Home ଜିଲ୍ଲା ପରିକ୍ରମା କୋର୍ସ ଫି ଛାଡ଼ ଦାବିରେ ଏଫଏମ ୟୁନିଭର୍ସିଟି ଛାତ୍ରଛାତ୍ରୀଙ୍କ ଧାରଣା

କୋର୍ସ ଫି ଛାଡ଼ ଦାବିରେ ଏଫଏମ ୟୁନିଭର୍ସିଟି ଛାତ୍ରଛାତ୍ରୀଙ୍କ ଧାରଣା

19

ବାଲେଶ୍ୱର, ୫ା୨(ଓଡ଼ିଆ ପୁଅ/ଅଭୟ ଦାସ): କରୋନା ଯୋଗୁଁ ସବୁ କ୍ଷେତ୍ର ପ୍ରଭାବିତ ହୋଇଥିବା ବେଳେ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପକ୍ଷରୁ ୫୦ ପ୍ରତିଶତ କୋର୍ସ ଫି’ ଛାଡ଼ କରିଛନ୍ତି। ଅନୁରୂପ ଭାବେ ଅତିକମ୍‌ରେ ୫୦ ପ୍ରତିଶତ ଫି’ଛାଡ଼ ଦାବି ନେଇ ଅହୋରାତ୍ର ଧାରଣାକୁ ଓହ୍ଲାଇଛନ୍ତି ଫକୀର ମୋହନ ବିଶ୍ୱବିଦ୍ୟାଳୟର ଇଣ୍ଟିଗ୍ରେଟେଡ୍ ବିଏଡ ଓ ଏମଏଡ ଛାତ୍ରଛାତ୍ରୀମାନେ। ଫକୀର ମୋହନ ବିଶ୍ୱବିଦ୍ୟାଳୟର ବିଏଡ ଓ ଏମଏଡ ଛାତ୍ରଛାତ୍ରୀମାନେ ଆଜି ରେମୁଣା ଗୋଲେଇସ୍ଥିତ କ୍ୟାମ୍ପସ ସମ୍ମୁଖରେ ଧାରଣାରେ ବସିଥିଲେ। ସର୍ବାଧିକ ୫୮ ହଜାର ୫୯୨ ଟଙ୍କା କୋର୍ସ ଫି’ ଛାଡ଼ ପାଇଁ ସେମାନେ କରିଥିବା ଦାବିକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରତ୍ୟାଖାନ କରିଦେଇଥିଲେ। ମାତ୍ର ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପକ୍ଷରୁ ସେଠାକାର ଛାତ୍ରଛାତ୍ରୀଙ୍କୁ ୫୦ ପ୍ରତିଶତ ଫି’ ଛାଡ଼ କରିପାରିଥିବା ବେଳେ ଫକୀର ମୋହନ ବିଶ୍ୱବିଦ୍ୟାଳୟ କ୍ଷେତ୍ରରେ କାହିଁକି ଛାଡ଼ ହୋଇ ନପାରିବ ବୋଲି ଧାରଣାରତ ଛାତ୍ରଛାତ୍ରୀମାନେ ପ୍ରଶ୍ନ କରିଛନ୍ତି। କରୋନା ମହାମାରୀ ଯୋଗୁଁ ଜନସାଧାରଣଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଥିବା ବେଳେ ୫୦ ପ୍ରତିଶତ ଫି’ଛାଡ଼ ପାଇଁ କର୍ତ୍ତୃପକ୍ଷଙ୍କର ଏକ କୁଣ୍ଠାବୋଧ କାହିଁକି। ତୁରନ୍ତ ଏ ବାବଦରେ ଉଚିତ ପଦକ୍ଷେପ ନିଆ ନଗଲେ ଧାରଣା ଅହରାତ୍ରୋ ଅନିର୍ଦ୍ଦିଷ୍ଟ କାଳ ପାଇଁ ଜାରି ରହିବ ବୋଲି ଏବିଭିପି ସଂଗଠନର ଛାତ୍ରନେତା ଲକ୍ଷ୍ମୀନାରାୟଣ ନାୟକ ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.