Home ଜିଲ୍ଲା ପରିକ୍ରମା ଦଶପଲାର ମାଳିସାହି ଓ ନୟାଗଡ଼ର କେଉଟସାହି ଏବଂ କୁଞ୍ଜବିହାରିସାହିକୁ କଂଟେନମେଂଟ ଜୋନ ଘୋଷଣା କଲେ ଜିଲାପାଳ

ଦଶପଲାର ମାଳିସାହି ଓ ନୟାଗଡ଼ର କେଉଟସାହି ଏବଂ କୁଞ୍ଜବିହାରିସାହିକୁ କଂଟେନମେଂଟ ଜୋନ ଘୋଷଣା କଲେ ଜିଲାପାଳ

200

ନୟାଗଡ଼, ୧୮ା୭ (ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ସ୍ଥାନୀୟ ସଂକ୍ରମଣକୁ ନେଇ ପ୍ରଶାସନର ଚିନ୍ତା ବଢୁଥିବାବେଳେ ଶନିବାର ୩ଟି ୱାର୍ଡ଼କୁ ଜିଲାପାଳ କଂଟେନମେଂଟ ଜୋନ ଘୋଷଣା କରିଛନ୍ତି। ଏହି ୩ଟି ୱାର୍ଡ଼ ହେଉଛି ନୟାଗଡ଼ ପୁରୁଣା ସହରର ୭ନଂ ଓ ୮ନଂ ୱାର୍ଡ଼ର କେଉଟସାହି ଓ କୁଞ୍ଜବିହାରୀସାହି ଏବଂ ଦଶପଲ୍ଲା ଏନଏସିର ୩ନଂ ୱାର୍ଡ଼ର ମାଳିସାହି। ଏହି ଅଂଚଳରୁ ସ୍ଥାନୀୟ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଅଧିକ ସଂକ୍ରମଣ ବାହାରିବା ଆଶଙ୍କାରେ ଜିଲାପାଳ ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ଏହିସବୁ ଅଂଚଳରେ କୋଭିଡ କଟକଣାକୁ ଜୋରଦାର କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.