Home ଓଡ଼ିଶା ଗଜାଂମ ଜିଲ୍ଲା କୁ ୧୦ଡାକ୍ତରଙ୍କୁ ବଦଳି ବିରୋଧରେ ଗର୍ଜିଲା କଂଗ୍ରେସ,ବଦଳି ପ୍ରତ୍ୟାହର କରାନଗଲେ ଆନ୍ଦୋଳନ ପାଇଁ...

ଗଜାଂମ ଜିଲ୍ଲା କୁ ୧୦ଡାକ୍ତରଙ୍କୁ ବଦଳି ବିରୋଧରେ ଗର୍ଜିଲା କଂଗ୍ରେସ,ବଦଳି ପ୍ରତ୍ୟାହର କରାନଗଲେ ଆନ୍ଦୋଳନ ପାଇଁ ଧମକ

225

ମାଲକାନଗିରି,୧୮ା୭(ଓଡିଆ ପୁଅ ) ) ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ୧୯୭ଜଣ ଡାକ୍ତର ପଦବି ଥିବା ବେଳେ ଏଠାରେ ନିଯୁକ୍ତିପାଇଛନ୍ତି ମାତ୍ର୯୩ଜଣ ଡାକ୍ତର ।ଜିଲ୍ଲାରେ ଅଳ୍ପସଂଖ୍ୟକ ଡାକ୍ତର ସ୍ୱାସ୍ଥ୍ୟସେବା କାମ ଯେନ ତେନ ଚଳାଉଥିବା ବେଳେ ରାଜ୍ୟସରକାର ମାଲକାନଗିରି ଜିଲ୍ଲାରୁ ୧୦ଜଣ ଡାକ୍ତରଙ୍କୁ ଗଜାଂମ ଜିଲ୍ଲାକୁ ବଦଳିକରି ଦେଇଥିବାରୁ ଏହି ଘଟଣାକୁ ଦୃଢତାର ସହିତ ନିନ୍ଦାକରି ଏହାର ପ୍ରତିବାଦରେ ଗର୍ଜିଛି ଜିଲ୍ଲାକଂଗ୍ରେସ ଦଳ । କରୋନା ମହାମାରି ସମଗ୍ର ରାଜ୍ୟରେ କାୟାବିସ୍ତାର କରି ସାରିଲାଣି,ବିଶେଷ କରି ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ ହୁ ହୁ ହୋଇ କରୋନା ମହାମାରି ବ୍ୟାପିଚାଲିଥିବା ବେଳେ ଅଳ୍ପସଂଖ୍ୟକ ଡାକ୍ତର ଥିବାରୁ ଠିକଭାବେ ସ୍ୱାସ୍ଥ୍ୟସେବା ଯୋଗାଇ ପାରୁନଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ଜଣ ଡାକ୍ତରଙ୍କୁ ଗଜାଂମ ଜିଲ୍ଲାକୁ ବଦଳି କରିବା ର ମାନେ କଣ ହୋଇପାରେ,ଆସନ୍ତା ୩୧ତାରିଖ ମଧ୍ୟରେ ବଦଳି ହୋଇଥିବା ଡାକ୍ତରଙ୍କୁ ମାଲକାନଗିରି ଜିଲ୍ଲାକୁ ଫେରାଇ ନ ଆଣିଲେ ଆଗାମୀ ଦିନରେ ଜନଆନ୍ଦୋଳନ ତିବ୍ରତର ହେବ ବୋଲି ଜିଲ୍ଲାକଂଗ୍ରେସ ସଭାପତି ଗୋବିନ୍ଦପାତ୍ର, କାର୍ଯ୍ୟକାରି ସଭାପତି ରାମପ୍ରସାଦ ପଟନାୟକ ଗଣମାଧ୍ୟମକୁ ସୁଚନା ଦେଇଛନ୍ତି । ଗଜାଂମ ଜିଲ୍ଲାରେ କରୋନା ମହାମାରି ରୁପନେଇ ପ୍ରତିଦିନ ଶତାଧିକ ସଂଖ୍ୟାରେ ଆକ୍ରାନ୍ତ ହେବା ସହିତ ଅନେକ ବ୍ୟକ୍ତିଙ୍କର ମୃତ୍ୟୁ ଘଟିସାରିଲାଣି ସେଠାରେ ମଧ୍ୟ ଆବଶ୍ୟକ ସଂଖ୍ୟକ ଡାକ୍ତର ନଥିବାରୁ ଅବିଭକ୍ତ କୋରାପୁଟ,କଳାହାଣ୍ଡି ଜିଲ୍ଲାରୁ ପ୍ରାୟ୧୦୦ଡାକ୍ତରଙ୍କୁ ଗଜାଂମ ଜିଲ୍ଲାକୁ ବଦଳିକରାଯାଇଛି । ମାଲାକନଗିରି ଜିଲ୍ଲାରୁ ଗଜାଂମ ଜିଲ୍ଲାକୁ ବଦଳି ହୋଇଥିବା ଡାକ୍ତର ମାନେ ହେଲେ ଖଇରପୁଟ ପା୍‌୍ରଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ନମ୍ରତା ପାତ୍ର,କାଲିମେଳା ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ରର ଦିନେଶ କୁମାର ପାତ୍ର,ଡାକ୍ତର ଆଦିତ୍ୟ କୁମା ଦାସ,ପଡିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ସରିତା ମେହେର,ଡାକ୍ତର ହରିହର ସିଂ,ମାଥିଲି ଗୋଷ୍ଟିସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ରାଜିବ ମାଝୀ,ଡାକ୍ତର ନାରାୟଣପ୍ରଧାନ, କୋରକୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଅନାମିକା ସାହୁ,ପାଣ୍ଡ୍ରୀପାଣି ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରପତି ମହାରଣା ଙ୍କୁ କୋବିଡ୧୯ ପାଇଁ ଗଜାଂମ ଜିଲ୍ଲାକୁ ମାଲାକନଗିରି ସିଡିଏମଓ ଡା. ଶକ୍ତିପ୍ରସାଦ ମିଶ୍ର ଗତ୧୫ତାରିଖରେ ବଦଳି ନିର୍ଦ୍ଦେଶ ଦେଇଥିବାର ଜଣାପଡିଛି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.