Home ଓଡ଼ିଶା ଖସିଲା ପାରଦ ବଢ଼ିଲା ଶୀତ: ବାଲିଗୁଡା ଅଂଚଳରେ ତୁଷାରପାତ

ଖସିଲା ପାରଦ ବଢ଼ିଲା ଶୀତ: ବାଲିଗୁଡା ଅଂଚଳରେ ତୁଷାରପାତ

225

ବାଲିଗୁଡା, ୧୨/୧ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ଚଳିତ ଶୀତ ଋତୁରେ ପ୍ରଥମ ତୁଷାରପାତ ରବିବାର ଭୋରରୁ ଦେଖିବାକୁ ମିଳିଛି। କନ୍ଧମାଳ ଜିଲ୍ଲାର ବାଲିଗୁଡା ଅଂଚଳର ଆଭ୍ୟନ୍ତରୀଣ ଗାଁ ମାନଙ୍କରେ ପାରଦ ଖସିବାରେ ଲାଗିଛି। ସରକାରୀ ସ୍ତରରେ ଆଜି ବାଲିଗୁଡା ସହରରେ ସର୍ବନିମ୍ନ ତାପମାତ୍ରା ୭.୫ଡିଗ୍ରି ସେଲସିୟସ୍‌ ରେକର୍ଡ କରାଯାଇଥିବା ବେଳେ ଆଭ୍ୟନ୍ତରୀଣ ଗାଁ ମାନଙ୍କରେ ୭ଡିଗ୍ରିରୁ ତଳକୁ ଖସି ଥିବା ଅନୁମାନ କରାଯାଇଛି। ପ୍ରବଳ ଥଣ୍ଡାରେ କମ୍ପୁଛି ସାରା ଅଂଚଳ। ହାଡ଼ଭଙ୍ଗା ଶୀତ ସାଙ୍ଗକୁ ହାତ ଗୋଡ଼ କାଲୁଆ ମାରିଦେଉଛି। ଅପରାହ୍ନ ୪ଟା ପରେ ଶୀତ ଆରମ୍ଭ ହୋଇଯାଉଛି। ଦିନ ୧୦ ଟା ପୂର୍ବରୁ ଘର ବାହାରାକୁ ବାହରିବା ସମ୍ଭବ ହୋଇପାରୁ ନାହିଁ। ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ଲଗାଇ ଏହାର ଚାରିପାଖରେ ଲୋକ ବସୁଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ସହରରେ ପ୍ରବଳ ଥଣ୍ଡା ପଡିବା ଦେଖି ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ପକ୍ଷରୁ ବସଷ୍ଟାଣ୍ଡ ପରିସର ମଧ୍ୟରେ ରାତ୍ରିକାଳୀନ ଆଶ୍ରୟ ସ୍ଥଳ କରାଯାଇଛି। ଚଳିତ ଶୀତ ଋତୁରେ ଶୀତର ଲୁଚକାଳି ଖେଳ ଯୋଗୁଁ ଅଂଚଳବାସୀ ସେଭଳି ଥଣ୍ଡା ଅନୁଭବ କରିପାରି ନ ଥିଲେ। କେତେବେଳେ ମେଘୁଆ ପାଗ ତ କେତେବେଳେ ବର୍ଷା। ବର୍ତ୍ତମାନ ଆକାଶରୁ ମେଘ ହଟି ସମ୍ପୂର୍ଣ୍ଣ ଆକାଶ ନିର୍ମଳ ହୋଇଯିବା ପରେ ଥଣ୍ଡାର ପ୍ରକୋପ ଦେଖିବାକୁ ମିଳିଛି। ଗତକାଲି ସର୍ବନିମ୍ନ ତାପମାତ୍ରା ୯.୮ଡିଗ୍ରି ରେକର୍ଡ କରାଯାଇ ଥିବା ବେଳେ ଆଜି ଏହା ଖସିଯିବା ପରେ ହଠାତ୍‌ ଥଣ୍ଡା ସମସ୍ତଙ୍କୁ ବେହାଲ କରିଦେଇଛି। ସହର ଅପେକ୍ଷା ଗ୍ରାମାଞ୍ଚଳରେ ଅଧିକ ଥଣ୍ଡା ଅନୁଭବ ହେଉଛି। ଥଣ୍ଡା ସାଙ୍ଗକୁ କାଲୁଆ ପବନ ଘାଇଲା କରୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.