Home ଓଡ଼ିଶା କ୍ରିକେଟ ଖେଳିବେ କ୍ରିସ ଗେଲ

କ୍ରିକେଟ ଖେଳିବେ କ୍ରିସ ଗେଲ

1047

ନୂଆଦିଲ୍ଲୀ,୧୬/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ):୨୦୧୯ ଫେବ୍ରୁଆରୀ ୧୮ରେ ସେ ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ନେବେ ବୋଲି ଘୋଷଣା କରିଥିଲେ । କହିଥିଲେ ବିଶ୍ୱକପ୍‌ ପରେ ଅବସର ନେବେ । ହେଲେ ୨୦୧୯ ଜୁନ୍‌ରେ ନିଜ ନିଷ୍ପତ୍ତିରୁ ଓହରି ଯାଇଥିଲେ । ଏକଥା କିନ୍ତୁ କାହାକୁ ଜଣାନଥିଲା । ତେଣୁ ଭାରତ ସହ ପୋର୍ଟ ଅଫ୍‌ ସ୍ପେନ୍‌ରେ ଗତ ବୁଧବାର ଦିନ ଖେଳା ଯାଇଥିବା ତୃତୀୟ ଦିନିକିଆରେ ଆଉଟ୍‌ ହେବା ପରେ ସମସ୍ତେ ଧରି ନେଇଥିଲେ ଗେଲ୍‌ଙ୍କର ଥିଲା ଇଏ ଶେଷ ମ୍ୟାଚ୍‌ ।

ହେଲେ େଓ୍ଵଷ୍ଟଇଣ୍ଡିଜ୍‌ର ବିସ୍ଫୋରକ ବ୍ୟାଟ୍‌ସମ୍ୟାନ୍‌ କ୍ରିସ୍‌ ଗେଲ୍‌ ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ନେଇ ନାହାନ୍ତି । ସେ ଆଗକୁ ମଧ୍ୟ ଖେଳିବେ । ଏକଥା ନିଜେ କହିଛନ୍ତି । ତାଙ୍କ କହିବା କଥା ଯେ ମୁଁ ଅବସର ନେବା ବିଷୟରେ କୌଣସି ଘୋଷଣା କରି ନାହିଁ । ଯେମିତି ଖେଳୁଥିଲି, ସେମିତି ଖେଳିବି ।

ଭାରତ ସହ ମ୍ୟାଚ୍‌ ଦିନ ଗେଲ୍‌ ନିଜ ହେଲ୍‌ମେଟ୍‌କୁ ବ୍ୟାଟ୍‌ ହ୍ୟାଣ୍ଡେଲରେ ଝୁଲାଇ ପଡ଼ିଆରୁ ଯେଭଳି ଭାବେ ବିଦାୟ ନେଇଥିଲେ ସମସ୍ତଙ୍କର ବିଶ୍ୱାସ ହୋଇଗଲା ଯେ ଗେଲ୍‌ କ୍ରିକେଟ୍‌ରୁ ଦୂରେଇ ଗଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.