Home ଓଡ଼ିଶା କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ରହିଥିବା ସମସ୍ୟା ସମାଧାନ କର...

କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ରହିଥିବା ସମସ୍ୟା ସମାଧାନ କର ନହେଲେ ବାଧ୍ୟ ହୋଇ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ-କେଡିଆରଜିଇଏ

494

କୋରାପୁଟ ୦୫-୦୬-୧୯ (ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ରହିଥିବା ବିଭିନ୍ନ ସମସ୍ୟା ଅନେକ ଗଣମାଧ୍ୟମ ଓ ସୋସିଆଲ ମେଡିଆରେ ପ୍ରଚାର ହେବା ପରେ ଏବେ କୋରାପୁଟ ଜିଲ୍ଲାର ଏକ ସଂଗଠନ ସମାଧାନ କରିବା ନିମନ୍ତେ ଆଗେଇ ଆସିଛନ୍ତି।

ଆଜି କୋରାପୁଟ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ(କେଡିଆରଜିଇଏ)ର କର୍ମକର୍ତାମାନେ ହସପିଟାଲର ଅଧିକ୍ଷକ ଡାକ୍ତର ହରେକୃଷ୍ଣ ଦଳେଇଙ୍କୁ ଏକ ଅଭିଯୋଗ ପତ୍ର ଦେଇ ସମାଧାନ କରିବାକୁ ନିବେଦନ କରିଥିଲେ।ଯଦି ସମାଧାନ କରା ନ ଯାଏ ତେବେ ବାଧ୍ୟ ହୋଇ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ ବୋଲି ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି। ରୋଗୀମାନଙ୍କୁ ମାଗଣାରେ ଦିଆଯାଉଥିବା ମେଡିସିନ ଠିକ ଭାବରେ ପ୍ରଦାନ କରାଯାଉ ନ ଥିବା ଅଭିଯୋଗ କରାଯାଇଛି। ଅବସରପ୍ରାପ୍ତ କର୍ମଚାରୀମାନଙ୍କ ନିମନ୍ତେ ସ୍ୱତନ୍ତ୍ର ପଞିକରଣ / ଡାକ୍ତର ପରାମର୍ଶ କାଉଣ୍ଡର ଖୋଲିବାକୁ ଦାବି କରାଯାଇଛି।ହସପିଟାଲରେ ଡିଜିଟାଲ ଏକ୍ସରେ, ଏଣ୍ଡୋସ୍କୋପିକ, ଅଲଟ୍ରାସାଉଣ୍ଡ, ସିଟିସ୍କାନ, ଇସିଜି ମେସିନ ଗୁଡିକ ଠିକଭାବରେ କାର୍ଯ୍ୟ କରୁ ନ ଥିବାରୁ ରୋଗୀମାନେ ବାହାର ହସପିଟାଲ ଉପରେ ନିର୍ଭର କରିବାକୁ ପଡୁଛି ବୋଲି ସୂଚନା ଦେଇଛନ୍ତି।ହସପିଟାଲ ଆଉଟଡୋର ଓ ଇନଡୋରରେ ଡାକ୍ତର ଓ ଷ୍ଟାଫନର୍ସମାନଙ୍କ ନାମ ଏବଂ ମୋବାଇଲ ନମ୍ବର ଲେଖିବାକୁ ଦାବି କରାଯାଇଛି।ପ୍ରଫେସରମାନେ କେବିକେ ଭତା ପାଉଥିବା ବେଳେ ହସପିଟାଲରେ ମାସ ତମାନ ରହୁ ନ ଥିବା ଅଭିଯୋଗ କରିଛନ୍ତି।ହସପିଟାଲ ଆଉଟଡୋର ଓ ଇନଡୋରରେ ପାନୀୟଜଳର ଘୋର ଅସୁବିଧା ରହୁଥିବାରୁ ରୋଗୀ ଓ ରୋଗୀ ସଂପର୍କିୟ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।ହସପିଟାଲ ଠିକଭାବେ ପରିଷ୍ଟାର କରାଯାଉ ନାହିଁ ଓ ଦିଜେଲ ଜେନେରେଟର କାମ କରୁ ନ ଥିବାରୁ ବିଦ୍ୟୁତ ଗଲେ ରୋଗୀମାନେ ନାହିଁ ନ ଥିବା କଷ୍ଟ ସହୁଛନ୍ତି।କୋରାପୁଟ କଲେଜ ହସପିଟାଲକୁ ଚିକିତ୍ସା ନିମନ୍ତେ ଆସୁଥିବା ରୋଗୀମାନଙ୍କୁ କାହିଁକି ଅନ୍ୟ ମେଡିକାଲ କଲେଜ ହସପିଟାଲକୁ ସ୍ଥାନାନ୍ତରିତ କରାଯାଉଛି ଏହା କଣ ରେଭେରାଲ ମେଡିକାଲ କଲେଜ ହସପିଟାଲ କି ? ସଂଘ ପ୍ରଶ୍ନ ଉଠାଇଛି।ମେଡିାକଲ କାଉନସିଲ ଅଫ ଇଣ୍ଡିଆର ଚିଫ ଭିଜିଲାନ୍ସ ଅଫିସର, ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ, ରାଜ୍ୟ ସ୍ୱାସ୍ଥ୍ୟ ସଚିବ, କୋରାପୁଟ ଜିଲ୍ଲାପାଳ, କୋରାପୁଟ ଟାଉନଥାନାର ଭାରପ୍ରାପ୍ତ ନିରୀକ୍ଷକ ତଥା ସିନିୟର ସିଟିଜେନ ଫୋରମର ନୋଡାଲ ଅଫିସରଙ୍କୁ ଏହି ଅଭିଯୋଗ ପତ୍ରର ନକଲ ପ୍ରେରଣ କରାଯାଇଥିବା ଜଣାପଡିଛି।ସଂଘର ସଭାପତି ଆର.ଏନ.ଦାସ, ସଂପାଦକ ଭଗବାନ ନାହାକ, ଯୁଗ୍ମ-ସଂପାଦକ ପି.ନାଗେଶ୍ୱର ରାଓ, ନିମାଁଇ ଚନ୍ଦ୍ର ନାୟକ, ଭିମସେନ ଜେନା ଓ ଜି.ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

କୋରାପୁଟରେ ମେଡିକାଲ କଲେଜ ଓହସପିଟାଲ ହେଲା ଜିଲ୍ଲାବାସୀ ଅନେକ ଆଶା କରିଥିଲେ ଯେ ଉତମ ସ୍ୱାସ୍ଥ୍ୟ ସେବା ପାଇବେ କିନ୍ତୁ ଏଠାକୁ ଆସୁଥିବା ରୋଗୀମାନଙ୍କୁ ସ୍ଥାନାନ୍ତର କରାଯାଉଥିବାରୁ କଣ ପାଇଁ କଲେଜ ହେଲା ବୋଲି ସାଧାରଣରେ ପ୍ରଶ୍ନ କରାଯାଉଛି।କୋରାପୁଟ ଜିଲ୍ଲା ସଦର ମହକୁମା ଡାକ୍ତରଖାନା କଲେଜଠାରୁ ବହୁତ ଭଲ ଥିଲା ବୋଲି ଲୋକମାନେ କହୁଛନ୍ତି। ହସପିଟାଲରେ ଅନେକ ସମସ୍ୟାକୁ ନେଇ ଗୋଟିଏ ସଂଘ ଆଗକୁ ବାହାରିଲା କିନ୍ତୁ କୋରାପୁଟ ଜିଲ୍ଲାରେ ରହିଥିବା ଅନ୍ୟ ସଂଘ ଗୁଡିକ ମଧ୍ୟ ଆଗେଇ ଆସିବାକୁ ଦାବି ହେଉଛି।ଲୋକମାନେ ଚାପ ସୃଷ୍ଟି କଲେ ସବୁକିଛି ସମାଧାନ ହୋଇପାରିବ ବୋଲି କୁହାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.