Home ଜିଲ୍ଲା ପରିକ୍ରମା ଖୁସି ବାଣ୍ଟିଲା କାନ୍ତକବି ମଞ୍ଚ

ଖୁସି ବାଣ୍ଟିଲା କାନ୍ତକବି ମଞ୍ଚ

74

ଭଦ୍ରକ, ୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ‘ବନ୍ଦେ ଉତ୍କଳ ଜନନୀ’ କୁ ରାଜ୍ୟ ସଂଗୀତ ମାନ୍ୟତାମିଳିବା ପରେ କାନ୍ତକବି ମଂଚ ପକ୍ଷରୁ ସ୍ୱାଗତ କରଯିବା ସହ ଖୁସି ମନାଇ ମିଠା ବଣ୍ଟା ଯାଇଛି । ଗତକାଲି ରାଜ୍ୟ ସରକାର ଦୀର୍ଘଦିନର ଓଡ଼ିଶାବାସୀଙ୍କ ଦାବିକୁ ସମ୍ମାନ ଦେଇ ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତକୁ କ୍ୟାବିନେଟ୍ ବୈଠକରେ ରାଜ୍ୟ ସଂଗୀତ ମାନ୍ୟତା ପ୍ରଦାନ କରିଥିଲେ । ଆଜି କାନ୍ତକବି ମଂଚର ସଦସ୍ୟମାନେ ବାଇପାସ୍ ଛକରେ ଏକତ୍ରିତ ହୋଇ ସାମାଜିକ ଦୂରତା ମାନି ଉତ୍ସବ ମନାଇଛନ୍ତି । ଏହାସହ ମଂଚ ପକ୍ଷରୁ କରାଯାଇଥିବା ୮ ଦଫା ଦାବିକୁ କାନ୍ତକବି ମଂଚର ଆବାହକ ଲକ୍ଷ୍ମୀଧର ବିଶ୍ୱାଳ ଦୋହରାଇ ଥିଲେ । ଏଥିସହ ଜିଲା ପ୍ରଶାସନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତିକୁ ତୁରନ୍ତ ପୂରଣ ପୂର୍ବକ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପ୍ରତିମୂର୍ତ୍ତି ପୁନଃ ପ୍ରତିଷ୍ଠା କରିବାକୁ ନିବେଦନ କରିଛନ୍ତି । ପ୍ରଶାସନ ଦୁଇଦିନ ସମୟ ଦେଇ ଏତେ ବିଳମ୍ବ କରିବାକୁ ଉପସ୍ଥିତ ବୁଦ୍ଧିଜୀବୀମାନେ ନିନ୍ଦା କରିଥିଲେ । କାନ୍ତକବି ମଂଚର ରାଜ୍ୟ ସଂଯୋଜକ ସୁଦାମ ଭୂଇଁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା, ରାଧାରାଣୀ ମହାପାତ୍ର, ଅଜୟ ନାୟକ, ଡାକ୍ତର ପ୍ରଦୀପ ନାୟକ, ପ୍ରକାଶ ସ୍ୱାଇଁ, ସ୍ୱାଧୀନ ସୁନ୍ଦର ଦାସ, ଗୌତମ ମହାରଣା ଓ ଗାଁ ସାଥୀ ସଂଘର ଜିଲା ସଭାପତି ପ୍ରମୋଦ ସାମଲ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.