Home ଓଡ଼ିଶା ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବେ କ୍ୟାଟଙ୍କ ଭଉଣୀ

ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବେ କ୍ୟାଟଙ୍କ ଭଉଣୀ

405

ମୁମ୍ବାଇ,୦୪/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନାଙ୍କ ଭଉଣୀ ଇସାବେଲ ବଲିଉଡରେ ଏଣ୍ଟ୍ରି କରିବାକୁ ନେଇ ଅନେକ ଦିନରୁ ଯୋଜନା କରିସାରିଲେଣି । ଇସାବେଲ ସଲମାନଙ୍କ ଭିଣୋଇ ଆୟୁଷଙ୍କ ସହିତ ଫିଲ୍ମ ’କ୍ବାଥା’ରେ ଖୁବଶୀଘ୍ର ନଜର ଆସିବେ ।

ତେବେ କରନ ଲଲିତ ଭୁଟାନି ନିର୍ଦ୍ଦେଶିତ ଏହି ଫିଲ୍ମଟି ଭାରତୀୟ ସେନାରେ ଥିବା ଯବାନମାନଙ୍କର ସାହସିକତା ଉପରେ ଆଧାରିତ । ଏଥିରେ ଆୟୁଷ ଶର୍ମା ଜଣେ ଆର୍ମି ଅଫିସର ଭୂମିକାରେ ନଜର ଆସିବେ । ସତ୍ୟ ଘଟଣା ଉପରେ ଆଧାରିତ ଏହି ଆକ୍ସନ ଡ୍ରାମା ଫିଲ୍ମଟି ଆସନ୍ତା ସେପ୍ଟମ୍ବରରେ ସୁଟିଂ ହୋଇ ଆସନ୍ତାବର୍ଷ ରିଲିଜ ହେବ ।

ଆୟୁଷ ବଲିଉଡରେ ଫିଲ୍ମ ‘ଲଭୟାତ୍ରୀ’ ଜରିଆରେ ଏଣ୍ଟ୍ରି କରିଥିଲ । କିନ୍ତୁ ଫିଲ୍ମକୁ ଏତେ କିଛି ସଫଳତା ମିଳିନଥିଲା । ଖାସ୍ ଏଥିପାଇଁ ଆୟୁଷ ଫିଲ୍ମ ‘କ୍ବାଥା’ ପାଇଁ ବେଶ୍ ପରିଶ୍ରମ କରୁଛନ୍ତି । ଫିଲ୍ମରେ ଜଣେ ଆର୍ମି ଅଫିସର ଭୂମିକା ନିର୍ବାହ କରିବା ମୋ ପାଇଁ ଗର୍ବର କଥା ବୋଲି ଆୟୁଷ କହିଛନ୍ତିା ଏହାକୁ ନେଇ ବେଶ୍ ଉତ୍ସାହିତ ମଧ୍ୟ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.