Home ଜିଲ୍ଲା ପରିକ୍ରମା ଖାଦ୍ୟଯୋଗାଣ ଖାଉଟି କଲ୍ୟାଣ ସଚିବ ଙ୍କ ସ୍ୱାଭିମାନ ଅଚଂଳ ଗସ୍ତ, ଉନ୍ନୟନ ମୁଳକକାର୍ଯ୍ୟ ପରିଦର୍ଶନ ଓ...

ଖାଦ୍ୟଯୋଗାଣ ଖାଉଟି କଲ୍ୟାଣ ସଚିବ ଙ୍କ ସ୍ୱାଭିମାନ ଅଚଂଳ ଗସ୍ତ, ଉନ୍ନୟନ ମୁଳକକାର୍ଯ୍ୟ ପରିଦର୍ଶନ ଓ ସମୀକ୍ଷା ବୈଠକ

309

ମାଲକାନଗିରି,୨୦ା୧୨   (ଓଡିଆ ପୁଅ ) ରାଜ୍ୟ ସରକାରଙ୍କ ଖାଦ୍ୟଯୋଗାଣ ଖାଉଟି କଲ୍ୟାଣ ସିଚବ ଶ୍ରୀ ବୀରବିକ୍ରମ ଯାଦବ ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଚଂଳଗସ୍ତ କରି  ବିଭିନ୍ନ  ଉନ୍ନୟନ ମୁଳକ କାର୍ଯ୍ୟ ଓ ଜାନବାଇ ଠାରେ  ଗୁରୁପ୍ରୀୟା ସେତୁ ପରିଦର୍ଶନ ସହ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ନେଇ  ସମିକ୍ଷା ବୈଠକ କରିଛନ୍ତି । ଆଜି  ସକାଳେ ସଚିବ ଶ୍ରୀ ଯାଦବ ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳର କୁ ଗସ୍ତକରି ସେ ଅଚଂଳର ବିକାଶ ନେଇ ବିଭାଗୀୟ ଅଧିକାରୀ ଓ  ମାଓପ୍ରବଣ ବଡପଡା, ବିଭିନ୍ନ ଆଦିବାସୀ ଗ୍ରାମକୁ ଯାଇ ସେଠାରେ ଚାଲିଥିବା ରାଜ୍ୟସରକାରଙ୍କ ଫାଇଭ ଟି ମୋ ସରକାର ଯୋଜନା ଓ ଉନ୍ନୟନମୁଳକ କାର୍ଯ୍ୟ ପରିଦର୍ଶନ କରିଥିଲେ । ଏହା ବ୍ୟତିତ ବଡପଡା ଠାରେ ଶିକ୍ଷକ ଆବାସିକ ଭବନ,ଏକ ନୂତନ ହସପିଟାଲ, ହାଇସ୍କୁଲ ପ୍ରତିଷ୍ଟା କରାଯାଇ ସ୍ୱାଭିମାନ ଅଚଂଳରେ ସ୍ୱାସ୍ଥ୍ୟ,ଶିକ୍ଷା, ଗମନାଗମନ,ପାନୀୟଜଳ ଯୋଗଣ ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦିଆଯିବ ବୋଲି କହିଥିଲେ । ସୂଚନା ଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଘୋଷଣାକରିଥିବା  ସ୍ୱାଭିମାନ ଅଚଂଳରେ ୧୦୦କୋଟି ଟଙ୍କାର ପ୍ୟାକେଜ କିପିରି କାର୍ଯ୍ୟକାରି ହେବ ସେନେଇ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ସମୀକ୍ଷା ବୈଠକ କରାଯାଇଥିଲା । ସ୍ୱାଭିମାନ ଅଚଂଳରେ ଥିବା ଗ୍ରାମଗୁଡିକରେ ଅତ୍ୟାବସ୍ୟକିୟ ସାମଗ୍ରୀର ସୁଷମବଟଂନ,ପକ୍କାଗୃହ ଯୋଗାଣ, ବାର୍ଦ୍ଦକ୍ୟଭତା,ବିଧବା ଭତା ପ୍ରଦାନ ଓ ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟର ତଦାରଖ କରିଥିଲେ । ସଚିବ ଶ୍ରୀ ଯାଦବ ପୁର୍ବରୁ ମାଲକାନଗିରି ର ଜିଲ୍ଲାପାଳ ଭାବେ ଥିବାରୁ  ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ଚିତ୍ରକୋଣ୍ଡା ବ୍ଲକର ବିଭିନ୍ନ ଆଦିବାସୀ ଗ୍ରାମ ଗସ୍ତକରି ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରି  ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟ ର ତଦାରଖ କରିବା ଘଟଣାକୁ ଦେଖି ଗ୍ରାମବାସୀ ମାନେ ବହୁତ ଖୁସି ହୋଇ ସ୍ୱାଗତ ଓ ସମ୍ବୋର୍ଦ୍ଦନା ଜଣାଇଥିଲେ । ସଚିବ ଓ ଜିଲ୍ଲାପାଳ ଅନ୍ୟାନ ଅଧିକାରୀମାନେ କୋରକୁଣ୍ଡା ବ୍ଲକ ଅଧିନସ୍ଥ ସୋମନାଥପୁର ଧାନ ମଣ୍ଡିପରିଦର୍ଶନ କରି ସେଠାକାର ଚାଷୀ ମାନଙ୍କ ସହିତ ସେମାନଙ୍କ ସୁବିଧା ଅସୁବିଧା ସଂପର୍କରେ ପଚାରିବୁଝିଥିଲେ । ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କୁ ନେଇ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରି ଭଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ସଚିବଙ୍କ ସହିତ ଆଲଚୋନା କରିଥିଲେ । ସଚିବଙ୍କ ସହିତ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ,ଏସପିରିଶିକେଶ ଡି ଖିଲାରୀ,ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ଡିଏଫଓ ପ୍ରଦୀପ ମିରଶେ,ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ଡିଆରଡିଏ ଏପିଡି ମାନସ ମିଶ୍ର ,ଯୋଗାଣ ବିଭାଗ ଅଧିକାରୀ ଙ୍କ ସହିତ ଅନ୍ୟାନ ଜିଲ୍ଲାସ୍ତର  ଅଧିକାରୀ ମାନେ ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.