Home କୋରାପୁଟ କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘର କର୍ମକର୍ତା ମନୋନୀତ; ଭବାନୀ ଶଙ୍କର ମିଶ୍ର ସଭାପତି ଓ ରାଜେନ୍ଦ୍ର...

କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘର କର୍ମକର୍ତା ମନୋନୀତ; ଭବାନୀ ଶଙ୍କର ମିଶ୍ର ସଭାପତି ଓ ରାଜେନ୍ଦ୍ର କୁମାର ଗୈାଡ ସାଧାରଣ ସଂପାଦକ

25

କୋରାପୁଟ ୧୦-୦୧ (ଓଡିଆ ପୁଅ /ରଂଜନ ଦାସ) ଜୟପୁର ସ୍ଥିତ ରୁତୁରାଜ କଲ୍ୟାଣ ମଣ୍ଡପଠାରେ କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘର ଦ୍ୱିବାର୍ଷିକ ସାଧାରଣ ପରିଷଦ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସଂଘର ସଭାପତି ରାଜେନ୍ଦ୍ର ଗୈାଡଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜୟପୁର ପୈାରାଂଚଳର ପୂର୍ବତନ ଉପାଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ରଥ ମୁଖ୍ୟ ଅତିଥିଭାବେ ଯୋଗଦେଇ ସାମ୍ବାଦିକମାନେ ଗ୍ରାମାଂଚଳରେ ରହିଥିବା ସମସ୍ୟାଗୁଡିକୁ ଅଧିକାରୁ ଅଧିକା ଲୋକଲୋଚନକୁ ଆଣିବାକୁ ଆଲୋକପାତ କରିଥିଲେ।ପରିଷଧ ବୈଠକରେ ସାଧାରଣ ସଂପାଦକ ପରମେଶ୍ୱର ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ଭବାନୀ ଶଙ୍କର ମିଶ୍ର, ପୂର୍ବତନ ସଭାପତି ରଂଜନ କୁମାର ଦାସ, ରାଜ୍ୟ ସାଂଗଠନିକ ସଂପାଦକ ଶଶଧର ରାଉତ, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ପରିକ୍ଷିତ ବିଶ୍ୱାଲ ପ୍ରମୁଖ ଯୋଗଦେଇ ସ୍ୱାସ୍ଥ୍ୟବିମା ରାଶି ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା, ଟୀକାଦାନ ପ୍ରକ୍ରୀୟାରେ ସାମ୍ବାଦିକମାନଙ୍କୁ ସାମିଲ କରିବା, ସମାଜିକ ସୁରକ୍ଷା ଓ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବାକୁ ଦାବି ଉପସ୍ଥାପନା କରିଥିଲେ।ବୈଠକ ପୂର୍ବରୁ କରୋନା ଯୋଦ୍ଧା ମୃତ ସାମ୍ବାଦିକଙ୍କ ଉଦ୍ଦେଶ୍ୟରେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।ଓୟୁଜେର ପ୍ରଚେଷ୍ଟାରେ ମୃତ କରୋନା ଯୋଦ୍ଧା ସାମ୍ବାଦିକମାନଙ୍କୁ ରାଜ୍ୟ ସରକାର ସହାୟତା ରାଶି ପ୍ରଦାନ କରିଥିଲେ ବୋଲି ରାଜ୍ୟ ସଭାପତି ପ୍ରସନ୍ନ କୁମାର ମହାନ୍ତି ନିଜ ବାର୍ତ୍ତାରେ ସୂଚନା ଦେଇ ସମସ୍ତେ ଏକଜୁଟ ହୋଇ ରହିବାକୁ ପରାମର୍ଶ ଦେଇଥିଲେ।

୨ ୟ ଅଧିବେଶନରେ ଜିଲ୍ଲା ସଂଘ କର୍ମକର୍ତା ମନୋନୟନ କରାଯାଇଥିଲା।ଜିଲ୍ଲା ସଂଘର ସଭାପତି ଭାବେ ଭବାନୀ ଶଙ୍କର ମିଶ୍ର ମନୋନୀତ ହୋଇଥିବା ବେଳେ ସାଧାରଣ ସଂପାଦକ ଭାବେ ରାଜେନ୍ଦ୍ର କୁମାର ଗୈାଡଙ୍କୁ ମନୋନୀତ କରାଯାଇଥିଲା।ପରମେଶ୍ୱର ସାହୁ ଓ ପ୍ରତାପ ନିମାଲ ଉପସଭାପତି, ସୈାମ୍ୟ ରଂଜନ ସାହୁ ଓ ମନୋଜ ନାୟକ(ଯୁଗ୍ମ ସଂପାଦକ) ଏବଂ ରଂଜନ କୁମାର ଦାସଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିଲା।କାର୍ଯ୍ୟକାରୀ ସଭାପତି ଭାବେ ଭୁଷିତ ବିଡିକା ମନୋନୀତ ହୋଇଥିବା ବେଳେ ଟି. ଗୈାର ଶଙ୍କର ମଙ୍ଗଳ କମିଟି ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିଲା।ସୁମନ୍ତ କୁମାର ରାୟ, ଶରତ କୁମାର ଧଳ, ପ୍ରମୋଦ କୁମାର ଜେନା, ଅମିତ କୁମାର ହୋତା, ସୁମନ୍ତ କୁମାର ସାହୁ, ଗୋବିନ୍ଦ ରାଜୁ ସୁବୁଦ୍ଧି, ଭାନୁପ୍ରତାପ ନାୟକ, କଳ୍ପତରୁ ମହାନ୍ତି, ସଂଜିବ ବାଗାଂରୀ, ଅମିତ କୁମାର ପରିଛା, ଚନ୍ଦ୍ର ଶେଖର ତ୍ରୀପାଠୀ, ନବୀନ ପାଲକା, କୃଷ୍ଣ ଚନ୍ଦ୍ର ସ୍ୱାଇଁ, ତ୍ରୀନାଥ ଖରା ଓ ପ୍ରମୋଦ ଖରାଙ୍କୁ କାର୍ଯ୍ୟକାରୀଣ ସଦସ୍ୟଭାବେ ଚୟନ କରାଯାଇଥିଲା।ପରିକ୍ଷିତ ବିଶ୍ୱାଲ, ଶରତ ନାୟକ ଓ ଶଶଧର ରାଉତଙ୍କୁ ଉପଦେଷ୍ଟା ଭାବେ ଚୟନ କରାଯାଇଥିବା ବେଳେ ଜୟନ୍ତ କୁମାର ମିଶ୍ରଙ୍କୁ ଆଇନ ଉପଦେଷ୍ଟା ଭାବେ ଚୟନ କରାଯାଇଥିଲା।ଶେଷରେ ଟି .ଗୈାରୀ ଶଙ୍କର ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.