Home ଓଡ଼ିଶା ଝାରଖଣ୍ଡ ପୋଲ ଅଫ ପୋଲ୍ସ : ବିଜେପିକୁ ଲାଗିପାରେ ଝଟକା : JMM-କଂଗ୍ରେସର ସରକାର ବନିବା...

ଝାରଖଣ୍ଡ ପୋଲ ଅଫ ପୋଲ୍ସ : ବିଜେପିକୁ ଲାଗିପାରେ ଝଟକା : JMM-କଂଗ୍ରେସର ସରକାର ବନିବା ଆଶଙ୍କା

460

ନୂଆ ଦିଲ୍ଲୀ ୨୦-୧୨ (ଓଡ଼ିଆ ପୁଅ) ଝାରଖଣ୍ଡ ବିଧାନସଭା ନିର୍ବାଚନର ପଞ୍ଚମ ଏବଂ ଶେଷ ପର୍ଯ୍ୟାୟର ଭୋଟିଙ୍ଗ ପରେ ଆସିଥିବା ସମସ୍ତ ଏଗ୍ଜିଟ ପୋଲରେ ବିଜେପି ପୁନଃ ଶାସନ କ୍ଷମତାକୁ ଆସିବା ଦୌଡ଼ରେ ପଛୁଆ ରହିଥିବା ଦେଖାଯାଉଛି। ଝାରଖଣ୍ଡ ମୁକ୍ତି ମୋର୍ଚା ଏବଂ କଂଗ୍ରେସ ମିଶିକରି ସରକାର ବନାଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି।

ପୋଲ ଅଫ ପୋଲ୍ସ ଅନୁସାରେ ୮୧ ସଦସ୍ୟବିଶିଷ୍ଟ ବିଧାନସଭାରେ ହେମନ୍ତ ସୋରେନଙ୍କର ନେତୃତ୍ତ୍ୱରେ ସରକାର ବନିବ ବୋଲି ଦେଖାଯାଉଛି। ଯଦି ଏମିତି ହୁଏ ତେବେ ମହାରାଷ୍ଟ୍ର ପରେ ଝାରଖଣ୍ଡ ଦ୍ୱିତୀୟ ରାଜ୍ୟ ହେବ, ଯେଉଁଠାରେ ବିଜେପି ହାତରୁ ଶାସନ କ୍ଷମତା ଚାଲିଯିବ।

୨୦୧୪ ର ବିଧାନସଭା ନିର୍ବାଚନରେ ବିଜେପିକୁ ୪୪ ସିଟ୍ ମିଳିଥିଲା। ତା’ର ପରେ ରଘୁବର ଦାସଙ୍କର ନେତୃତ୍ଵରେ ରାଜ୍ୟରେ ବିଜେପି ସରକାର ବନାଇଥିଲା। ଲୋକସଭା ନିର୍ବାଚନ ପରେ ମହାରାଷ୍ଟ୍ର ଏବଂ ହରିଆଣା ନିର୍ବାଚନରେ ବିଜେପି ହରିଆଣାରେ ସରକାର ଗଠନ କରିବାରେ ସକ୍ଷମ ହୋଇପାରିଲା। କିନ୍ତୁ ମହାରାଷ୍ଟ୍ରରେ ଶିବସେନାର ବିଦ୍ରୋହ ର କାରଣରୁ ହାତରୁ କ୍ଷମତା ଚାଲିଗଲା। ଏବେ ଝାରଖଣ୍ଡରେ ଯାହା ସଂକେତ ଦେଖାଯାଉଛି ତାହା ବିଜେପି ପାଇଁ ଭଲ ସନ୍ଦେଶ ନୁହେଁ ବୋଲି କୁହାଯାଇପାରିବ। ଏ ପର୍ଯ୍ୟନ୍ତ ଆକ୍ସିସ ମାଇ ଇଣ୍ଡିଆ ଅନୁସାରେ ଜେଏମଏମ ଏବଂ କଂଗ୍ରେସକୁ ୩୧ ରୁ ୩୯ ଆସନ ମିଳିପାରେ। ବିଜେପିକୁ ୨୮ ରେ ୩୬ ଆସନ ମିଳିବାରର ସମ୍ଭାବନା ଦେଖାଯାଉଛି। ବିଜେପିରୁ ଅଲଗା ହୋଇ ନିର୍ବାଚନ ଲଢ଼ିଥିବା ଆଜସୁ କୁ ୩ ରୁ ୫ଟି ଆସନ ମିଳିପାରେ।

ଏ ପର୍ଯ୍ୟନ୍ତ ଆକ୍ସିସ ମାଇ ଇଣ୍ଡିଆ

ବିଜେପି – ୨୨-୩୨
ଜେଏମଏମ – କଂଗ୍ରେସ- ୩୮-୫୦
ଜେବିଏମ- ୦୨-୦୪
ଆଜସୁ ୦୩-୦୫
ଅନ୍ୟ- ୦୪-୦୭

କଶିଶ ନ୍ୟୁଜ
ବିଜେପି ୨୫-୩୦
ଜେଏମଏମ କଂଗ୍ରେସ ୩୭-୪୯
ଆଜସୁ ୦୨-୦୪
ଅନ୍ୟ ୦୨-୦୪

ଆଇଏଏନଏସ ଏବିପି-ସି ଭୋଟର
ବିଜେପି – ୩୨
ଜେଏମଏମ – କଂଗ୍ରେସ – ୩୫
ଆଜସୁ – ୦୫
ଅନ୍ୟଏ ୦୯

୨୦୧୪ ର ବିଧାନସଭା ନିର୍ବାଚନରେ ବିଜେପି କୁ ୪୪, ଜେଏମଏମକୁ ୧୬, କଂଗ୍ରେସକୁ ୬ଟି ସିଟ ମିଳିଥିଲା। ଆଜସୁକୁ ୩ ଏବଂ ବାବୁଲାଲ ମରାଣ୍ଡିଙ୍କର ପାର୍ଟୀ ଜେବିଏମକୁ ୨ଟି ସିଟ୍ ଆସନ ଉପରେ ବିଜୟ ମିଳିଥିଲା। ତା’ ପରେ ବିଜେପି ରଘୁବାର ଦାସଙ୍କର ନେତୃତ୍ଵରେ ସରକାର ବନାଇଥିଲେ। ଏହା ଝାରଖଣ୍ଡର ୧୯ ବର୍ଷର ଇତିହାସରେ ପ୍ରଥମ ପାଞ୍ଚ ବର୍ଷ ଚାଲିଥିବା ସରକାର।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.