Home ଓଡ଼ିଶା କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଖୋଲିଲା ଅଲଟ୍ରାସାଉଣ୍ଡ

କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଖୋଲିଲା ଅଲଟ୍ରାସାଉଣ୍ଡ

93

କୋରାପୁଟ ୩୧-୦୭ (ଓଡିଆ ପୁଅ /ରଂଜନ କୁମାର ଦାସ)ବହୁଦିନ ପରେ କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଅଲଟ୍ରାସାଉଣ୍ଡ ଖୋଳାଯାଇଥିବା ଜଣାପଡିଛି।କୋରାପୁଟ ସଦର ମହକୁମା ଡାକ୍ତରଖାନା କୋରାପୁଟରେ ଚାଲୁଥିବା ସମୟରେ ଥିବା ଅଲଟ୍ରାସାଉଣ୍ଡ ମେସିନ ଖରାପ ହେବାପରେ ରୋଗୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଥିଲେ।ଏହାପରେ ଏକ ନୂତନ ମେସିନ କୋରାପୁଟକୁ ଆସିଥିଲା ଓ ଅବସ୍ଥାପିତ କରାଯାଇଥିଲା।ଅନେକଦିନ ରହିବା ପରେ ଗତକାଲିଠାରୁ ଅଲଟ୍ରାସାଉଣ୍ଡ କରାଯାଉଥିବା ଜଣାପଡିଛି।ଡାକ୍ତର ମୁକ୍ତିକାନ୍ତ ଖଟୁଆ ଉକ୍ତ ମେସିନ ପରିଚାଳନା କରୁଥିବା ଜଣାପଡିଛି।ଗତକାଲି ଜଣେ ରୋଗୀଙ୍କରପରୀକ୍ଷା କରାଯାଇଥିବା ବେଳେ ଆଜି ୪ ଜଣ ରୋଗୀ କୋରାପୁଟ ଆସି ପରୀକ୍ଷା କରାଯାଇଥିବା ଜଣାପଡିଛି।ମାତୃ ଓ ଶିଶୁ କେନ୍ଦ୍ରରେ ଏକ ଅଲଟ୍ରାସାଉଣ୍ଡ ମେସିନ ସ୍ଥାପନ କରାଯାଇଅଛି କିନ୍ତୁ ଏ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ନ ଥିବା ଜଣାପଡିଛି।ଉକ୍ତ ମେସିନକୁ ତୁରନ୍ତ କାର୍ଯ୍ୟକ୍ଷକ କରିବାକୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.