Home କୋରାପୁଟ କୋରାପୁଟ ବ୍ୟାଡମିଂଟନ ଆସୋସିଏସନର କର୍ମକର୍ତା ନିର୍ବାଚିତ

କୋରାପୁଟ ବ୍ୟାଡମିଂଟନ ଆସୋସିଏସନର କର୍ମକର୍ତା ନିର୍ବାଚିତ

15

କୋରାପୁଟ ୧୦-୦୧(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ବ୍ୟାଡମିଂଟନ ଆସୋସିଏସନର କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଥିବା ନିର୍ବାଚନ ଅଧିକାରୀ କମଳାକାନ୍ତ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।ଆସୋସିଏସନର ସଭାପତି ଭାବେ ମୋତି ରଂଜନ ବେହେରା ନିର୍ବାଚିତ ହୋଇଥିବା ସେ ପ୍ରକାଶ କରିଛନ୍ତି।ଉପସଭାପତି ଭାବେ ପ୍ରୀୟବ୍ରତ ମହାନ୍ତି ଓ ପ୍ରତୀକ ରଥ ନିର୍ବାଚିତ ହୋଇଥିବା ବେଳେ ଶୈଳେନ୍ଦ୍ର କୁମାର ଚୈାଧୁରୀ ସଂପାଦକ, ଅମରନାଥ ସାମନ୍ତରାୟ ଓ ବାପୁଜି ପାତ୍ର ଯୁଗ୍ମ ସଂପାଦକ ଭାବେ ନିର୍ବାଚିତ ହୋଇଥିଲେ।ଜିତେନ୍ଦ୍ର କୁମାର ବରାଡ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ।ସତ୍ୟ ଜାଙ୍ଗ୍ୟନ ପଣ୍ଡା, ସିଏଚ.ମଣିକାନ୍ତ, ଲକ୍ଷ୍ମିନାରାୟଣ ଦାସ, ପ୍ରଦୀପ କୁମାର ପାତ୍ର ଓ ପ୍ରଦୀପ ନାୟକ ପ୍ରମୁଖ କାର୍ଯ୍ୟକାରିଣୀ ସଦସ୍ୟଭାବେ ନିର୍ବାଚିତ ହୋଇଥିଲେ।ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂଘ ସଂପାଦକ ତଥା ନିର୍ବାଚନ ପର୍ଯ୍ୟବେକ୍ଷକ ନିଲେନ କୁମାର, ରାଜ୍ୟ ସଂଘର ସଦସ୍ୟ ତଥା ପର୍ଯ୍ୟବେକ୍ଷକ ସୁରୁଲାଲ ମଟାରୀ ଓ ପ୍ରଶାସନିକ ପର୍ଯ୍ୟବେକ୍ଷକ ଏ.ସାହାଣୀ ଉପସ୍ଥିତ ଥିଲେ। ଶେଷରେ ବାପୁଜି ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.