Home କୋରାପୁଟ କୋରାପୁଟରେ ଇଦ

କୋରାପୁଟରେ ଇଦ

189

କୋରାପୁଟ;ତା୦୫-୦୬-୧୯(ଓଡିଆପୁଅ /ରଂଜନ କୁମାର ଦାସ)ଏକ ମାସ ରୋଜା ପାଳନ ପରେ କୋରାପୁଟ ସହରରେ ମୁସଲୀମ ସମ୍ପ୍ରଦାୟର ଭାଇ ଭଉଣୀ ମହା ଆଡମ୍ବର ସହକାରେ ଇଦ-ଉଲ-ଫିତର ପାଳନ କରିଛନ୍ତି । ଇଦ ଉପଲକ୍ଷେ ପୂର୍ବାହ୍ନ୍ନରେ ମୁସଲମାନ ଧର୍ମାଲମ୍ବୀମାନେ ନୂଆ ପୋଷାକ ପରିଧାନ କରି ସ୍ଥାନୀୟ ମସଜିଦରେ ଏକତ୍ରିତ ହୋଇ ପରସ୍ପରକୁ ଇଦର ଶୁଭେଚ୍ଛା ଜଣାଇବା ସହ ମିଷ୍ଟାନ ବଂଟନ କରିଥିଲେ । ମସଜିଦରୁ ଏକ ଶୋଭାଯାତ୍ରାରେ ବାହାରି ଇଦଘାରେ ପହଂଚିବା ପରେ ସେଠାରେ ଇମାମ ମହମ୍ମଦ ଅଜିଜ କୋରାନ ପାଠ କରିବା ସହ ଭଗବାନ ଆହ୍ଲାଙ୍କ ନୀତିବାଣୀ ଶୁଣାଇଥିଲେ । ସ୍ଥାନୀୟ ମସଜିଦ କମିଟିର ସଭାପତି ଏସକେ.ରୋଶନ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ କମିଟି ସଦସ୍ୟ ଏସକେ.ବାସା,ଅବଦୁଲ ସତାର,ହାଜୀ ସଲିମ,ମହମ୍ମଦ ଅଜଗର,ମହମ୍ମଦ ମୁସ୍ତାକିନ,ୟୁସୁଫ ଖାନ,ଆଜମୀର ଖାନ,ଅନସାରୀ ଅଲ୍ଲୀ,ମୀର ଅନୱାର ଅଲ୍ଲୀ, ମହମ୍ମଦ ଫିରୋଜ, ପ୍ରମୁଖ ସହାୟତା କରିଥିଲେ । ସେହିପରି ଜିଲାର ଜୟପୁର,କୋଟପାଡ,ବୋରିଗୁମା,ନନ୍ଦପୁର,ପାଡୁଆ,ଥୁବା,ଦାମନଯୋଡି,ସେମିଲିଗୁଡା ସହରରେ ମଧ୍ୟ ମହାଆଡମ୍ବର ସହକାରେ ଇଦ-ଉଲ-ଫିତର ପାଳିତ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.