Home କୋରାପୁଟ ସରକାରୀ ନିଯୁକ୍ତିର ଆବେଦନ ବୟସ ସୀମା ୪୨ ବର୍ଷ ବୃଦ୍ଧି କରିବାକୁ ଯୁବ କଂଗ୍ରେସର ଦାବି

ସରକାରୀ ନିଯୁକ୍ତିର ଆବେଦନ ବୟସ ସୀମା ୪୨ ବର୍ଷ ବୃଦ୍ଧି କରିବାକୁ ଯୁବ କଂଗ୍ରେସର ଦାବି

73

କୋରାପୁଟ ୦୨-୦୮(ଓଡିଆ ପୁଅ /ରଂଜନ ଦାସ)ସରକାରୀ ନିଯୁକ୍ତିର ଆବେଦନ ବୟସ ସୀମା ୪୨ ବର୍ଷ ବୃଦ୍ଧି କରିବାକୁ କୋରାପୁଟ ଜିଲ୍ଲା ଯୁବ କଂଗ୍ରେସ ଦାବି କରିଥିବା ଜଣାପଡିଛି ।କୋରାପୁଟ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନିପତିଙ୍କ ନିର୍ଦ୍ଦେଶ ଓ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୁକାନ୍ତ ପଟନାୟକଙ୍କ ଆହ୍ୱାନ କ୍ରମେ କୋରାପୁଟ ନଗର ସଭାପତି ଜୟନ୍ତ କଚିନ , ଜି.ବିଜୟ କୁମାର ରାଓ ,ନବ କିଶୋର ଖୋସଲା ଓ ଅନ୍ୟମାନେ  ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି ।ବର୍ତମାନ ରାଜ୍ୟରେ ସରକାରୀ ଚାକିରୀ ନିମନ୍ତେ ବୟସ ସୀମା ୩୨ ବର୍ଷ ଥିବା ବେଳେ ଗୋଆରେ ୪୫ ,ଆସାମରେ ୪୪,ତେଲେଙ୍ଗାନାରେ ୪୪ ,ଆନ୍ଧ୍ରପ୍ରଦେଶରେ ୪୨,ଉତରପ୍ରଦେଶ,ରାଜସ୍ଥାନ,ପଶ୍ଚିମବଙ୍ଗ ଓ ମଧ୍ୟପ୍ରଦେଶରେ ୪୦ ବର୍ଷ ଧାର୍ଯ୍ୟ ରହିଛି ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି ।ଓଡିଶାରେ ବୟସ ସୀମାର ଏମିତି ତାରତମ୍ୟ ଥିବାରୁ ବହୁ ମେଧାବୀ ଛାତ୍ରଛାତ୍ରୀମାନେ ଉଚ୍ଚତର ଶିକ୍ଷାହାସଲ ପରେ ମଧ୍ୟ ସରକାରୀ ଚାକିରୀ ଆବେଦନ ପାଇବାର ସୁଯୋଗରୁ ବଂଚିତ ହେଉଥିବା କୁହାଯାଇଛି ।ତେଣୁ ରାଜ୍ୟ ସରକାର ନିଯୁକ୍ତିର ଆବେଦନ ବୟସ ସୀମା ୪୨ ବର୍ଷ ବୃଦ୍ଧି କରିବାକୁ ସେମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.