Home ଓଡ଼ିଶା ବିଜେଡିରେ ଯୋଗଦେଲେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ଉପ-ସଭାପତି ଓ କଟକ ଜିଲ୍ଲା କଂଗ୍ରେସ ସଂପାଦକ

ବିଜେଡିରେ ଯୋଗଦେଲେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ଉପ-ସଭାପତି ଓ କଟକ ଜିଲ୍ଲା କଂଗ୍ରେସ ସଂପାଦକ

476

ଭୁବନେଶ୍ୱର, ୨୦/୪ (ଓଡ଼ିଆ ପୁଅ) : ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଜଟଣୀ ବିଧାୟକ ପ୍ରାର୍ଥୀ ବିଭୂତି ଭୂଷଣ ବଳବନ୍ତରାୟଙ୍କ ନେତୃତ୍ୱରେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ଉପ-ସଭାପତି ତଥା ଜଟଣୀ ବ୍ୟବସାୟୀ ମହାସଂଘ ସଭାପତି ସୁଦର୍ଶନ ସୁନ୍ଦରାୟ ଆଜି ଶତାଧିକ ସମର୍ଥକଙ୍କ ସହ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ସେହିପରି କଟକ ଜିଲ୍ଲା କଂଗ୍ରେସ କମିଟି ସଂପାଦକ ୱାଲିବ୍‌ପଟେଲ୍‌ତାଙ୍କର ସମର୍ଥକଙ୍କ ସହ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି।

ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗ ଦେଇଥିବା ସମସ୍ତ କଂଗ୍ରେସ ନେତା-କର୍ମୀଙ୍କୁ ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ସ୍ୱାଗତ କରିବା ସହ କହିଛନ୍ତି ଯେ ସୁଦର୍ଶନ ଜଣେ ଭଲ ସଂଗଠକ। ସେ ତାଙ୍କର ସମର୍ଥକଙ୍କ ସହ ଆଜି ବିଜୁ ଜନତା ଦଳରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି। ଏହି ଯୋଗଦାନ ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ବିଜେଡିର ଶକ୍ତି ବୃଦ୍ଧି ହେବାରେ ସହାୟକ ହେବ।

ଦଳରେ ଯୋଗ ଦେବା ଅବସରରେ ଶ୍ରୀ ସୁନ୍ଦରାୟ ଓ ଶ୍ରୀ ପଟେଲ୍‌କହିଥିଲେ ଯେ କଂଗ୍ରେସ ଗୋଟିଏ ଗୁଣ୍ଡାରାଜ ଦଳ। ତା’ର ନେତାମାନେ ବହୁବାର ଗିରଫ ହୋଇଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ସାରା ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ରହିଛି। ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଶାସନ ଓ ଦୃଢ଼ ନେତୃତ୍ୱ ଦ୍ୱାରା ଆମେ ସମସ୍ତେ ଅନୁପ୍ରାଣିତ। ବିଜୁ ଜନତା ଦଳ ଗୋଟିଏ ଶୃଙ୍ଖଳିତ ଦଳ ହୋଇଥିବାରୁ ଆଜି ସମସ୍ତେ ଦଳରେ ଯୋଗ ଦେଇଛୁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.