Home କେନ୍ଦୁଝର ଦୁଇ ବାଇକ ମୁହାଁ ମୁହିଁ ଧକ୍କା, ଦୁଇ ଗୁରୁତର

ଦୁଇ ବାଇକ ମୁହାଁ ମୁହିଁ ଧକ୍କା, ଦୁଇ ଗୁରୁତର

166

ହାଟଡିହି ୧୮ । ୭ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଆଜି ସନ୍ଧ୍ୟାରେ ଛେନାପଦି-ହଦଗଡ ରାସ୍ତାର ଶଙ୍କଟପାଲିଆ ନିକଟରେ ବାଇକ ଦୁର୍ଘଟଣା ଘଟି ଦୁଇଜଣ ଆହତ ହୋଇଛନ୍ତି । ଖବରରୁ ଜଣାଯାଇଛି ଯେ ଛେନାପଦି ପଟୁ ହଦଗଡ ଆଡକୁ ଦୁଇଜଣ ବ୍ୟକ୍ତି ବାଇକରେ ଆସୁଥିବାବେଳେ ହଦଗଡ ପଟୁ ଯାଉଥିବା ଏକ ବାଇକ ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା । ଫଳରେ ବାଇକରେ ଥିବା ତିନିଜରଙ୍କ ମଧ୍ୟରୁ ଦୁଇଜଣ ଗୁରୁତର ଆହତ ହୋଇଥିଲେ । ଖବରପାଇ ହାଟଡିହି ଦମକଳ କେନ୍ଦ୍ରର କର୍ମଚାରୀମାନେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାକୁ ନେଇଛନ୍ତି । ଆହତ ମାନଙ୍କ ପରିଚୟ ମିଳିପାରି ନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.