Home ଜିଲ୍ଲା ପରିକ୍ରମା ବାଲେଶ୍ୱର ଜିଲ୍ଲା ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରିଣୀ ବୈଠକ

ବାଲେଶ୍ୱର ଜିଲ୍ଲା ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରିଣୀ ବୈଠକ

24

ବାଲେଶ୍ୱର, ୫ା୨(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଜିଲ୍ଲା ବିଜୁ ଯୁବ ଜନତା ଦଳର ଏକ ସମ୍ବର୍ଦ୍ଧନା ଉତ୍ସବ ଓ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ମେରିଡିଆନ ହୋଟେଲ ପରିସରରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ବିଜୁ ଯୁବ ଜନତା ଦଳ ଜିଲ୍ଲା ସଭାପତି ତାପସ ପରିଡାଙ୍କ ପୌରହିତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଏଥିରେ ଯୋଗଦେଇ ପ୍ରତିଭା ସମ୍ପନ୍ନ ଯୁବକଙ୍କୁ ନେଇ ଜିଲ୍ଲା ବିଜୁ ଯୁବ ଜନତା ଦଳର ନୂତନ ସାଙ୍ଗଠନିକ ଭିତ୍ତିଭୂମି ତିଆରି ହୋଇପାରିଛି ବୋଲି କହିଥିଲେ। ଆଗାମୀ ପୌର ନିର୍ବାଚନ ହେଉ କି ପଞ୍ଚାୟତ ନିର୍ବାଚନ, ପ୍ରତ୍ୟେକ କ୍ଷେତ୍ରରେ ଦଳକୁ ସଫଳତା ପ୍ରଦାନରେ ଯୁବଗୋଷ୍ଠୀଙ୍କ ଭୂମିକା ସର୍ବଦା ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ଶ୍ରୀ ଜେନା କହିଥିଲେ। ବାଲେଶ୍ୱର ସଦର ବିଧାୟକ ସ୍ୱରୂପ ଦାସ, ଜଳେଶ୍ୱର ବିଧାୟକ ଅଶ୍ୱନୀ କୁମାର ପାତ୍ର, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ନାରିନେତ୍ରୀ ସୁବାସିନୀ ଜେନା ପ୍ରମୁଖ ଏଥିରେ ଯୋଗଦେଇ ଦଳର ସାଂଗଠନିକ ସ୍ଥିତିକୁ ମଜବୁତ କରିବା ପାଇଁ ଯୁବଗୋଷ୍ଠୀଙ୍କର ସର୍ବଦା ଅବଦାନ ରହିଆସିଛି ବୋଲି ମତପ୍ରକାଶ କରିଥିଲେ। ତେବେ ରାଜ୍ୟର ସର୍ବମାନ୍ୟ ନେତା ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି-ଆଦର୍ଶରେ ଅନୁପ୍ରାଣୀତ ଯୁବ ନେତୃତ୍ୱ ଜିଲ୍ଲାର ରାଜନୀତିକୁ ନୂଆ ଦିଶା ଦେବେ ବୋଲି ସେମାନେ ଆଶାପ୍ରକାଶ କରିଥିଲେ। ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ, ରାଜ୍ୟ ସାଧାରଣ ସମ୍ପାଦକ ତାପସ ପାଣିଗ୍ରାହୀ, ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରିନ୍‌ସ ରାକେଶ ନାୟକ, ଜୋନାଲ ସଭାପତି ଜୟରାମ ଦାସ, ମନୋଜ ରାଉତ, ଭୁବନାନନ୍ଦ ଦାସ, ବରଦା ପ୍ରସନ୍ନ ପଟ୍ଟନାୟକ, ଯଯାତି ଦାସ, ଗୌରୀ ରାଉତ, ବିଜୁ ମହିଳା ଜନତା ଦଳର ଟାଉନ ସଭାନେତ୍ରୀ ରଞ୍ଜିତା ମହାପାତ୍ର, କୃଷକ ମୋର୍ଚ୍ଚା ସଭାପତି ଅଜୟ ସାମଲ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ବିଜୁ ଯୁବ ଜନତା ଦଳ ବାଲେଶ୍ୱର ଜିଲ୍ଲା ସଂଗଠନର ୫୬ ଜଣ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଗୌତମ ସାହୁ, ଅନୁପମ ମହାନ୍ତି, ଦେବେନ୍ଦ୍ର ଦାସ, ଶିବଶଙ୍କର ପରଡ଼ା ପ୍ରମୁଖଙ୍କ ସମେତ ବିଜୁ ଯୁବ ଜନତା ଦଳର ବହୁ କର୍ମକର୍ତ୍ତା ସମସ୍ତ କାର୍ଯ୍ୟ ପରିଚାଳନାର ସକ୍ରିୟ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.