Home କେନ୍ଦୁଝର ଗଛରେ ରାକ୍ଷୀବାନ୍ଧି ସବୁଜ ସୁରକ୍ଷାର ବାର୍ତ୍ତା ଦେଇଛି ଇଞ୍ଚୋଳ ବିକାଶ ମଞ୍ଚ

ଗଛରେ ରାକ୍ଷୀବାନ୍ଧି ସବୁଜ ସୁରକ୍ଷାର ବାର୍ତ୍ତା ଦେଇଛି ଇଞ୍ଚୋଳ ବିକାଶ ମଞ୍ଚ

34

ହାଟଡ଼ିହି,୨୨ / ୮ (ଓଡିଆପୁଅ / ବିକାଶ ବିଶ୍ୱାଳ) ଅଗ୍ରଣୀ ସାମାଜିକ ନ୍ୟାସ ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତବର୍ଷ ରକ୍ଷାବନ୍ଧନ ଉତ୍ସବକୁ ଏକ ନିଆରା ଢ଼ଙ୍ଗରେ ପାଳନ କରାଯାଇଛି । ଚନ୍ଦନ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସବୁଜ ରକ୍ଷା ବନ୍ଧନ କାର୍ଯ୍ୟକ୍ରମରେ ‘ଗଛବି ଆମର ଭଉଣୀ ଭାଇ ବଢ଼ାଇବୁ ତାକୁ ଯତନ ଦେଇ’ବାର୍ତ୍ତାରେ ସମସ୍ତ ପଥଚାରୀ ମାନଙ୍କୁ ସଚେତନ କରାଇଥିଲେ । ଏହି ଅବସରରେ ମଞ୍ଚ ପକ୍ଷରୁ ପ୍ରସ୍ତୁତ ପରିବେଶ ଉପଯୋଗୀ ରାକ୍ଷୀ ଯାହା ପ୍ରକୃତିକ ପଚନଶୀଳ ବସ୍ତୁରୁ ନିର୍ମିତ ଯଥା କାଗଜ, ଅଗାଡି, କୁଟା, ଗହମ କଣି, ମାଣ୍ଡିଆ, ଅରୁଆ ଚାଉଳ, ଧାନ, କପଡା, ସୁତା, କଇଥ ଅଠା ଆଦିରେ ନିର୍ମିତ ହୋଇଥିଲା ସେଗୁଡିକୁ ଗଛରେ ବନ୍ଧା ଯାଇଥିଲା । ଶେଷରେ ଚାରା ରୋପଣ ସହ ଜଂଗଲ ସୃଷ୍ଟି ଓ ପରିବେଶ ସୁରକ୍ଷା ପାଇଁ ସଦସ୍ୟମାନେ ସପଥ ନେଇଥିଲେ । ଉକ୍ତ କାର୍ଯ୍ରକ୍ରମରେ ଦେବଦର୍ଶୀ ପଣ୍ଡା, ସତ୍ୟପ୍ରକାଶ ସାହୁ, ଅଭୟ ଜେନା, ସାଇବ ପଣ୍ଡା, ବିଜୟ ବାରିକ, ସୁରଜ ଜେନା, ପାର୍ଥ ସୁଆର, କାର୍ତ୍ତିକ ନାୟକ, ଧନଞ୍ଜୟ ପଣ୍ଡା, ମହେଶ୍ୱର ଜେନା ପ୍ରମୁଖ ଯୋଗଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.