Home ଓଡ଼ିଶା ଖଣି ଖାଦାନ ପୂର୍ଣ୍ଣ, ହେଲେ ବି କମୁନି ଦୁଃଖ: ଦାଦନ ନେଲା ଜୀବନ

ଖଣି ଖାଦାନ ପୂର୍ଣ୍ଣ, ହେଲେ ବି କମୁନି ଦୁଃଖ: ଦାଦନ ନେଲା ଜୀବନ

411

କେନ୍ଦୁଝର ୨୧-୪ (ଓଡ଼ିଆ ପୁଅ/ସୀତାରାମ ଦିକ୍ଷୀତ) କେନ୍ଦୁଝର ଖଣି ଖାଦାନପୂର୍ଣ୍ଣ ଜିଲ୍ଲା ହୋଇଥିଲେ ମଧ୍ୟ ଏଠାରେ ବେକାରି ସମସ୍ୟା ଅହେତୁକ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ବେକାର ଯୁବକମାନେ ରୋଜଗାର ଲାଗି ଜିଲ୍ଲା ଓ ରାଜ୍ୟ ବାହାରକୁ ଯାଉଛନ୍ତି। ମାତ୍ର ସେଠାରେ ନିର୍ଯାତନାର ଶିକାର ହୋଇ ଅନେକଙ୍କ ମୃତ୍ୟୁ ଘଟୁଛି। ମାତ୍ର ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ପୁଣି ଏପରି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ମହଦେଇଯୋଡ଼ା ପଞ୍ଚାୟତ ମଦରଙ୍ଗାଯୋଡ଼ି ଗ୍ରାମର ଜଣେ ଯୁବକଙ୍କ କ୍ଷେତ୍ରରେ।

ସୂଚନାନୁଯାୟୀ, ଗ୍ରାମର ଦିଲୀପ ମୁଣ୍ଡା(୧୮) ଖୋର୍ଦ୍ଧା ଜିଲାର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ମାତ୍ର ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ପରିବାର ଲୋକେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ରବିବାର ଦିଲୀପଙ୍କ ମୃତଦେହ ଗ୍ରାମରେ ପହଞ୍ଚିବା ପରେ ଶୋକର ଛାୟା ଖେଳିଯାଇଛି। ଜିଲା ପ୍ରଶାସନ ପକ୍ଷରୁ କ୍ଷତିପୂରଣ ଦିଆଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି।

ପ୍ରକାଶଯୋଗ୍ୟ, ୨ ମାସ ତଳେ ଉକ୍ତ କମ୍ପାନୀରେ କାମ କରୁଥିବା ଗ୍ରାମର ଦିନା ବେହେରାଙ୍କ ମଧ୍ୟ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.