Home ଜିଲ୍ଲା ପରିକ୍ରମା କୋଭିଡ ନିୟମକୁ ଉଲଘଂନ କରି ଖୋଲମ ଖୋଲା ଭାବେ ଚାଲିଛି କୋଚିଂସେଟଂର ଓ ଘରୋଇ ଟିୟୁସନ

କୋଭିଡ ନିୟମକୁ ଉଲଘଂନ କରି ଖୋଲମ ଖୋଲା ଭାବେ ଚାଲିଛି କୋଚିଂସେଟଂର ଓ ଘରୋଇ ଟିୟୁସନ

117

ମାଲକାନଗିରି,୭ା୭ (ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନା ମହାମିରି ଉଗ ୍ରରୁପନେଇଥିବାରୁ ଏହାର ସଂକ୍ରମଣ ଠାରୁ ଦୂରରେ ରହିବା ପାଇଁ ରାଜ୍ୟସରକାର ଓ ଶିକ୍ଷାବିଭାଗ ପକ୍ଷରୁ ସ୍କୁଲ କଲେଜ ଗୁଡିକ ବନ୍ଦକରିଦିଆ ଯାଇଛି । ଘରେ ରହିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅନଲାଇନ ଓ ଦୁରଦର୍ଶନ ରେ କିଛି ସମୟ ପାଇଁ ଶିକ୍ଷାଦିଆ ଯାଉଛି । ଘରୋଇ ଟିୟୁସନ ଓ କୋଚିଂ ସେଂଟର ଗୁଡିକୁ ନ ଖୋଲିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଥିବା ବେଳେ କୋଭିଡ୧୯ ନିୟମକୁ ଉଲଘଂନକରି କେତକ ଶିକ୍ଷକ ନିଜ ଘରେ ଓ ଘରଭଡା ନେଇ ଖୋଲମ ଖୋଲା ଭାବେ ଘରୋଇ ଟିୟୁସନ ଓ କୋଚିଂସେଟଂର ରେ ସକାଳେ ଓ ସନ୍ଧ୍ୟା ରେ ଶିକ୍ଷାଦନ କରୁଥିବାର ଜଣାପଡିଛି । ଏହି ଟିୟୁସନ ଓ କୋଚିଂସେଟଂରେ ଛାତ୍ର ଛାତ୍ରୀ ମାନେ ମାସ୍କ ପରିଧାନ କରୁ ନହାଁନ୍ତି କି ସାମଜିକ ଦୂରତା ରକ୍ଷା ନ କରି ଖୋଲା ଖୋଲି ଭାବେ କୋଭିଡ ନିୟମକୁ ମାନୁ ନଥିବାର ଜିଲ୍ଲାଶିକ୍ଷାଧିକାରୀ ଓ ପ୍ରଶାସନ ନିକଟରେ ଅଭିଯୋଗ ହେଉଥିଲେ ମଧ୍ୟ ଏଥି ପ୍ରତି କେହି ଗୁରୁତ୍ୱ ଦେଉନଥିବାରୁ ଆଗାମି ଦିନରେ ଭୟାବହ କରୋନା ସଂକ୍ରମଣକୁ ଏଡାଇଦିଆ ଯାଇ ନପାରେ । ବିଶେଷ କରି ମାଲକାନଗିରି ଜିଲ୍ଲାସଦର ମହକୁମା ରିକ୍ଲାମେଶନ କଲୋନି,ଏଜୁକେସନ କଲୋନି,କୁମୁଟିଗୁଡା,୧୧୯ କଲୋନି, ଡିଏନକେ, ବ୍ଲକ କଲୋନି,ଆଇଏମଏସଟି କଲୋନି,ତଳସାହି,ମହାଶ୍ୱରୀ କଲୋନି,ଜେଲ ସାହି,ଡେଲି ମାର୍କେଟ ସହିତ କାଲିମେଳା, ପଡିଆ, ମୋଟୁ, ଏମଭି୭୯.ଏମଭି୭୨,ପୋଟେରୁ,ବାଲିମେଳା, କୋରକୁଣ୍ଡା, ଚିତ୍ରକୋଣ୍ଡା, ଖଇରପୁଟ,ଗୁମ୍ମା, ମାଥିଲି, ଗୋବିନ୍ଦପାଲି ବିଭିନ୍ନ ସ୍ଥାନରେ କିଛି ଲାଭଖୋର ଶିକ୍ଷକ ମାନେ କୋଭିଡ ନାୟମ ଉଲଘଂନ କରି କୋଚିଂସେଟଂର ଖୋଲି ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢାଉଥିବାର ଅଭିଯୋଗ ହେଉଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.