Home ଜିଲ୍ଲା ପରିକ୍ରମା ରେଡ଼କ୍ରସ ସୋସାଇଟି ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା

ରେଡ଼କ୍ରସ ସୋସାଇଟି ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା

13

ବାଲେଶ୍ୱର, ୫ା୨ (ଓଡ଼ିଆ ପୁଅ/ଅଭୟ ଦାସ): ଆଂଚଳିକ ପରିବହନ ବିଭାଗ ଏବଂ ଜିଲ୍ଲା ସଡ଼କ ସୁରକ୍ଷା ସମିତିର ମିଳିତ ସହଯୋଗରେ ପାଳିତ ହେଉଥିବା ଜାତୀୟ ସଡ଼କ ସୁରକ୍ଷା ମାସ-୨୦୨୧ ଅବସରରେ ଜିଲ୍ଲା ରେଡ଼କ୍ରସ ସୋସାଇଟି ପକ୍ଷରୁ ସଚେତନତା ଶୋଭାଯାତ୍ରା ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ସହରର ଫାଣ୍ଡିଛକଠାରୁ ଆରମ୍ଭ ହୋଇଥିବା ଏହି ଶୋଭାଯାତ୍ରାକୁ ଜିଲ୍ଲା ରେଡ଼କ୍ରସ ସୋସାଇଟିର ସଭାପତି ତଥା ବାଲେଶ୍ୱର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ପତାକା ଦେଖାଇ ଉଦଘାଟନ କରିଥିଲେ। ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି ସାଙ୍ଗକୁ କଡ଼ାକଡ଼ି ଟ୍ରାଫିକ ନିୟମ ପାଳନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ନାୟକ, ଆଞ୍ଚଚଳିକ ପରିବହନ ଅଧିକାରୀ ରଶ୍ମିରଞ୍ଜିତ ଦଳବେହେରା, ଟ୍ରାଫିକ ଥାନା ଅଧିକାରିଣୀ ମୋନାଲିସା କର, ରେଡ଼କ୍ରସ ସୋସାଇଟିର ସଦସ୍ୟ କବି ପ୍ରଶାନ୍ତ ଦାସ ପ୍ରମୁଖ ଏଥିରେ ଯୋଗଦେଇ ଦୁର୍ଲଭ ମନୁଷ୍ୟ ଜୀବନ ରକ୍ଷା ସାଙ୍ଗକୁ ପରିବାରର ସୁରକ୍ଷାରେ ଏହି ଭଳି ସଚେତନତା କାର୍ଯ୍ୟକ୍ରମ ସହାୟକ ହୋଇପାରିଛି ବୋଲି କହିଥିଲେ। ରେଡ଼କ୍ରସ ସୋସାଇଟିର ବହୁ ସ୍ୱେଚ୍ଛାସେବୀ ପ୍ଲାକାର୍ଡ ହାତରେ ଧରି ସ୍ଳୋଗାନ ଦେବା ସହ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଏହି ଶୋଭାଯାତ୍ରା ଫାଣ୍ଡିଛକରୁ ବାହାରି ସହର ପରିକ୍ରମା ସହ ସିନେମା ଛକ ଶହୀଦ ପାର୍କଠାରେ ଶେଷ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.