Home ଜିଲ୍ଲା ପରିକ୍ରମା ଗଛରୁ ପଡି ଗୁରୁତର ହୋଇଥିବା ଯୁବକ କୁ ହସପିଟାଲ ନେବାକୁ ଆସିଲା ନାହିଁ ୧୦୮...

ଗଛରୁ ପଡି ଗୁରୁତର ହୋଇଥିବା ଯୁବକ କୁ ହସପିଟାଲ ନେବାକୁ ଆସିଲା ନାହିଁ ୧୦୮ ଆମ୍ବୁଲାନ୍ସ

102

ମାଲକାନଗିରି,୭। ୭ (ଓଡିଆ ପୁଅ )  ମାଲକାନଗିରି ଜିଲ୍ଲାସଦର ମହକୁମାସ୍ଥ ୧୧୯ କଲୋନିରେ ଚବନ ହିଆଲ(୨୮) ନାମକ ଜଣେ ଯୁବକ ଏକ ଦେବଦାରୁ ଗଛରେ ଚଢି ଡାଳକାଟୁ ଥିବା ସମୟରେ ବର୍ଷା ହୋଇଥିବାରୁ ଗୋଡଖସି ଯାଇ ହଟାତ ଗଛତଳକୁ କଚାଡି ହୋଇପଡି ଗୁରୁତର ଭାବେ ଆହତ ହୋଇଥିଲେ । ସେ ଜଣେ ଅତ୍ୟନ୍ତ ଗରିବ ଆଦିବାସୀ ହୋଇଥିବାରୁ ତାଙ୍କୁ ଡାକ୍ତରଖାନା ନେବା ପାଇଁ ସାହିର ଲୋକମାନେ ବାରମ୍ଭାର ୧୦୮ଆମ୍ବୁଲାନ କୁ ଫୋନ କରିଥିଲେ ମଧ୍ୟ ଆମ୍ବୁଲାନ୍ସ ଆସିନଥିଲା । ବିଳମ୍ବ ହେବା ଦେଖି ସାହିର ଲୋକମାନେ ଏକ ଅଟୋ ଭଡା କରି ମାଲାକନଗିରି ଜିଲ୍ଲା ହସପିଟାଲକୁ ଚିକିତ୍ସା ନିମନ୍ତେ ନେଇ ଯାଇଥିଲେ । ହସପିଟାଲରେ ଡାକ୍ତରମାନେ ଚିକିତ୍ସା କରିଥିଲେ, ସେ ଯୁବକର ଅବସ୍ଥା ଗୁରୁତର ହେବାରୁ କୋରାପୁଟ ହସପିଟାଲକୁ ସ୍ଥାନାନ୍ତରିତ କରିଦେଇଥିଲେ । ଶ୍ରୀ ହିଆଲ ଜଣେ ଅତ୍ୟନ୍ତ ଗରିବ ଖିଟଖିଆ ହୋଇଥିବାରୁ କୋରାପୁଟ କୁ ଯିବାପାଇଁ ତାଙ୍କ ନିକଟରେ ଟଙ୍କା ନଥିବାରୁ ପୁଣି ଥରେ ୧୦୮ ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲା । ଆଗପରି ଭୁବନେଶ୍ୱର ୧୦୮ କଟ୍ରୋଂଲ ରୁମରୁ ଫୋନର ଉତର ଆସିଥିଲା ଜିଲ୍ଲାସଦର ମହୁକାମଠାରେ କୈଣସି ଆମ୍ବୁଲାନ୍ସ ନାହିଁ, ବାହାରକୁ ଯାଇଛି ବିଳମ୍ବ ହେବ । ରୋଗିଙ୍କ ସଂପର୍କିୟ ମାନେ କାଳେ ଆମ୍ବୁଲାନ୍ସ ଆସି ଯିବ ଭାବି ଜଗିରହିଥିଲେ । ଅନେକ ସମୟ ଜଗିବାପରେ ଆମ୍ବୁଲାନ୍ସ ପହଁଚିନଥିଲା କି ଜିଲ୍ଲାହସପିଟାଲ ପକ୍ଷରୁ କୋରାପୁଟ ହସପିଟାଲକୁ ପଠାଇବା ପାଇଁ କୌଣସି ଅନ୍ୟ ଆମ୍ବୁଲାନ୍ସର ବ୍ୟବସ୍ଥା ନକରିବାରୁ ୁ ବାଧ୍ୟହୋଇ ସାହିର କିଛିଲୋକ ଏକ ଗାଡିଭଡା କରି କୋରାପୁଟ ହସପିଟାଲକୁ ଆହତ ଚବନ ହିଆଲକୁ ଚିକିତ୍ସା ନିମନ୍ତେ ପଠାଇ ଦେଇଥିଲେ । ଚବନ ହିଆଲ ଜଣେ ଅତ୍ୟନ୍ତ ଗରିବ ଖଟିଖିଆ ,ଘରକୁ ପତ୍ନୀ ଓ ଛୋଟ ଛୋଟ ତିନୋଟି ପିଲା ଅଛନ୍ତି । ସେ ଗଛରୁ ପଡି ଗୁରୁତର ଭାବେ ଆହତ ହୋଇଥିବାରୁ ତାଙ୍କ ପରିବାର ଚଳିବା ପାଇଁ କଷ୍ଟକର ହୋଇପଡିଛି । ମାଗଣାରେ ଚବନର ଚିକିତ୍ସା ବ୍ୟବସ୍ଥା କରିବା ସହିତ ତାଙ୍କ ପରିବାର ୁକୁ ଜିଲ୍ଲାପ୍ରଶାସନ ପକ୍ଷରୁ ସହାୟତା ଯୋଗାଇଦେବା ପାଇଁ ବସ୍ତିବାସିନ୍ଦା ମାନେ ଦାବିକରିଛନ୍ତି ।୧୦୮ ଆମ୍ବୁଲାନ୍ସ ସେବା ସଂସ୍ଥାର କଂଟ୍ରୋଲ ରୁମ ଓ ଅଫିସ ସୁଦୂର ୬୫୦କିଲୋମିଟର ଦୂର ଭୁବନେଶ୍ୱର ଠାରେ ଥିବାରୁ ସେମାନଙ୍କର ମାଲକାନଗିରି ଜିଲ୍ଲାପ୍ରତି ଗୁରୁତ୍ୱ ଦେଉନଥିବାର ଜଣାପଡିଛି । ଏହି ଆମ୍ବୁଲାନ୍ସ ସେବା ଜିଲ୍ଲାସ୍ୱାସ୍ଥ୍ୟ ବିଭାଗ ଅଧିନରେ ନଥିବାରୁ ଜିଲ୍ଲାସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଟାଳଟୁଳା ନିତି ଅବଲମ୍ବନ କରୁଥିବାର ସାଧରଣ ରୋଗୀମାନେ ହଇରାଣ ହେଉଛନ୍ତି । ଆଦିବାସୀ ଅଧ୍ୟୁଷିତ ଅଚଂଳରେ ସ୍ୱାସ୍ଥ୍ୟସେବାକୁ ଅଧିକ ଗୁରୁତ୍ୱଦେଇ ମାଗଣାରେ ରୋଗୀଙ୍କ ଚିକିତ୍ସାବ୍ୟବସ୍ଥା କରା ଯାଉଛି ବୋଲି କେନ୍ଦ୍ର ଓ ରାଜ୍ୟସରକାର ଡିଣ୍ଡିମ ପିଟୁଥିବାବେଳେ ଆନ୍ଦ୍ର ଛତିଶଗଡ ସୀମାନ୍ତ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହେବାରେ ଲାଗିଛି । ବିଶେଷ କରି ପ୍ରସୁତୀ ମହିଳା ଓ ଶିଶୁଙ୍କ ପାଇଁ ୧୦୨ ଓ ଦୁର୍ଘଟଣା ଗସ୍ତ ଓ ଅନ୍ୟାନ ରୋଗୀଙ୍କ ପାଇଁ ୧୦୮ ଆମ୍ବୁଲାନ୍ସର ସେବା ଠିକ ଭାବେ ମାଲକାନଗିରି ଜିଲ୍ଲାବାସୀ ପାଇପାରୁ ନାହାଁନ୍ତି, ୧୦୮ କିମ୍ବା ୧୦୨ କୁ ଫୋନକଲେ ଅଧିକାଶଂ ସମୟରେ କେହି ଫୋନ ଉଠାଉନଥିବାର ଅଭିଯୋଗ ହେଉଛି, କେତେ ବେଳେ କେମିତି ଫୋନ ଉଠାଇଲେ ତାହା ମଧ୍ୟ ଠିକ ସମୟରେ ରୋଗୀ ନିକଟରେ ଆମ୍ବୁଲାନ୍ସ ପହଁଚିପାରୁ ନାହିଁ, ଏହି ଦୁଇଟି ଆମ୍ବୁଲାନ୍ସର କଂଟ୍ରୋଲରୁମ ଭୁବନେଶ୍ୱର ହୋଇଥିବାରୁ ପ୍ରଥମେ ସେଠାକୁ ଫୋନ ଯାଇଥାଏ, ପରେ ସେଠାରୁ ଆମ୍ବୁଲାନ୍ସ ଡ୍ରାଇଭର ନିକଟକୁ ଫୋନ ଆସିଥାଏ, ମାଲକାନଗିରି ଜିଲ୍ଲାର ଅନେକ ଗାଁରେ ଫୋନସେବା ନଥିବା ଓ ଅଧାବେଳା ଫୋନ ଫେଲ ହେବା ଓ ନେଟ୍‌ଓ୍ୟାର୍କ ଠିକ ନଥିବାରୁ ରୋଗୀ ମାନେ ଆମ୍ବୁଲାନ୍ସ ସେବା ପାଇବାରୁ ବଚିଂତ ହେଉଛନ୍ତି । ୧୦୮ ଓ ୧୦୨ ଆମ୍ବୁଲାନ୍ସ ସେବାକୁ ଜିଲ୍ଲାହେଡକ୍ୱର୍ଟର ରେ କଂଟ୍ରୋଲ ରୁମ କିମ୍ବା ସ୍ଥାନିୟ ଡାକ୍ତରଖାନା ସହିତ ଯୋଗା ଯୋଗର ବ୍ୟବସ୍ଥା କରା ଗଲେ ଗାଁ ଗହଳର ଅନେକ ରୋଗୀ ଠିକ ଭାବେ ଆମ୍ବୁଲାନ୍ସ ସେବା ସହ ସ୍ୱାସ୍ଥ୍ୟସେବା ପାଇପାରନ୍ତେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.