Home କୋରାପୁଟ କୋରାପୁଟ ଜିଲ୍ଲାରେ ୯ଜଣ କରୋନା ପଜିଟିଭ ଚିହ୍ନଟ

କୋରାପୁଟ ଜିଲ୍ଲାରେ ୯ଜଣ କରୋନା ପଜିଟିଭ ଚିହ୍ନଟ

48

କୋରାପୁଟ ୦୨-୦୮(ଓଡିଆ ପୁଅ /ରଂଜନ ଦାସ) ସୋମବାର କୋରାପୁଟ ଜିଲ୍ଲାରେ ୩ ଜଣ ମହିଳାଙ୍କ ସମେତ ୯ ଜଣ  କରୋନା ଆକ୍ରାନ୍ତ ଚିହ୍ନଟ  ହୋଇଥିବା ବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧୮୮୩୪ ରେ ପହଂଚିଛି  ।  ଆଜି  ଚିହ୍ନଟ ମାନଙ୍କ ମଧ୍ୟରେ ଜୟପୁର ପୌରାଂଚଳରୁ ୪,ସୁନାବେଡା ପୌରାଂଚଳରୁ ୧ ଓ  ଦଶମନ୍ତପୁର,କୋରାପୁଟ,ନାରାୟଣପାଟଣା ଏବଂ ସେମିଲିଗୁଡା  ବ୍ଲକରୁ ଜଣେ  ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ତେବେ  ସୋମବାର  କୋରାପୁଟ ଜିଲ୍ଲାର  କୋରାପୁଟ ପୌର ପରିଷଦ ଏବଂ କୋଟପାଡ ଏନଏସି ସମେତ ବନ୍ଧୁଗାଁ,ବୈପାରିଗୁଡା,ବୋରିଗୁମ୍ମା,ଜୟପୁର,କୋଟପାଡ,କୁନ୍ଦୁରା,ଲମତାପୁଟ,ଲକ୍ଷ୍ମୀପୁର,ନନ୍ଦପୁର ଓ ପଟ୍ଟାଙ୍ଗୀ  ବ୍ଲକରେ    ଜଣେ ହେଲେ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି । ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଅଗଷ୍ଟ  ୧  ତାରିଖ ସୁଦ୍ଧା ୫ ଲକ୍ଷ   ୨୨  ହଜାର  ୭୮୨ ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଆଜି  ସୁଦ୍ଧା ଜିଲ୍ଲାରେ ମୋଟ   ଆକ୍ରାନ୍ତଙ୍କ ଭିତରୁ  ୧୮୬୬୬ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ  ୯୫ ଟି ସକ୍ରୀୟ କେସ ରହିଥିବାବେଳେ  ମୋଟ  ମୁତ୍ୟୁ ସଂଖ୍ୟା ୭୩ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.