Home କୋରାପୁଟ କୋରାପୁଟ ଜିଲ୍ଲାରେ ୬୯ଜଣ କରୋନା ପଜିଟିଭ ଚିହ୍ନଟ

କୋରାପୁଟ ଜିଲ୍ଲାରେ ୬୯ଜଣ କରୋନା ପଜିଟିଭ ଚିହ୍ନଟ

32

କୋରାପୁଟ ୨୮-୦୪(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାରେ   ବୁଧୁବାର ଦିନ ୨୮ଜଣ ମହିଳାଙ୍କ ସମେତ  ୬୯ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲ ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ  ୧୦,ଜୟପୁର ପୌରାଂଚଳରୁ ୧୪ ,ସୁନାବେଡା ପୌରାଂଚଳରୁ ୭ ଏବଂ କୋଟପାଡ ଏନଏସିରୁ ୨ଜଣ  ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି । ସେହିପରି  ବନ୍ଧୁଗାଁ ବ୍ଲକରୁ ୬,ବୈପାରିଗୁଡା ବ୍ଲକରୁ ୨,ବୋରିଗୁମ୍ମା ବ୍ଲକରୁ ୩,ଦଶମନ୍ତପୁର ବ୍ଲକରୁ ୨,ଜୟପୁର ବ୍ଲକରୁ ୫  ଓ କୋରାପୁଟ ବ୍ଲକରୁ ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।କୋଟପାଡ ବ୍ଲକରୁ ୪,କୁନ୍ଦୁରା ବ୍ଲକରୁ ୧, ପଟ୍ଟାଙ୍ଗୀ ବ୍ଲକରୁ ୧ ଏବଂ ସେମିଲିଗୁଡା  ବ୍ଲକରୁ  ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା  ଜଣାପଡିଛି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଏପ୍ରିଲ ୨୭  ତାରିଖ ସୁଦ୍ଧା ୪୫-୫୯ ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ  ବୟସର  ୨ ଲକ୍ଷ  ୧୫  ହଜାର ୯୨୯  ଜଣଙ୍କୁ କରୋନା ଟୀକାକରଣ କରାଯାଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛନ୍ତି ।  କୋରାପୁଟ ଜିଲ୍ଲାରେ ବର୍ତମାନ ସୁଦ୍ଧା ମୋଟ ୮୬୮୫ ଜଣ ଆକ୍ରାନ୍ତ  ଚିହ୍ନଟ ହୋଇଥିବାବେଳେ ୮୧୦୨ଜଣ  ସୁସ୍ଥ ହୋଇ ସାରିଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆ ଯାଇଛି । ଜିଲ୍ଲାରେ ବର୍ତମାନ ମାତ୍ର ୫୬୬ଟି ଏକ୍ଟିଭ କେସ ଥିବାବେଳେ  ୧୭ଜଣଙ୍କର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.