Home ଜିଲ୍ଲା ପରିକ୍ରମା ଖାଲି ପଡିଥିବା ପଦବୀରେ ହେବ ପୁନଃ ନିଯୁକ୍ତି: ନେସ୍କୋ

ଖାଲି ପଡିଥିବା ପଦବୀରେ ହେବ ପୁନଃ ନିଯୁକ୍ତି: ନେସ୍କୋ

95

ଭଦ୍ରକ, ୧୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୀର୍ଘ ଦିନର ଅପେକ୍ଷାର ଅନ୍ତ ପରେ ଟାଟା କମ୍ପାନୀ ତରଫରୁ ନେସ୍କୋ ଅଧିନରେ ଖାଲି ଥିବା ବିଭିନ୍ନ ପଦପବୀର ଅଫିସରଙ୍କ ପାଇଁ ନିଯୁକ୍ତିର ବିଜ୍ଞାପନ ବାହାର କରିଥିବାରୁ ଭଦ୍ରକ ବିଦ୍ୟୁତ ମଣ୍ଡଳ ଅଧିନରେ ଥିବା ପାୱାର ଏମ୍ପୋଲୟିଜ ୟୁନିୟନ ଭଦ୍ରକ ତରଫରୁ ସ୍ୱାଗତ କରୁଛି । ଏହା ଏକ ସ୍ୱାଗତ ପଦକ୍ଷେପ । ୟୁନିୟନ ତରଫରୁ ଅନୁରୋଧ କରୁଛୁ ଖାଲି ଥିବା ଲାଇନମେନ୍‌, କିରାଣି ଠାରୁ ଆରମ୍ଭ କରି ଜୁନିୟର ଏକାଉଣ୍ଟଟେ ପଦବୀ ପାଇଁ ଶୀଘ୍ର ବିଜ୍ଞାପନ ବାହାର କରିବା ସଂଗେ ସଂଗେ ଦୀର୍ଘଦିନ ଧରି କାମକରୁଥିବା ଅସ୍ଥାୟୀ କର୍ମଚାରୀ ମାନଙ୍କୁ ସ୍ଥାୟୀ ଚାକିରିର ନିଯୁକ୍ତି କଲେ ଆମ୍ଭେ ମାନେ ଖୁସି ହେବୁ । ବିଦ୍ୟୁତ୍ ଉପଭୋକ୍ତା ମାନେ ସେବା ପାଇବେ ଓ ବେକାର ସମସ୍ୟା କିଛି ମାତ୍ରାରେ ଦୂର ହେବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.