Home ଜିଲ୍ଲା ପରିକ୍ରମା ଜିଲ୍ଲାର ୬୩ଟି ମଣ୍ଡିରୁ୧୧୪୩୪ଜଣ ଚାଷୀଙ୍କ ଠାରୁ ୪,୭୯୬୫୫କୁଇଣ୍ଟାଲ ଧାନ କ୍ରୟ,୯୫୧୩ଜଣ ଚାଷୀ ୭୦କୋଟି୮୦ଲକ୍ଷ୩୭୦୦୬ଟଙ୍କା ପାଇଲେ

ଜିଲ୍ଲାର ୬୩ଟି ମଣ୍ଡିରୁ୧୧୪୩୪ଜଣ ଚାଷୀଙ୍କ ଠାରୁ ୪,୭୯୬୫୫କୁଇଣ୍ଟାଲ ଧାନ କ୍ରୟ,୯୫୧୩ଜଣ ଚାଷୀ ୭୦କୋଟି୮୦ଲକ୍ଷ୩୭୦୦୬ଟଙ୍କା ପାଇଲେ

115

ମାଲକାନଗିରି,୨୦ା୧୨ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ଗତମାସ ୨୨ତାରିଖ ଠାରୁ  ଆଜି ପର୍ଯ୍ୟନ୍ତ ୬୩ଟି ଧାନମଣ୍ଡି ରେ ୧୧୪୩୪ଜଣ ଚାଷୀଙ୍କ ଠାରୁ ୪ଲକ୍ଷ ୭୯୬୫୫ କ୍ୱିଟାଂଲ ଧାନକ୍ରୟ ହୋଇଛି । ଇତି ମଧ୍ୟରେ ୯୫୧୩ଜଣ ଚାଷୀଙ୍କୁ ଅନଲାଇନରେ ସେମାନଙ୍କ ପାସବୁକରେ ୭୦କୋଟି୮୦ଲକ୍ଷ୩୭୦୦୬ ଟଙ୍କା ଧାନବିକ୍ରୟ ଟଙ୍କା ଜମାହୋଇ ସାରିଛି । କାଲିମେଳା ଲ୍ୟାମ୍ପସ ଅଧିନରେ ଥିବା ୧୩ଟି ଧାନମଣ୍ଡିରୁ ୨୮୬୬ଜଣ ଚାଷୀଙ୍କ ଠାରୁ ୧୧୨୬୩୧.୩୪କୁଇଟାଂଲ,ବଣ୍ଡାଲ୍ୟାମ୍ପସ ଗୋବିନ୍ଦପାଲି ଅଧିନରେ ଥିବା ୬ଟି ମଣ୍ଡିରୁ ୭୪୩ଜଣ ଚାଷୀଙ୍କ ଟାରୁ ୨୭୧୯୩.୦୪ କୁଇଟାଂଲ,ଶିଖପାଲି ଲ୍ୟାମ୍ପସ ଅଧିନରେ ଥିବା ୪ଟି ଧାନମଣ୍ଡିରୁ ୧୦୬୫ଜଣ ଚାଷୀଙ୍କ ଠାରୁ ୫୪୦୦୬.୯୩ କୁଇଟାଂଲ,କୋରକୁଣ୍ଡା ଲ୍ୟାମ୍ପସ ଅଧିନରେ ଥିବା ୧୨ଟି ଧାନମଣ୍ଡିରୁ ୨୧୬୧ଜଣ ଚାଷୀଙ୍କ ଠାରୁ ୮୫୦୪୩.୬୭କୁଇଟାଂଲ,କୁଡୁମଲୁଗୁମ୍ମା ଲ୍ୟାମ୍ପସ ଅଧିନରେ ଥିବା ୩ ଟି ଧାନମଣ୍ଡିରୁ ୪୨୩ ଜଣ ଚାଷୀଙ୍କ ଠାରୁ ୧୬୭.୭୩ କୁଇଟାଂଲ,ମାଥିଲି ଲ୍ୟାମ୍ପସ ଅଧିନରେ ଥିବା ୧୦ଟି ଧାନମଣ୍ଡିରୁ ୧୨୧୨ଜଣ ଚାଷୀଙ୍କ ଠାରୁ ୪୯୫୪୯.୨୪କୁଇଟାଂଲ, ପଡିଆ  ଲ୍ୟାମ୍ପସ ଅଧିନରେ ଥିବା ୭ଟି ଧାନମଣ୍ଡିରୁ ୧୧୫୨ଜଣ ଚାଷୀଙ୍କ ଠାରୁ ୫୪୨୬୮.୩୮କୁଇଟାଂଲ,ମାଲକାନଗିରି ଲ୍ୟାମ୍ପସ ଅଧିନରେ ଥିବା ୭ଟି ଧାନମଣ୍ଡିରୁ ୧୫୬୩ଜଣ ଚାଷୀଙ୍କ ଠାରୁ ୬୧୨୧୫.୫୧ କୁଇଣ୍ଟାଲ ଧାନ ଇତି ମଧ୍ୟରେ କ୍ରୟ ହୋଇସାରିଲାଣି । ଖୁବଶିଘ୍ର ସମସସ୍ତ ଧାନ ମଣ୍ଡିରେ ଚାଷୀମାନଙ୍କ ଠାରୁ ଟାଗେ ର୍ଟ ଅନୁସାରେ ଧାନକ୍ରୟ କରା ଯାଇ ସେମାନଙ୍କୁ ଉପଯୁକ୍ତମୂଲ୍ୟ ଦିଆଯିବ,  ଜିଲ୍ଲାର ୨୧ଟି ମିଲର ଙ୍କୁ ମଣ୍ଡିରୁ ଧାନଉଠାଇବା ପାଇଁ ଦାଇତ୍ୱ ଦିଆ ଯାଇଛି । ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି ଜିଲ୍ଲାରେ ୮ଲକ୍ଷ  କୁଇଣ୍ଟାଲ ଧାନ କିଣାଯିବାର  ବ୍ୟବସ୍ଥା କରା ଯାଇଯାଇଛି । ପରବର୍ତି ସମୟରେ ଧାନକ୍ରୟ ସମୟ ଓ ଟାର୍ଗେଟ ବୃଦ୍ଧିକରା ଯିବ,ଚାଷୀମାନଙ୍କୁ ଏକ ସପ୍ତାହ ମଧ୍ୟରେ ସେମାନଙ୍କ ଧାନ ବିକ୍ରୀ ପଇସା ଅନଲାଇନ ମାଧ୍ୟମରେ ଦିଆଯିବ, ସମସ୍ଥ ମଣ୍ଡିରେ ଶାନ୍ତି ଶୃଙ୍ଖଳାର ସହିତ ଧାନ କ୍ରୟ ଚାଲିଛି, ସମସ୍ଥ ମଣ୍ଡିକୁ ଯୋଗଣ ବିଭାଗ ଅଧାକାରୀ ଓ ଲ୍ୟାମ୍ପସ ଏମଡି ଙ୍କ ସହିତ ପ୍ରଶାସନିକ ଅଧିକାରୀ ମାନେ ପରିଦର୍ଶନ କରି ଚାଷୀମାନଙ୍କର ଯେପରି କିଛି ଅସୁବିଧା ନ ହୁଏ ସେଥିପ୍ରତି ତଦାରଖ କରୁଛନ୍ତି ବୋଲି ଉପଜିଲ୍ଲାପାଳ ତଥା ଭାରପ୍ରାପ୍ତ ଜିଲ୍ଲାଯୋଗାଣ ଅଧିକାରୀ ରାମେଶ୍ୱର ପ୍ରଧାନ କହିଛନ୍ତି । ଚଳିତବର୍ଷ ଖରିପରେ ସାଧାରଣ କିସମ ଧାନ   କୁଇଟାଂଲ ପିଛି ୧୮୧୫ଟଙ୍କା , ଗ୍ରେଡ ଏ  କିସମ ଧାନ ୧୮୩୫ ଟଙ୍କା ସରକାରି ଦର ଧାର୍ଯ୍ୟ କରାଯାଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.