍ରହରୀ ସଦୃଶ୍ୟ କାମକରୁଛି,ସତ୍ୟ ନିଷ୍ଠ ଓ ଗଠନ ମୁଳକ ସମ୍ବାଦ ପରିବେଶଷଣ କରି ସାମ୍ବାଦିକ ମାନେ ବିଶ୍ୱବାସୀଙ୍କୁ ଦିଗଦର୍ଶନ ଦେଇଥାନ୍ତି ବୋଲି  କହିଥିଲେ  ।  ଗତ କିଛିଦିନତଳେ ସୀମାନ୍ତ ଛତିସଗଡ ରାଜ୍ୟ ଦନ୍ତେଓ୍ବାର୍ଡା ଜିଲ୍ଲାରେ ନିର୍ବାଚନ ସଂପର୍କିୟ ତଥ୍ୟସଂଗ୍ରହ କରୁଥିବା ସମୟରେ ମାଓବାଦୀଙ୍କ ଆକ୍ରମଣରେ ନିହତ ହୋଇଥିବା ଦୁରଦର୍ଶନର କ୍ୟାମେରା ମେନଙ୍କ ସ୍ମୁତି ଉଦେଶ୍ୟରେ ସଭାପ୍ରାରମ୍ଭ ରେ ଦୁଇମିନିଟ ନିରବପର୍ଥାନା କରାଯାଇଥିଲା

ଏହି ଅବସରେ ଅନ୍ୟାନ ମାନଙ୍କ ମଧ୍ୟରେ ସାମ୍ବାଦିକ ସୁଧାକରଦାଶ, ଦୁର୍ଯ୍ୟଧନପାତ୍ର, ରତ୍ନାକରଦାଶ,ଭାସ୍କରଚନ୍ଦ୍ରବେହେରା, ସିବୁକିର୍ତନିୟା,ଦେବପ୍ରସାଦଦାଶ, ଦେବବ୍ରତ ସନା,  ଅଶୋକ ମିଶ୍ର,ଜୟନ୍ତତିଆଡି,ଜୟନ୍ତୀ ବରୁଦା ପ୍ରମୁଖ ସାମ୍ବାଦିକ ଯୋଗଦେଇ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ଅଚଂଳରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ପ୍ରତି ରାଜ୍ୟ ସରକାର ଗୁରତ୍ୱଦେଇ ସୁରକ୍ଷା ଓ ସମସ୍ଥପ୍ରକାର ସରକାରି ସହାୟତା ଓ ସ୍ୱାସ୍ଥ୍ୟବିମା କାର୍ଡ ଯୋଗାଇ ଦେବା ପାଇଁ ଦାବିକରିବା ସହିତ ସମ୍ବାଦପତ୍ର ଓ ସାମ୍ବାଦିକ ମାନଙ୍କ ଭୁମିକା ସଂପର୍କରେ ସୁଚନା ଦେଇଥିଲେ । ଏହି ଅବସରରେ ଜିଲ୍ଲାର ବୟୋଜେଷ୍ଟ ବରିଷ୍ଟ ସାମ୍ବାଦିକ ସୁଧାକରଦାଶ ଙ୍କୁ ଜିଲ୍ଲାପ୍ରଶାସନ ପକ୍ଷରୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟାନ ମାନଙ୍କ ମଧ୍ୟରେ ଜିଲ୍ଲାର ଶତାଧିକ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗଦେଇ ନିଜ ନିଜ ମତଉପସ୍ଥାପନ କରି  ଆଲୋଚନାରେ ଭାଗନେଇଥିଲେ । ଜିଲ୍ଲାସୁଚନା ଲୋକସଂପର୍କ ବିଭାଗର ହରେକୃଷ୍ଣ କିର୍ତନିୟା,ରଜଂନ ମହାନ୍ତି,ଜୋତ୍ସ୍ନାଆଚାର୍ଯ୍ୟ ଓ ଡିଆରଡିଏ କର୍ମଚାରି ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.